କାମାସକ୍ତ ବ୍ୟକ୍ତିଥିଲେ ଅନୁଭବ ଅଭିଯୋଗ ଆଣିଲେ ବର୍ଷା

ଅନୁଭବ ଓ ବର୍ଷା 8 ଫେବୃୟାରୀ 2014 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପୂର୍ବରୁ ବର୍ଷାଙ୍କୁ ପରୋକ୍ଷ ଭାବେ ବିବାହ ନିମନ୍ତେ ଚାପ ପକାଉଥିଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ବିବାହ ପାଇଁ ବର୍ଷାଙ୍କ ମା ରାଜି ନଥିବାରୁ ସେ ଧାରୁଆ ଛୁରୀରେ ନିଜ ହାତ କାଟିବା ସହ ନିଜ ଛାତି ମଧ୍ୟ କାଟି ରକ୍ତାକ୍ତ କରିଦେଉଥିଲେ । ଅନୁଭବ ଜଣେ ଅଭ୍ୟାସ ଗତ ମଦୁଆ ଥିଲେ କହିଛନ୍ତି ବର୍ଷା ।

ମଦ ପିଇ ସାରିବା ପରେ ନିଜର ହିତାହିତ ଜ୍ଞାନ ହରାଇ ବସନ୍ତି ନିଜେ ଅନୁଭବ । ସେ ଜଣେ ମଦୁଆ ବୋଲି କହିଛନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ସେ ସାଜି ଯାଆନ୍ତି ହିଂସ୍ର । ସେ ରାତି ସାରା ମଦ ପିଅନ୍ତି । ମଦ ପିଇ ପିଇ ରାତି ପାହିଯାଇଥାଏ । 6 ବର୍ଷ ପ୍ରେମ କଲା ପରେ ଉଭୟଙ୍କର ଆରେଞ୍ଜ ମ୍ୟାରେଜ ହୋଇଥିଲା ।

କିନ୍ତୁ ଏହା ଥିଲା ଏକ ଜୋର ଜବରଦସ୍ତି ବିବାହ କାରଣ ଅନୁଭବଙ୍କୁ ଉପଯୁକ୍ତ ପାତ୍ର ଭାବୁନଥିଲେ ବର୍ଷାଙ୍କ ମା । ବର୍ଷାଙ୍କ ବାପା ନଥିବାରୁ ଅନୁଭବଙ୍କର ଏହି ପାଗଳାମି କୁ ଦେଖି ବର୍ଷାଙ୍କ ମା ରାଜି ହୋଇଥିଲେ ବିବାହ ପାଇଁ । ଏହି ଅଭିଯୋଗ କୋର୍ଟରେ ଦାଖଲ କରିଛନ୍ତି ପତ୍ନୀ ବର୍ଷା ।

କେବଳ ସେତିକି ନୁହେଁ, ଅନ୍ୟ ନାରୀଙ୍କ ପ୍ରତି ମଧ୍ୟ ଆସକ୍ତ ହେଉଥିଲେ ଅନୁଭବ । ବହୁ ଝିଅଙ୍କ ସହ ତାଙ୍କର ଖରାପ ସମ୍ପର୍କ ଥିଲା ବୋଲି କହିଛନ୍ତି ବର୍ଷା । ଅନୁଭବ ଚଳଚିତ୍ର ଜଗତରେ ଅନ୍ୟ ଝିଅ ବା ଯୁବତୀଙ୍କ ସହ ସମ୍ପର୍କ ରଖିବା ଆରମ୍ଭ କରିଦେଇଥିଲେ ।

ସେ ଜଣେ କାମାସକ୍ତ ବ୍ୟକ୍ତି ବା ୱିମେନାଇଯଡ ପୁରୁଷ ଥିଲେ ବୋଲି ମାନ୍ୟବର କୋର୍ଟ କୁ ଜଣାଇଛନ୍ତି ପତ୍ନୀ ବର୍ଷା ଏବଂ ଆହୁରି ମଧ୍ୟ କହିଛନ୍ତି ଯେ ଅନୁଭବଙ୍କର ଏହି ପ୍ରସଙ୍ଗ ନେଇ ତାଙ୍କ ପରିବାର ଲୋକ ତାଙ୍କୁ ସହମତି ଦେଉଥିଲେ ଓ ବର୍ଷା ଙ୍କୁ ଗାଳିଗୁଲଜ କରୁଥିଲେ ।

ଯାହା ଫଳରେ ବର୍ଷା ମାନସିକ ନିର୍ଯାତନା ପାଉଥିଲେ । ସେ କେବେ କୌଣସି ନାରିଙ୍କୁ ସମ୍ମାନ ଦିଅନ୍ତି ନାହିଁ । କେବଳ ଫାଇଦା ଉଠାଇଥାନ୍ତି । ଜଣେ ସ୍ତ୍ରୀ ଉପରେ ସେତିକି ନିର୍ଯାତନା ହୋଇଥିବାରୁ ସେ ଆଜି ନିଜ ସ୍ବାମୀ ବିରୋଧରେ ଅଭିଯୋଗ ଆଣିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।