ଏକ ବର୍ଷର ଶିଶୁ ଗିଳିଦେଲା ଏକ ଜୀବନ୍ତ ବିଷଧର ସାପ, ଆଉ ତା’ ପରେ ହେଲା କିଛି ଏମିତି

ଉତ୍ତର ପ୍ରଦେଶର ବରେଲୀ ଜିଲ୍ଲାର ଫତେହଗଞ୍ଜ ପଶ୍ଚିମ ଏକ ଗାଁ ରେ ଖେଳ ଖେଳରେ ୧ ବର୍ଷର ଶିଶୁ ଜୀବନ୍ତ ସାପକୁ ଗିଳିଦେଲା । ପିଲାଟିର ମା’ ସାପର ଲାଞ୍ଜ ପୁଅ ପାଟିରେ ଦେଖି ତୁରନ୍ତ ଲାଞ୍ଜ ଧରି ପିଲାଟିର ପାଟିରୁ ସାପକୁ କାଢି ଆଣିଲେ । ଏଥିରେ ବିଲକୁଲ ବି ବିଳମ୍ବ ନ କରି ପରିବାର ଲୋକ ପିଲାଟିକୁ ଓ ସାପକୁ ଧରି ଜିଲ୍ଲା ହସ୍ପିଟଲ ରେ ପହଞ୍ଚିଥିଲେ । ଫତେହଗଞ୍ଚ ପଶ୍ଚିମ ଗାଁ ଭୋଳାପୁର ର ବାସିନ୍ଦା ଧର୍ମପାଳ କହିଛନ୍ତି ତାଙ୍କର ୧ ବର୍ଷର ପୁଅ ଧର୍ମେନ୍ଦ୍ର ଶନିବାର ଦିନ ସକାଳେ ଘର ବାହାରେ ଖେଳୁଥିଲା ।

ପିଆଟିର ମା’ ଘର କାମରେ ବ୍ୟସ୍ତ ଥିଲେ ଓ ଧର୍ମପାଳ କାମକୁ ଯିବାକୁ ବାହାରିଥିଲେ । ସେହି ସମୟରେ ପିଲାଟି ପାଖକୁ ଅଚାନକ ଏକ ଛୁଆ ସାପ ଚାଲି ଆସିଥିଲା । ପିଲାଟି ସାପଟିକୁ ଧରି ଖେଳିବାକୁ ଲାଗିଥିଲା । ଏହା ପରେ ସେ ସାପଟିକୁ ପାଟିରେ ଗିଳିବାକୁ ଲାଗିଲା ଓ ସାପଟି ଧୀରେ ଧୀରେ ପାଟି ଭିତରକୁ ଯାଉଥିଲା ।

ଧର୍ମପାଳ କହିଛନ୍ତି କି ପିଲାର ମା ସୋମାବତୀ ଦେଖିଥିଲେ କି ଦେବେନ୍ଦ୍ର ଅଧିକ ସମୟ ଧରି କିଛି ଚୋବାଇ ଖାଉଛି । ସେ ପାଖକୁ ଯାଇ ଦେଖିଲେ କି ପୁଅ ପାଟିରେ ସାପର ଲାଞ୍ଜ ଦେଖା ଯାଉଛି । ତୁରନ୍ତ ସେ ଲାଞ୍ଜ ଧରି ପିଲାଟି ପାଟିରୁ ସାପକୁ ବାହାର କରି ଆଣିଲେ । ଏହା ପରେ ସାପ ଓ ଦେବେନ୍ଦ୍ର କୁ ଧରି ଜିଲ୍ଲା ହସ୍ପିଟଲ ରେ ପହଞ୍ଚିଥିଲେ ।

ଡାକ୍ତର ପିଲାଟିକୁ ଚିକିତ୍ସା କରିଥିଲେ ପିଲାଟି ବିପଦ ମୁକ୍ତ ହେବା ପରେ ମେଡିକାଲ ରୁ ଡିଶ୍ଚାର୍ଜ କରି ଦେଇଥିଲେ । ଦେବେନ୍ଦ୍ର ଗିଳିଥିବା ଛୁଆ ସାପର ଲାଞ୍ଜ ୭ ଇଞ୍ଚ ର ଥିଲା । ସାପର ଫେଣ ମଧ୍ୟ ବାହାରିବା ଆରମ୍ଭ ହୋଇ ଯାଇଥିଲା । ପିଲାଟି ସାପଟିକୁ ଚୋବାଇବାକୁ ଉଦ୍ୟମ କରିଥିଲା । ଫଳରେ ସାପଟି ଅଣ ନିଶ୍ଵାସୀ ହୋଇ ମରି ଯାଇଥିଲା ।

ଏହା ଦ୍ଵାରା ପିଲାଟିର ଜୀବନ ପ୍ରତି ମଧ୍ୟ ବିପଦ ଥିଲା । ଡାକ୍ତରଙ୍କ ଅନୁସାରେ ଯଦି ଠିକ ସମୟରେ ସାପଟିକୁ ଠିକ ସମୟରେ ପାଟିରୁ ବାହାର କରା ଯାଇ ନଥାନ୍ତା ତେବେ ପିଲାଟିର ଜୀବନ ମଧ୍ୟ ଚାଲି ଯାଇଥାନ୍ତା । ବର୍ତ୍ତମାନ ସୁଧା ମିଳିଥିବା ସୂଚନା ଅନୁସାରେ ପିଲାଟି ଶରୀରରୁ ସବୁ ବିଷ ବାହାର କରି ଦିଆ ଯାଇଛି । ପିଲାଟି ସୁସ୍ଥ ହେବା ପରେ ତାକୁ ଡିଶ୍ଚାର୍ଜ କରା ଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।