ପିଟିସନରେ ଅନୁଭବ ବର୍ଷାଙ୍କ ବିରୁଦ୍ଧରେ ଆଣିଲେ ସଙ୍ଗିନ ଅଭିଯୋଗ, ଦେଖନ୍ତୁ ଆଉ କଣ ସବୁ କହିଲେ ଅନୁଭବ

ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି ଅନୁଭବ ଓ ବର୍ଷା ଙ୍କ ପାରିବାରିକ ବିବାଦ । ଗତ କାଲୀ ଗଣମାଧ୍ୟମରେ ବର୍ଷାଙ୍କର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରକାଶ ପାଇବା ପରେ ଆଜି ଦିଲ୍ଲୀ ର ପଟିଆଲା ହାଉସରେ ଅନୁଭବ ମହାନ୍ତି ପିଟିସନ ଦାଖଲ କରିଛନ୍ତି । ୪୭ ପୃଷ୍ଠାର ଏହି ପିଟିସନ ରେ ପତ୍ନୀ ବର୍ଷା ଙ୍କ ବିରୁଦ୍ଧରେ ସେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ।

ସେ ଏହି ପିଟିସନ ରେ ଛାଡପତ୍ର ଦାବି କରିଛନ୍ତି । ସେ ପିଟିସନ ରେ ଅନୁଭବ ଲେଖିଛନ୍ତି କି ବାହାଘରର ପ୍ରଥମ ଦିନରୁ ସମ୍ପର୍କ ରଖିବାକୁ ବର୍ଷା ରାଜି ନଥିଲେ ଓ ଏଥିପାଇଁ ସେ ୩-୪ ମାସ ସମୟ ମାଗି ଥିଲେ ଓ ତାଙ୍କ ଇଚ୍ଛା କୁ ସମ୍ମାନ ଜଣାଇ ମୁଁ ତାଙ୍କୁ ସମୟ ଦେଇଥିଲି ବୋଲି ଲେଖିଛନ୍ତି ଅନୁଭବ ।

ସେ ଏହା ମଧ୍ୟ କହିଛନ୍ତି କି ଶାରୀରିକ ସମ୍ପର୍କ ସ୍ଥାପନ ନ ହେବାରୁ ମୁଁ ନିଜକୁ ଅସହଜ ଓ ଅସୁଖୀ ମନେ କରୁଥିଲି । ଯେତେବେଳେ କି ବର୍ଷା ଅଭିଯୋଗ ଆଣିଥିଲେ କି ସେ ନିଜର ପିଲାପିଲି ଚାହୁଁଥିଲେ ମଧ୍ୟ ଅନୁଭବ ତାଙ୍କୁ ସହାୟତା କରୁ ନଥିଲେ ଓ ରାତିରେ ମଦ ପିଇ ଆସୁଥିଲେ ।

ଏମିତିକି ଘରେ ନିଜ ଶୟନ କକ୍ଷରେ ନିଜ ମଦ୍ୟପ ସାଙ୍ଗ ମାନଙ୍କ ସହ ମଦ ପିଉଥିଲେ ଓ ବର୍ଷା ଏହାକୁ ବିରୋଧ କରିବାରୁ ତାଙ୍କୁ ମାଡ ମାରୁଥିଲେ । କିନ୍ତୁ ଅନୁଭବ ଙ୍କ ଅନୁସାରେ ତାଙ୍କର ବିବାହ ଅଧୁରା ରହି ଯାଇଛି କାରଣ ପିଲାପିଲି ସେ ଚାହୁଁଥିଲେ ମଧ୍ୟ ଏଥିପାଇଁ ଆଗ୍ରହୀ ନଥିଲେ ବର୍ଷା ପ୍ରିୟଦର୍ଶିନୀ ।

ସେ ଯେବେ ବି ଏହି ବାବଦରେ ଉଦ୍ୟମ କରୁଥିଲେ ବର୍ଷା ପ୍ରିୟଦରିସିନୀ ଙ୍କ ତରଫରୁ ତାଙ୍କୁ କୌଣସି ସମର୍ଥନ ମିଳୁ ନଥିଲା । ତାଙ୍କୁ ଶାରୀରିକ ସମ୍ପର୍କ ସ୍ଥାପନରେ ପତ୍ନୀ ବର୍ଷା ତାଙ୍କୁ ସାହାର୍ଯ୍ୟ କରୁ ନଥିଲେ ଯେଉଁ କାରଣରୁ ସେ ଅସହାଯ ଓ ଅସୁଖୀ ମନେ କରୁଥିଲେ । ପତ୍ନୀ ଙ୍କ ଏଭଳି ବ୍ୟବହାର ତାଙ୍କୁ ମର୍ମାହତ କରିଥିଲା ବୋଲି ଦର୍ଶାଇଛନ୍ତି ଅନୁଭବ ମହାନ୍ତି । ଶାରୀରିକ ସମ୍ପର୍କ ଓ ଫିଉଚର ଜେନରେଶନ କଥାକୁ ଦର୍ଶାଇ ସେ ବର୍ଷାଙ୍କ ଠାରୁ ଡିଭୋର୍ସ ଚାହୁଞ୍ଚନ୍ତି ।

ଅନ୍ୟ ପକ୍ଷରେ ବର୍ଷା ନିଜ ପିଟିସନ ରେ କୌଣସି ବିବାହ ବିଛେଦ କଥା ଉଲ୍ଲେଖ କରି ନାହାଁନ୍ତି । ସେ କେଉଁଠି ନା କେଉଁଠି ଏହି ବିବାହକୁ ଭାଙ୍ଗିବାକୁ ଚାହୁଁ ନାହାଁନ୍ତି । ସେ ନିଜ ଭରଣ ପୋଷଣ ପାଇଁ ଅନୁଭବ ଙ୍କ ଠାରୁ ଟଙ୍କା ଦାବି କରିଛନ୍ତି । ସେ ନିଜ ପିଟିସନ ରେ ଘର ଭଡା ପାଇଁ 20 ହଜାର, ଭରଣ ପୋଷଣ ପାଇଁ 50 ହଜାର, କ୍ଷତି ପୂରଣ ଦାବିରେ ୧୩ କୋଟି ଓ ରୋଜଗାର ହରାଇ ଥିବାରୁ ୨ କୋଟି ଦାବି କରିଛନ୍ତି ।

ବର୍ଷା ଆହୁରି ମଧ୍ୟ ଅଭିଯୋଗ କରିଥିଲେ କି ବାହାଘର ପରେ ୫୦ ଲକ୍ଷ ଟଙ୍କାର ଜିନିଷ ପତ୍ର ଅନୁଭବ ବର୍ଷା ଙ୍କ ଘର ଲୋକଙ୍କ ଠାରୁ ନେଇଥିଲେ ଓ ଏମିତି କି ତାଙ୍କ ପାରିଶ୍ରମିକ ବାବଦକୁ ତାଙ୍କୁ ଟଙ୍କାଟିଏ ମଧ୍ୟ ଦେଉ ନଥିଲେ । ସେ ଯଥା ସମ୍ଭବ ଏହି ବିବାଦକୁ ଚାପି ରଖି ନିଜ ସଂପର୍କକୁ ବଞ୍ଚାଇବାକୁ ଚାହିଁଥିଲେ ମଧ୍ୟ ସବୁ ସୀମା ଟପି ଯିବାରୁ ତାଙ୍କୁ ଅଦାଲତର ଦ୍ଵାରସ୍ଥ ହେବାକୁ ପଡିଥିଲା । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।