Barsha – Anubhav ମାମଲାରେ ପୁଣି ନୂଆ ମୋଡ, ପରିବାର ଅଦାଲତଙ୍କ ନିର୍ଦ୍ଦେଶ ଉପରେ ହଠାତ କାହିଁକି ରହିତାଦେଶ ଲଗାଇଲେ ହାଇକୋର୍ଟ ?

ବହୁଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ବର୍ଷା ଓ ଅନୁଭବଙ୍କ ମାମଲାରେ ଏବେ ପୁଣି ଥରେ ଏକ ନୂଆ ମୋଡ ଆସିଛି । ମାନ୍ୟବର ହାଇକୋର୍ଟ ପରିବାର ଅଦାଲତଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି । 3 ନଭେମ୍ବର 2022 ରେ ପରିବାର ଅଦାଲତଙ୍କ ଦ୍ଵାରା ପ୍ରଦାନ କରା ଯାଇଥିବା ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । କେବଳ ଏତିକି ନୁହେଁ ବରଂ ଅନୁଭବଙ୍କ ପକ୍ଷରୁ କରା ଯାଇଥିବା ଆବେଦନକୁ ଗ୍ରହଣ କରି ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ ।

ଆସନ୍ତା ଫେବୃୟାରୀ 7 ରେ ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରାଯାଇଛି । ଜଷ୍ଟିସ କେ. ଆର ମହାପାତ୍ରଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠ ଅନୁଭବ କରିଥିବା ଆବେଦନକୁ ଶୁଣାଣି କରି ଏହାକୁ ଗ୍ରହଣ କରିଛନ୍ତି । ଏନେଇ ବର୍ଷାଙ୍କୁ ନୋଟିସ ମଧ୍ୟ ପଠାଇଛନ୍ତି । ତେବେ ଜଣାଇ ଦେଉଛୁ ଯେ, ପରିବାର ଅଦାଲତରେ ଜେରା ବେଳେ ଅନୁଭବଙ୍କ ଓକିଲ ବର୍ଷାଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଥିଲେ । କିନ୍ତୁ କେତେକ ନିର୍ଦ୍ଦିଷ୍ଟ ପ୍ରଶ୍ନକୁ ନେଇ ବର୍ଷାଙ୍କ ତରଫରୁ ଆପତ୍ତି ଉଠା ଯାଇଥିଲା ।

ବର୍ଷାଙ୍କ ତରଫରୁ କୁହା ଯାଇଥିଲା କି, କୋର୍ଟରେ ତାଙ୍କୁ ଏଭଳି ପ୍ରଶ୍ନ ପଚାରିବା ଉଚିତ ନୁହେଁ । ତେଣୁ ତାଙ୍କୁ ଏଭଳି ପ୍ରଶ୍ନ ପଚରା ଯାଇପାରିବ ନାହିଁ ବୋଲି ବର୍ଷାଙ୍କ ତରଫରୁ ଦର୍ଶା ଯାଇଥିଲା । ଅନ୍ୟପଟେ ଅନୁଭବଙ୍କ ଓକିଲ ଦର୍ଶାଇଥିଲେ ଯେ ଏହି ମାମଲାର ଉପଯୁକ୍ତ ବିଚାର ପାଇଁ ଏସବୁ ପ୍ରଶ୍ନ ପଚରାଯିବା ନିହାତି ଦରକାର । ଯାହାକି ସେ ପରିବାର ଅଦାଲତରେ ମଧ୍ୟ ଦର୍ଶାଇଥିଲେ । କେବଳ ସେତିକି ନୁହେଁ ବରଂ ବର୍ଷା ଅଦାଲତରେ ବିଳମ୍ବରେ ଯାଇ ପହଞ୍ଚୁଥିଲେ ।

ବାରମ୍ବାର ଜେରା ବେଳେ ବର୍ଷା ଅନୁପସ୍ଥିତ ରହୁଥିଲେ । ଏନେଇ ଅନୁଭବଙ୍କ ଓକିଲ ପରିବାର ଅଦାଲତରେ ଦର୍ଶାଇଥିଲେ । ଆହୁରି ମଧ୍ୟ ଅନର୍ଗଳ ଇଂରାଜୀ କହୁଥିବା ବର୍ଷା କୋର୍ଟରେ କହିଥିଲେ କି ସେ ଇଂରାଜୀ ବୁଝି ପାରନ୍ତି ନାହିଁ । ତେଣୁ ସେ ଓଡିଆରେ ଶୁଣିବେ ଆଉ ଉତ୍ତର ଦେବେ । ତେବେ ବର୍ତ୍ତମାନ ପରିବାର ଅଦାଲତଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି ।

ତେବେ ଦେଖାଯାଉ ଆଗକୁ କଣ ଶୁଣାଣି କରୁଛନ୍ତି ମାନ୍ୟବର ହାଇକୋର୍ଟ । ଡିଭୋର୍ସ ପାଇଁ ଅତ୍ୟନ୍ତ କାତର ହୋଇ ଚାହିଁ ବସିଥିବା ଅନୁଭବଙ୍କ ଇଚ୍ଛା ପୂରଣ ହେଉଛି ନା ଏହି ମାମଲା ଆହୁରି ଆଗକୁ ବଢୁଛି ତାହା ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।