ମଝି ଚିଲିକାରେ ଅଚଳ ହେଲା ଡଙ୍ଗା, ଟଳମଳ ହେଉଥିବା ଡଙ୍ଗାରେ ଫସି ରହିଛନ୍ତି ଭକ୍ତମାନେ, ଦୃଶ୍ୟ ଦେଖିଲେ ମୁଣ୍ଡ ବୁଲେଇ ଦେବ, ଦେଖନ୍ତୁ video

ଦର୍ଶନ କରିବାକୁ ଯିବା ସାଜିଲା କାଳ । ମଝି ଚିଲିକାରେ ହଠାତ ଟଳମଳ ହେଲା ଡଙ୍ଗା । ହଠାତ କୁହୁଡି ମାଡି ଆସିବା ଯୋଗୁଁ ଡଙ୍ଗା ଆଉ ଆଗକୁ ବଢି ପାରିଲାନି । ଡଙ୍ଗାର ମଟର ବନ୍ଦ ହେବା ସାଙ୍ଗକୁ କାତ ବି ପାଇଲାନି । କୁହୁଡି ପାଇଁ ଚିଲିକା ମଝିରେ ଅଟକି ରହିଥିବା ଡଙ୍ଗାର ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସେମାନଙ୍କ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ ଟିମ୍ ମଧ୍ୟ ଡଙ୍ଗାରେ ଅଟକି ରହିଛି । ଘନକୁହୁଡି ପାଇଁ କିଛି ବି ଦୃଶ୍ୟମାନ ହେଉ ନଥିବା ବେଳେ 25ରୁ ଅଧିକ ଭକ୍ତ ମଝି ଚିଲିକାରେ ଫସି ରହିଛନ୍ତି ।

ସବୁଠୁ ବଡ କଥା ହେଲା ସେମାନଙ୍କ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ ଟିମ୍ ର ଆଠଜଣ ସଦସ୍ୟ ମଧ୍ୟ ମଝି ଚିଲିକାରେ ଅଟକି ଯାଇଛନ୍ତି । ଫସିଥିବା ଭକ୍ତଙ୍କ ଡଙ୍ଗା ପାଖକୁ ଏଯାଏଁ କେହି ପହଞ୍ଚି ପାରୁନାହାନ୍ତି । ମା’ କାଳିଜାଇଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ବାହାରି ପଡିଥିଲେ ଭକ୍ତମାନେ । ହେଲେ ହଠାତ ମଝି ଚିଲିକାରେ କାଳ ହୋଇ ମାଡି ଆସିଲା ଘନକୁହୁଡି ଓ ଅଟକି ଗଲା ଡଙ୍ଗା । ଏହି ଦୃଶ୍ୟ କେତେ ଯେ ବିପଦପୂର୍ଣ୍ଣ ରହିଛି ତାହା ଆପଣ ଦେଖିକରି ଅନୁଭବ କରି ପାରୁଥିବେ ।

ଡଙ୍ଗା ମଝି ଚିଲିକାରେ ଅଟକି ରହିଥିବା ବେଳେ ଟଳମଳ ହେଉଛି । ଟିକିଏ କିଛି ହେଲେ ସିଧା ମଝି ଚିଲିକାରେ ନିଜର ଅସ୍ତିତ୍ଵ ହରାଇ ବସିବ 25ରୁ ଊର୍ଦ୍ଧ୍ଵ ଭକ୍ତ ଥିବା ଏହି ଡଙ୍ଗା । ଡଙ୍ଗାରେ ଉଡୁଥିବା ଏକ ପତାକାରେ ମା’ ଲେଖାଯାଇଛି ଓ ସେହି ମା’ଙ୍କ ଭରସାରେ ଭକ୍ତମାନେ ଧୈର୍ଯ୍ୟ ଧରି ରହିଛନ୍ତି ।

ଭୟରେ ଉଦ୍ଧାର ପାଇଁ ଭଗବାନଙ୍କୁ ଡାକୁଛନ୍ତି ଭକ୍ତମାନେ । ଏକ ଅଜଣା ଭୟକୁ ନେଇ ଡଙ୍ଗାରେ ସମସ୍ତେ ବସି ରହିଛନ୍ତି । ଯଦି ଡଙ୍ଗା ଟିକିଏ ଏପଟ ସେପଟ ହୁଏ ତେବେ ଡଙ୍ଗାଟି ମଝି ଚିଲିକାରେ ବୁଡିବାର ସମ୍ଭାବନା ରହିଛି । ଆଉ ଏହାପରେ କଣ ହେବ କେହି ବି ଜାଣି ନାହାନ୍ତି । ତଥାପି ମା’ କାଳିଜାଇ ଉଦ୍ଧାର କରିବେ ବୋଲି ମନରେ ଅଗାଢ ବିଶ୍ବାସ ନେଇ ଡଙ୍ଗାରେ ସେମାନେ ବସିଛନ୍ତି ।

କାଳିଜାଇ ଯିବାକୁ ହେଲେ ମନ ପବିତ୍ର ରଖିବାକୁ ପଡେ । ନହେଲେ କୁହାଯାଏ କି ମଝି ଚିଲିକାରୁ ଆଉ ଆଗକୁ ବଢି ପାରେନି ଡଙ୍ଗା । ଉଦ୍ଧାର କାର୍ଯ୍ୟ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଦେଖାଯାଉ ଭକ୍ତମାନଙ୍କୁ କେମିତି ଉଦ୍ଧାର କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।