ଦେଶର ସୁରକ୍ଷା ପାଇଁ ଉପସ୍ଥିତ ଥିବା ହିମାଚଳ ପ୍ରଦେଶର ମଂଡୀ ଜିଲ୍ଲାରେ ରହୁଥିବା ଭାରତୀୟ ସେନାର ଏକ ଯବାନ ନିଜ ବିବାହରେ ହିଁ ପହଞ୍ଚି ପାରିଲେ ନାହିଁ । କହିବାକୁ ଗଲେ ଭାରତୀୟ ସେନାର ଏକ ଯବାନ କାଶ୍ମୀର ରେ ନିଜର ଡ୍ୟୁଟି କରୁଛନ୍ତି । ଅନ୍ୟ ପଟେ ଜାମ୍ମୁ କାଶ୍ମୀରରେ କିଛି ଦିନ ହେବ ବରଫପାତ ହେଉଛି । ଯେଉଁ କାରଣରୁ ଯବାନ ଘାଟିରେ ଫସି ଯାଇଛନ୍ତି ।
ଏହି ସମୟରେ ଯବାନର ଘରେ ଯବନାର ବିବାହର ସବୁ ପରମ୍ପରା କରାଯାଉଥିଲା । କିନ୍ତୁ ବାହାଘର ଦିନ ବରଯାତ୍ରୀ ଘରୁ ବାହାରିବା ପାଇଁ ପ୍ରସ୍ତୁତ ଥିଲା, କିନ୍ତୁ ଭାରତୀୟ ସେନାର ଏହି ଯବାନ ସମୟରେ ନିଜ ଘରେ ପହଞ୍ଚି ପାରିଲା ନାହିଁ, ଯେଉଁ କାରଣରୁ ବିବାହର ତାରିଖକୁ ଆଗକୁ ବଢାଇବାକୁ ପଡିଲା ।
ମିଡିଆ ରିପୋର୍ଟ ଅନୁସାରେ, ଏହି ମାମଲା ହିମାଚଳ ପ୍ରଦେଶର ମଣ୍ଡୀ ଜିଲ୍ଲାର ଧର୍ମପୁର କ୍ଷେତ୍ରର ଅଟେ । ଧର୍ମପୁରରେ ରହୁଥିବା ଏହି ଯବାନର ନାମ ସୁନୀଲ ଅଟେ, ଯାହାର ବୟସ ୨୬ ବର୍ଷ ଅଟେ । ତାଙ୍କର ବିବାହ ୧୫ ଜାନୁୟାରୀ ୨୦୨୦ରେ ଦଲେଡ଼ ଗ୍ରାମରେ ଠିକ ହୋଇଥିଲା । ୧୬ ଜାନୁୟାରୀରେ ବରଯାତ୍ରୀ ଦଲେଡ଼ ଗ୍ରାମ ଯିବାର ଥିଲା । ବିବାହ ପାଇଁ ବର ଓ କନ୍ୟାଙ୍କର ପରିବାର ନିଜ ନିଜ ଘରକୁ ବହୁତ ଭଲ ଭାବରେ ସଜାଇ ଥିଲେ ।
ଏହା ଛଡା ବିବାହରେ ଆସିଥିବା ସମ୍ପର୍କୀୟମାନେ ବି ବରକୁ ଅପେକ୍ଷା କରିଥିଲେ । କିନ୍ତୁ ଯବାନ ବର ସୁନୀଲ ବାହାଘରକୁ ଆସି ପାରିଲେ ନାହିଁ । ଆପଣଙ୍କୁ କହିଦେଉଛୁ କି ସୁନୀଲ ନିଜ ବିବାହ ପାଇଁ ୧ ଜାନୁୟାରୀ ଠାରୁ ଛୁଟି ନେଇଥିଲେ ଓ ସେ କିଛି ଦିନ ପୂର୍ବେ ହିଁ ବାଂଦୀପୋରାରେ ଥିବା ଟ୍ରାଂଜିଟ କ୍ୟାମ୍ପକୁ ଚାଲି ଯାଇଥିଲେ । କିନ୍ତୁ ସେହି ସମୟରେ ମୌସମ ଏତେ ଖରାପ ହୋଇଗଲା କି ସବୁ ରାସ୍ତା ବନ୍ଦ ହୋଇଗଲା ।
ଯେଉଁ କାରଣରୁ ସୁନୀଲ ବାଂଦୀପୋରାରେ ଫସି ଗଲେ ଓ ନିଜ ବିବାହକୁ ଯାଇ ପାରିଲେ ନାହିଁ । ଏହା ପରେ ଏହି କଥା ବିଷୟରେ କନ୍ୟା ଘର ଲୋକମାନେ ଜାଣିଲା ପରେ ସେମାନେ ବହୁତ ଦୁଃଖିତ ହେଲେ । ଏହା ପରେ ସୁନୀଲ ଶ୍ରୀନଗରରୁ କନ୍ୟାର ପରିବାରକୁ ଫୋନ କରି କହିଲେ କି ଖରାପ ମୌସମ କାରଣରୁ ଫ୍ଲାଇଟ ଟେକଅଫ କରି ପାରିବ ନାହିଁ ।
ଏହା ଛଡା ପରିବାର ଲୋକଙ୍କୁ ସୁନୀଲଙ୍କର ବହୁତ ଚିନ୍ତା ବି ହେଉଥିଲା । ଏହା ଛଡା ସମସ୍ତଙ୍କୁ ବହୁତ ଗର୍ବ ବି ଥିଲା କି ସୁନୀଲ ଦେଶର ସୁରକ୍ଷା କରୁଛନ୍ତି । ବର୍ତ୍ତମାନ ଗୋଟିଏ ମାତ୍ର ବିକଳ୍ପ ରହିଗଲା କି ବିବାହର ତାରିଖକୁ ଆଗକୁ ବଢାଇ ଦିଆଯାଉ । ଦେଶର ସେବା କରୁଥିବା ଏହି ଯବାନ ନିଜ ବିବାହରେ ହିଁ ନ ପହଞ୍ଚିବାର ଏହି ଘଟଣା ପୁଣି ଥରେ ପ୍ରମାଣିତ କରିଦେଲା କି ଆମ ଦେଶର ଯବାନ ଦେଶର ସେବା ପାଇଁ କେତେ ତ୍ୟାଗ କରିଥାନ୍ତି ।