ଡ୍ୟାଣ୍ଡ୍ରଫ ଓ ପିମ୍ପଲ ହେଲେ ପ୍ରୟୋଗ କରନ୍ତୁ ଏହି ଚମତ୍କାରୀ ଜିନିଷ, ତୁରନ୍ତ ମିଳିଯିବ ଏଥିରୁ ମୁକ୍ତି

ଅଧିକାଂଶ ଲୋକ ଡ୍ୟାଣ୍ଡ୍ରଫ ଓ ପିମ୍ପଲର ସମସ୍ୟା ପାଇଁ ବହୁତ ଚିନ୍ତାରେ ରୁହନ୍ତି । ଡ୍ୟାଣ୍ଡ୍ରଫ ଚୁଟି ଉପରେ ଖରାପ ପ୍ରଭାବ ପକାଇଥାଏ ଓ ଏହାଦ୍ଵାରା ଚୁଟି ଝଡିବାକୁ ଲାଗିଥାଏ । ସେମତି ପିମ୍ପଲ ହେଲେ ଚେହେରାର ସୁନ୍ଦରତା ଖରାପ ହୋଇଥାଏ ଓ ଚେହେରା ସତେଜ ଦେଖାଯାଇ ନଥାଏ । ଏହି ସବୁ ସମସ୍ୟାକୁ ଦୁର କରିବା ପାଇଁ ଲୋକମାନେ ମାର୍କେଟରୁ ବିଭିନ୍ନ କସମେଟିକ୍ସ ଆଣି ବ୍ୟବହାର କରିଥାନ୍ତି ।

ହେଲେ ଏହାର ସାଇଡ ଇଫେକ୍ଟ ପାଇଁ ଚୁଟି ଓ ଚେହେରା ଅଧିକ ଖରାପ ହୋଇଥାଏ । କିନ୍ତୁ ଆଜି ଆମେ ଆପଣମାଙ୍କୁ ଏମିତି ଏକ ଘରୋଇ ଉପାୟ ବିଷୟରେ କହିବୁ ଯାହାକୁ ଆପଣ ବ୍ୟବହାର କରି ଏହି ଦୁଇଟି ସମସ୍ୟାକୁ ଦୂର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।


ମେଥି


ଡ୍ୟାଣ୍ଡ୍ରଫକୁ ଦୂର କରିବା ପାଇଁ ମେଥି ବହୁତ ଲାଭଦାୟକ ହୋଇଥାଏ । ଏଥିପାଇଁ ନଡିଆ ତେଲରେ ମେଥି ପାଉଡର ମିଶାଇ ଦିଅନ୍ତୁ । ଏହା ପରେ ଏହି ତେଲକୁ ଗରମ କରି ଭଲ ଭାବରେ ଛାଣି ଦିଅନ୍ତୁ । ସବୁ ଦିନ ରାତିରେ ଏହି ତେଲକୁ ନିଜ ଚୁଟିରେ ଲଗାନ୍ତୁ । ଏହା ଛଡା ଆପଣ ନିଜ ଚୁଟିରେ ମେଥିର ପେଷ୍ଟ ମଧ୍ୟ ଲଗାଇ ପାରିବେ । ଏହି ପେଷ୍ଟକୁ ଚୁଟିରେ ଲଗାଇ ୩୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହା ଶୁଖିବା ପରେ ଚୁଟିକୁ ପାଣିରେ ଧୋଇ ଦିଅନ୍ତୁ । ଏହି ଦୁଇଟି ଉପାୟରେ ଆପଣ ନିଜ ଚୁଟିରେ ଥିବା ରୁପିକୁ ଦୁର କରିପାରିବେ ।


ପିମ୍ପଲକୁ ଦୁର କରିବ ମେଥି

ମେଥି ପାଣିରେ ଚେହେରାକୁ ଧୋଇଲେ ଚେହେରାରୁ ପିମ୍ପଲ ଦୂର ହୋଇଯିବ । ଏଥିପାଇଁ ଆପଣ ଅଳ୍ପ ମେଥିକୁ ପାଣିରେ ଭିଜେଇ ଦିଅନ୍ତୁ । ଏହି ପାଣିକୁ ୩ ଘଣ୍ଟା ପର୍ଯ୍ୟନ୍ତ ସେମତି ଛାଡି ଦିଅନ୍ତୁ । ୩ ଘଣ୍ଟା ପରେ ପାଣିରୁ ମେଥିକୁ ଛାଣି ଦିଅନ୍ତୁ ଓ ଏହି ମେଥି ପାଣିରେ କମ ସେ କମ ଦିନକୁ ୪ ଥର ନିଜ ଚେହେରାକୁ ଧୁଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଚେହେରାରୁ ପିମ୍ପଲ ଦୂର ହେବା ସହ ଚେହେରା ସଫା ଓ ସତେଜ ଦେଖାଯିବ । ଏହା ଛଡା ଆପଣ ମେଥି ପେଷ୍ଟ ମଧ୍ୟ ବ୍ୟବହାର କରିପାରିବେ । ଏହି ସବୁ ଉପାୟକୁ ବ୍ୟବହାର କରି ଡ୍ୟାଣ୍ଡ୍ରଫ ଓ ପିମ୍ପଲକୁ ଦୁର କରାଯାଇପାରିବ ।