ଏହି ମନ୍ଦିରରେ ପ୍ରବେଶ କରିବା ମାତ୍ରେ ହିଁ ପୁରୁଷ ହୋଇ ଯାଇଥାଏ ମହିଳା, ଜାଣନ୍ତୁ ଆଶ୍ଚର୍ଯ୍ୟ କରିଦେବା ଭଳି ରାଜ

ମନୋକାମନା ପୂର୍ତ୍ତି ପାଇଁ ଉଭୟ ମହିଳା ଓ ପୁରୁଷ ଦୁଇ ଜଣ ହିଁ ମନ୍ଦିରକୁ ଯାଇଥାନ୍ତି । କିନ୍ତୁ କଣ ଆପଣ କୌଣସି ଏମିତି ମନ୍ଦିର ଦେଖିଛନ୍ତି ଯେଉଁଠିକୁ ଯିବା ପରେ ପୁରୁଷ ମହିଳା ହୋଇ ଯାଆନ୍ତି । କହିବାକୁ ଗଲେ ଏହିଭଳି ଏକ ମନ୍ଦିର କେରଳର କୋଲ୍ଲମ ଜିଲ୍ଲାରେ ଅବସ୍ଥିତ । ଏହାର ନାମ କୋଟ୍ଟନକୁଲଗଂରା ଶ୍ରୀଦେବୀ ମନ୍ଦିର ଅଟେ । ଆଜି ଆମେ ଆପଣଙ୍କୁ ଏହି ମନ୍ଦିର ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଏହା ବହୁତ ପ୍ରାଚୀନ ମନ୍ଦିର ଅଟେ । ଏଠିକାର ପରମ୍ପରା ବି ବିଲକୁଲ ଅଦ୍ଭୁତ ଅଟେ । ଏହି ମନ୍ଦିରରେ ପୁରୁଷମାନେ ବିନା ସ୍ତ୍ରୀ ରୂପ ଧାରଣ କରି ପ୍ରବେଶ କରି ପାରିବେ ନାହିଁ । କୁହାଯାଏ କି ଏହା ଏକ ଦେବୀଙ୍କ ମନ୍ଦିର ଅଟେ, ଯାହାଙ୍କୁ ପୂଜା କରିବାର ଅଧିକାର କେବଳ ମହିଳାମାନଙ୍କୁ ହିଁ ମିଳିଛି । ଏମିତିରେ ପୁରୁଷମାନେ ଏହି ମନ୍ଦିରକୁ ନିଜର ସାମାନ୍ୟ ରୂପରେ ପ୍ରବେଶ କରି ପାରିବେ ନାହିଁ ।

ଏହି ମନ୍ଦିରକୁ ଯିବା ପାଇଁ ପୁରୁଷମାନଙ୍କୁ ଶାଢୀ ପିନ୍ଧିବା ଜରୁରୀ ଅଟେ । ଏହା ସହିତ ତାଙ୍କୁ ପୁରା ଷୋଳ ଶୃଙ୍ଗାର କରିବାକୁ ବି ପଡିଥାଏ । ତେବେ ଯାଇ ସେ ସ୍ତ୍ରୀ ରୂପରେ ନଜର ଆସନ୍ତି । ଲୋକମାନେ ଏଠି ପୂର୍ଣ୍ଣ ଶ୍ରଦ୍ଧାର ସହିତ ଦର୍ଶନ ପାଇଁ ଆସିଥାନ୍ତି । ପୁରୁଷମାନଙ୍କୁ ସ୍ତ୍ରୀ ରୂପରେ ସଜେଇବା ପାଇଁ ମନ୍ଦିର ପରିସରରେ ଗୋଟିଏ ଘର ବି ତିଆରି କରାଯାଇଛି । ଯେଉଁଠି ସ୍ତ୍ରୀମାନଙ୍କ ବେଶଭୁଷା ଠାରୁ ନେଇ ନକଲି ଚୁଟି ଏବଂ ଗହଣା ବି ଅଛି ।

କେତେକ ପୁରୁଷମାନେ ନିଜର ମନୋକାମନା ପୁରା ହେବା ପରେ ଏଠି ଶୃଙ୍ଗାରର ଜିନିଷ ଭେଟ ସ୍ୱରୂପ ଦିଅନ୍ତି । ମାନ୍ୟତା ଅଛି କି ଏଠି ଯିଏ ବି ଶ୍ରଦ୍ଧାର ସହିତ ମନୋକାମନା ମାଗିଥାଏ, ତାହାର ସବୁ ମନୋକାମନା ନିଶ୍ଚିତ ପୁରା ହୋଇଥାଏ । ଏସବୁ ସତ୍ତ୍ୱେ ବି ପୁରୁଷମାନଙ୍କ ସଂଖ୍ୟା ଏଠି ଅଧିକ ହୋଇଥାଏ । ଏହି ମନ୍ଦିରରେ ଚାମ୍ୟାବିଲକ୍କୂ ଉତ୍ସବ ବି ପାଳନ କରାଯାଏ ।

ଏହି ସମାରୋହରେ ସାମିଲ ହେବା ପାଇଁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ପୁରୁଷମାନେ ଓ କିନ୍ନରମାନେ ବି ଆସିଥାନ୍ତି । ଏହି ମନ୍ଦିର ବହୁତ ପ୍ରାଚୀନ ଅଟେ । ଏହି ମନ୍ଦିର ନିଜର ପ୍ରାକୃତିକ ସ୍ୱରୂପରେ ଅଛି । ଏହି ରାଜ୍ୟର ଏହା ଏକ ଏମିତି ମନ୍ଦିର ଅଟେ ଯେଉଁଠି ଏହି ମନ୍ଦିର ଉପରେ ନା ହିଁ କୌଣସି ଛାତ ଓ ନା ହିଁ କୌଣସି କଳସ ଅଛି । ଏହି ମନ୍ଦିରରେ ପ୍ରବେଶ କରିବା ପାଇଁ ପୁରୁଷମାନେ ଶାଢୀ ପିନ୍ଧିବା ପଛରେ ଏକ ପୌରାଣିକ ମାନ୍ୟତା ବି ଅଛି ।

ମାନ୍ୟତା ଅନୁସାରେ କିଛି ପଶୁଚରାଳି ମହିଳାମାନଙ୍କ କପଡା ପିନ୍ଧି ଏକ ପଥର ଉପରେ ଫୁଲ ଅର୍ପଣ କରିଥିଲେ । ଯାହା ପରେ ସେହି ପଥରରୁ ଦିବ୍ୟ ଶକ୍ତି ବାହାରିବାକୁ ଲାଗିଲା । ଏହା ପରେ ଏହି ସ୍ଥାନରେ ମନ୍ଦିର ତିଆରି କରାଗଲା । ଅନ୍ୟ ଏକ ମାନ୍ୟତା ଅନୁସାରେ କିଛି ଲୋକ ମନ୍ଦିରରେ ଥିବା ଏକ ପଥର ଉପରେ ନଡିଆ ଭାଙ୍ଗିବାରୁ ସେହି ପଥରରୁ ରକ୍ତ ବାହାରିବାକୁ ଲାଗିଲା ଯାହା ପରେ ଲୋକମାନେ ଏହି ପଥରକୁ ପୂଜା କରିବାକୁ ଲାଗିଲେ ।

କୁହାଯାଏ କି ଏଠିକାର ଦେବୀ ଏହି ପଥର ସ୍ଵରୂପରେ ଅଛନ୍ତି । ସେଥିପାଇଁ ପଥରରୁ ରକ୍ତ ବାହାରିଲା । ଏଠି ପୂଜା କରିବା ଦର୍ଶନ କରିବା ପରେ ଭକ୍ତମାନଙ୍କର ସବୁ କଷ୍ଟ ଦୂର ହୋଇଯାଏ ।