ବର ଯୌତୁକରେ ମାଗିଲା ମହଙ୍ଗା କାର, ତା’ ପରେ ଝିଅ କଲା କିଛି ଏମିତି କାମ କି ଦେଖି କାନ୍ଦିବାକୁ ଲାଗିଲା ବର

ଭାରତୀୟ ସଂସ୍କୃତି ଅନୁସାରେ ବିବାହ ଏକ ଏମିତି ବନ୍ଧନ ଯାହା ଉଭୟ ଗୋଟେ ପୁଅ ଓ ଝିଅକୁ ସବୁ ଦିନ ପାଇଁ ବାନ୍ଧି ରଖିଥାଏ । ମଣିଷ ଜୀବନରେ ଥରେ ବିବାହ କରେ । ଏହି ବିବାହକୁ ଗୋଟେ ସ୍ମୂରତି ଭାବେ ମଣିଷ ନିଜ ମନରେ ସାଇତି ରଖିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବିବାହ ବିଷୟରେ କହିବାକୁ ଯାଉଛି ଯାହା ଆଗରୁ କେବେ ହୋଇ ନ ଥିଲା ।ବିବାହ ସମୟରେ ପୁଅ ଘର ଯୌତୁକ ମାଗିଥାନ୍ତି ତ ଅନ୍ୟ ପରେ ଝିଅ ଘର ଯୌତୁକ ନିଜ ଇଚ୍ଛାରେ ଦେଇଥାନ୍ତି । ଏଭଳି କିଛି ଘଟଣା ପ୍ରତାପଗଡରେ ଘଟିଛି ।

ଯେଉଁ ବ୍ଯକ୍ତିର ବିବାହ ହୋଇଛି ତାହର ନାମ ହେଉଛି ରବି ଓ ସଞ୍ଜୁଙ୍କର ୧୮ ଏପ୍ରିଲରେ ବିବାହ ସମ୍ପନ ହୋଇଛି । ରବି ଘର ଲୋକ ଯେଉଁ ସବୁ ଯୌତୁକ ବାବଦକୁ ଡିମାଣ୍ଡ କରିଥିଲେ ସେ ସବୁ ସଞ୍ଜୁ ଘର ଲୋକ ଦେଇଥିଲେ ।

କିନ୍ତୁ ବିଦାୟୀ ସମୟରେ ରବି ଏମିତି ଏକ ଅଜବ ଡିମାଣ୍ଡ କରଥିଲା ତାକୁ ଦେଖି ସଞ୍ଜୁ ଏପରି କଡା ଉତ୍ତର ଦେଇଥିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ରବି ଡିମାଣ୍ଡରେ ଗୋଟେ ଦାମୀ କାର ମାଗିଥିଲେ ଯାହାକୁ ଶୁଣି ସଞ୍ଜୁ ତାଙ୍କ ସହ ତାଙ୍କ ଘରକୁ ଯିବା ପାଇଁ ମନା କରିଦେଇ ଥିଲେ । ଏହା ପରେ ଝିଅ ଘର ଲୋକ ମାନେ ବର ଘର ଲୋକଙ୍କୁ ବନ୍ଦୀ କରିଦେଲେ ।

ବର ପକ୍ଷରୁ ଆସିଥିବା ସବୁ ଗାଡିକୁ ପମ୍ପଚର କରିଦେଲେ । ଏହା ପରେ ସେହି ସ୍ଥାନରେ ପୋଲିସ ଆସି ସେଠାରେ ବର ପକ୍ଷରୁ ଆସିଥିବା ଲୋକଙ୍କୁ ଆରେଷ୍ଟ କରିଥିଲା । ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାରେ ଅନ୍ୟ ଏକ ଘଟଣା ଘଟିଛି । ୧୫ ଫେବୃଆରିରେ ବିନୀତ ଓ ଶିବାଙ୍ଗୀଙ୍କର ବିବାହ ହେଉଥିବା ସମୟରେ ଯେତେବେଳେ ସାତ ଫେରା ନେବାର ଥିଲା ସେତେବେଳେ ବିନୀତ କନ୍ୟା ତାର ସୁଟକେସରେ କଣ ନେବା ତାହା ଦେଖିବାକୁ ଜିଦି କରିଥିଲା । ଏହା ପରେ ଉଭୟ ବର ଓ କନ୍ୟା ପକ୍ଷରୁ କଳହ ଆରମ୍ଭ ହୋଇଥିଲା ଯାହା ପରିଣାମ ସ୍ୱରୂପ ବରକୁ ଏକା ଘରକୁ ଫେରିବାକୁ ପଡିଥିଲା ।

କାରଣ କନ୍ୟାଟି ଏଭଳି ଲୋଭୀ ବ୍ୟକ୍ତି ସହ ବିବାହ କରିବା ମନା କରିଥିଲା । ଅନ୍ୟ ଏକ ବିବାହରେ ବର ବାଇକ ଡିମାଣ୍ଡ କରିବାରୁ କନ୍ୟା ପକ୍ଷ ବର ଓ ତାର ଭାଇକୁ ବନ୍ଦୀ କରି ତାଙ୍କ ଠାରୁ ବାହାଘରେ ଖର୍ଚ୍ଚ ହୋଇଥିବା ସବୁ ଟଙ୍କା ନେବା ପରେ ସେମାନଙ୍କୁ ଛାଡିଥିଲେ । ଅନ୍ୟ ଏକ ବିବାହରେ ବରର ଜିଜା କନ୍ୟା ଘରର ମହିଳା ମାନଙ୍କୁ ଖରାପ ବ୍ୟବହାର କରିଥିଲେ ।

ଯାହାର ପରିଣାମ ସ୍ୱରୂପ ବର ପକ୍ଷକୁ ପୋଲିସ ଷ୍ଟେସନ ଯିବାକୁ ପଡିଥିଲା ଓ ଏହି ବିବାହ ରଦ୍ଦ ହୋଇଥିଲା । ଅନ୍ୟ ଏକ ବିବାହରେ ବରମାଳା ହେବା ସମୟରେ ବର କନ୍ୟା ପକ୍ଷରୁ ଗାଡି ଡିମାଣ୍ଡ କରିଥିଲା । ଏହା ଦେଖି କନ୍ୟାଟି ଏପରି କଥାବାର୍ତ୍ତା ବର ଘର ଲୋକଙ୍କୁ କରିଥିଲା ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ । ଏଭଳି ଭାବେ କନ୍ୟା ଘର ଲୋକେ ବର ପକ୍ଷକୁ ଯୌତୁକ ଡିମାଣ୍ଡ କରିଥିବାରୁ ଉଚିତ ଶାସ୍ତି ଦେଇଥିଲେ ।

ଏହା ଉପରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ