Cyclone Jawad Update: ବାତ୍ୟା ଜୱାଦ ଆଣିବ 12 ଫୁଟ ଉଚ୍ଚର ଜୁଆର, ରୁହନ୍ତୁ ସାବଧାନ !

ବନ୍ଧୁଗଣ, ଘଣ୍ଟା ପ୍ରତି ୨୦ କିଲୋ ମିଟର ବେଗରେ ବାତ୍ୟା ଜୱାଦ୍ ସ୍ଥଳ ଭାଗ ଆଡ଼କୁ ଆସୁଥିବା ବେଳେ ସମୁଦ୍ର ଅଶାନ୍ତ ନେଇ ସତର୍କ କରିଛି ପାଣିପାଗ ବିଭାଗ । ଆସନ୍ତା କାଲି ଅମାବାସ୍ୟା ଥିବାରୁ ସମୁଦ୍ର ରେ ୬ ଫୁଟ ରୁ ୧୨ ଫୁଟ ଉଚ୍ଚ ର ଜୁଆର ଆସିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷ ରୁ କୁହାଯାଇଛି । ଏହି ସମୟରେ ଓଡ଼ିଶା ଉପକୂଳ ରେ ତଳିଆ ଅଞ୍ଚଳ ରେ ଏହାର ପ୍ରଭାବ ପଡ଼ିବ ।

ତେବେ ଏପରିକି କିଛି ଅଞ୍ଚଳ ଜଳମଗ୍ନ ହେବାର ସମ୍ଭବନା ମଧ୍ୟ ରହିଅଛି । ସେହିଭଳି ରବିବାର ମଧ୍ୟାହ୍ନରେ ସ୍ଵାଭାବିକ ଜୁଆର ଠାରୁ ୧.୫ ଫୁଟ୍ ଉଚ୍ଚ ର ଜୁଆର ମଧ୍ୟ ଆସିପାରେ । ୪ ଟି ବନ୍ଦର ଗୋପାଳପୁର, ପୁରୀ, ପାରାଦୀପ, ଧାମରା ବନ୍ଦରରେ ବିପଦ ସଙ୍କେତ ଦିଆ ଯାଇଛି । ତେବେ ଯେଉଁ ପ୍ରକାରର ସୂଚନା ଆସିଅଛି ଯେ ୧୨ ଫୁଟ ଉଚ୍ଚର ଜୁଆର ଆସିବାର ସମ୍ଭାବନା ରହିଅଛି । ଏହି ସମୟରେ ଓଡିଶା ଉପକୂଳ ରେ ତଳିଆ ଅଞ୍ଚଳରେ ଏହାର ପ୍ରଭାବ ପଡିବ ବୋଲି କୁହାଯାଉଅଛି ।

ଏଭଳି କି କିଛି ଅଞ୍ଚଳ ଜଳ ମଗ୍ନ ହେବାର ଆଶଙ୍କା ମଧ୍ୟ ରହିଛି । ତେବେ ସ୍ଵାଭାବିକ ଜୁଆର ଠାରୁ ପ୍ରାୟ ଦେଢ ଫୁଟ ଉଚ୍ଚର ଜୁଆର ଆସିବା ର ଆଶଙ୍କା ଜନ ସାଧାରଣକୁ ବିଚଳିତ କରିଅଛି । ପାରାଦୀପ, ଧାମରା ନିକଟରେ ୪ ନମ୍ବର ବିପଦ ସଙ୍କେତ ଦିଆଯାଇଅଛି । ସୂଚନା ଅନୁଯାୟୀ ଅମାବାସ୍ୟା ରହି ଥିବାରୁ ଜୁଆରିଆ ରହିବ ସମୁଦ୍ର ବୋଲି ଆକଳନ କରାଯାଇଅଛି । ବାତ୍ୟା ଜୱାଦ୍ ର ପ୍ରଭାବ ରେ ଅଶାନ୍ତ ରହିବ ସମୁଦ୍ର ଏହି ସୂଚନା ପାଣିପାଗ ପକ୍ଷରୁ ଦିଆ ଯାଇଛି ।

ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନାକରାଯାଇଅଛି । ବାରମ୍ବାର ଏହିଭଳି ଲଘୁଚାପ ଏବଂ ପରେ ତାହା ବାତ୍ୟାର ରୂପ ନେଇ ଓଡିଶା ବାସୀ ଙ୍କୁ ନାନା ପ୍ରକାରର ସମସ୍ୟା ରେ ପକାଉଛି ପ୍ରକୃତି । ଏହିଭଳି ପରିସ୍ଥିତି ରେ ଜନସାଧାରଣଙ୍କ ଯାତାୟତ ରେ ବାଧା ସୃଷ୍ଟି ହେବା ସହିତ ସମସ୍ତ ଜରୁରୀ କାଳୀନ ଆବଶ୍ୟକ ମଧ୍ୟ ସେମାନେ ସଂପୂର୍ଣ୍ଣ କରି ପାରୁ ନାହାଁନ୍ତି । ଏଣୁ ଆପଣ ମାନେ ସତର୍କ ରୁହନ୍ତୁ କାରଣ ନିଜ ସୁରକ୍ଷା ନିଜ ହାତରେ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।