ଲୋକପ୍ରିୟ ଓଡିଆ ଚଳଚ୍ଚିତ୍ର “ଜଗା ହାତରେ ପଘା” ରେ ଅଭିନେତ୍ରୀ ଅପରାଜିତା ମହାନ୍ତି ଶଗଡରେ ବସି ବିଦା ହେବା ବେଳର ଦୃଶ୍ୟ ଆଜି ବି ଲୋକଙ୍କ ମନରେ ତାଜା ହୋଇ ରହିଛି । ତେବେ ଏଭଳି କିଛି ଦୃଶ୍ୟ ଏବେ ରିୟଲ ଲାଇଫରେ ଦେଖିବାକୁ ମିଳିଛି । କନ୍ୟାଙ୍କର ରୀତିନୀତିରେ ବାହାଘର ଶେଷ ହେବା ପରେ ସେ ବଳଦଗାଡିରେ ବସି ବିଦା ହେଉଥିବାର ଦେଖିବାକୁ ମିଳିଛି । ଫୁଲସଜ୍ଜା କାରରେ ନୁହେଁ ବରଂ ସଜା ହୋଇଥିବା ବଳଦଗାଡିରେ ବସି ଶାଶୁଘରକୁ ଯାଉଛନ୍ତି କନ୍ୟା ।
ଶଗଡଟି ରଙ୍ଗମାଟିରେ ଲିପା ହୋଇଛି ଓ ପିଠଉ ଝୋଟି ଚିତାରେ ସଜିତ ହୋଇଛି । ଶଗଡ ଉପରେ ବାଉଁଶ ପାଟିଆରେ ଘରଟିଏ ତିଆରି ହୋଇଛି ଓ ରଙ୍ଗୀନ କପଡା ଓ ଫୁଲମାଳରେ ଏହା ବେଶ ସୁନ୍ଦର ଦିଶୁଛି । ଶଗଡ ଭିତରେ ଶାଶୁଘର ଯିବାକୁ ବସିଛି ସୁନା କନିଆଁ । ଦୁଇ ବଳୁଆ ବଳଦ ଶଗଡ ଗାଡିକୁ ଟାଣି ଟାଣି ଶାଶୁଘର ନେଇ ଯାଉଛନ୍ତି ଆଉ ଆଗରେ ବଳଦଗାଡିକୁ ବାଟ କଢାଉଛନ୍ତି ଜଣେ ଲୋକ । ଗଞ୍ଜାମ ଜିଲ୍ଲାର ବାଙ୍କତରା ଗାଁରେ ଏମିତି ଏକ ନିଆରା ବାହାଘରର ଦୃଶ୍ୟ ଦେଖିବାକୁ ମିଳିଛି ।
ଯାହାର ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବା ପରେ ଏବେ ଏହାକୁ ନେଇ ସବୁଆଡେ ଚାଲିଛି ଚର୍ଚ୍ଚା । ବର ଘୋଡାରେ ଚଢି ବିବାହ ମଣ୍ଡପକୁ ଆସିଥିବା ବେଳେ କନିଆଁ ଶଗଡ ଗାଡିରେ ବସି ଶାଶୁଘର ଯାଇଥିଲେ । ଏନେଇ କନିଆଁ କହିଛନ୍ତି କି, ତାଙ୍କୁ ବହୁତ ଭଲ ଲାଗିଥିଲା । ତାଙ୍କ ଶାଶୁଘର ଲୋକ ବୋହୂକୁ ଶଗଡରେ ନେଇଯିବେ ବୋଲି ସମସ୍ତ ଯୋଜନା କରିଥିଲେ ।
ଆଉ ବିଦା ହୋଇ ଶଗଡରେ ବସିକି ଶାଶୁଘରକୁ ଆସିବା ଅନୁଭୂତି ବହୁତ ନିଆରା ଥିଲା ବୋଲି କହିଛନ୍ତି କନିଆଁ ସରିତା ବେହେରା ଓରଫ ରିଙ୍କି । ବାଙ୍କତରା ଗାଁର ମହେନ୍ଦ୍ର ନାୟକଙ୍କ ସହ ତାଙ୍କର ବିବାହ ବେଶ ନିଆରା ଢଙ୍ଗରେ ସମ୍ପନ୍ନ ହୋଇଛି । ପୁରୁଣା ପରମ୍ପରାକୁ ପୁଣି ଥରେ ସାମ୍ନାକୁ ଆଣିବା ପାଇଁ ସରିତାଙ୍କ ବର ଚାହିଁଥିଲେ ଓ ଏନେଇ ସରିତାଙ୍କୁ ବୁଝାଇବା ପରେ ସରିତା ମଧ୍ୟ ଏଥିପାଇଁ ରାଜି ହୋଇଥିଲେ । ଉଭୟ ସରିତା ଓ ମହେନ୍ଦ୍ର ଗୋଟିଏ ଶ୍ରେଣୀରେ ପାଠ ପଢୁଥିଲେ ।
ପାଠପଢା ପରେ ଭୁବନେଶ୍ବରରେ ଏକ ଘରୋଇ କମ୍ପାନୀରେ ରହି ସେମାନେ କାମ କରୁଥିଲେ । ପରସ୍ପରକୁ ପସନ୍ଦ କରି ଘରଲୋକଙ୍କ ସହମତିରେ ସେମାନେ ବିବାହ କରିଛନ୍ତି । ଆଉ ବାହାଘରରେ ଏଭଳି କିଛି ନିଆରା ପରମ୍ପରାକୁ ସାମ୍ନାକୁ ଆଣିବା ଘଟଣା ଏବେ ସମସ୍ତଙ୍କୁ ବେଶ ପସନ୍ଦ ଆସୁଛି । ଆଜିର ଜମାନାରେ ଏମିତି ବାହାଘର ଦେଖି ଆପଣଙ୍କୁ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।