ଗୁଜୁରାଟ ରାଜ୍ୟରେ ରହୁଥିବା ଭାବି ତିନି ବର୍ଷ ପୂର୍ବେ ନିଜ ପିତାକୁ ଏକ ନୂତନ ଜୀବନ ଦେଇଥିଲା । ନିଜ ପିତାର ଜନ୍ମ ଦିନରେ ସେ ନିଜର ପିତାକୁ ଲିବର ଡୋନେଟ କରିଥିଲା । ଭାବିର ପିତା ବିଶ୍ଵଜିତ ମେହତା ଏକ ଡାୟମଣ୍ଡ କମ୍ପାନୀର ମ୍ୟାନଜର ପଦରେ କାର୍ଯ୍ୟରତ ଅଛନ୍ତି । ସେହି ସମୟରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଗଲା । ସ୍ୱାସ୍ଥ୍ୟ ଖରାପ ହେବା ପରେ ଯେତେବେଳେ ପର୍ଯ୍ୟନ୍ତ ବିଶ୍ଵଜିତ ମେହତା ନିଜର ଚେକଅପ କରାଇଲେ ତେବେ ତାଙ୍କର ଲିବର ଖରାପ ବାହାରିଲା । ଯାହା ପରେ ଭାବି ନିଜର ପିତାକୁ ନିଜର ଲିବର ଦାନ କରି ନିଜର ପିତାକୁ ଏକ ନୂତନ ଜୀବନ ଦେଇଥିଲେ ।
ବର୍ଷ ୨୦୧୪ରେ ହୋଇଥିଲା ଲିବର ଖରାପ
ବିଶ୍ଵଜିତ ମେହତାକୁ ଲିବର ୨୦୧୪ରେ ଖରାପ ହୋଇଥିଲା । ଯାହା ପରେ ଡାକ୍ତରମାନେ ତାଙ୍କୁ ଲିବର ଟ୍ରାଂସପ୍ଲାଂଟ ପାଇଁ କହିଲେ । ଏହା ପରେ ବହୁତ ଲୋକମାନେ ନିଜର ଲିବର ଦେବା ପାଇଁ ତାଙ୍କ ସାମନାରେ ପ୍ରସ୍ତାବ ରଖିଲେ । କିନ୍ତୁ ଶେଷରେ ୨୦୧୬ରେ ଭାବି ପିତାଙ୍କର ଜନ୍ମ ଦିବସରେ ନିଜର ଲିବରକୁ ପିତାଙ୍କୁ ଡୋନେଟ କରି ଥିଲା । ଝିଅର ଲିବର ଡୋନେଟ କରିବା ପରେ ବିଶ୍ଵଜିତ ମେହତା କହିଲେ କି ‘ଏହି ଦୁନିଆରେ ମୋର ଦୁଇଟି ମା ଅଛନ୍ତି ।‘ ଜଣେ ଯିଏ ଜନ୍ମ ଦେଇଛି ଓ ଦ୍ଵିତୀୟ ମୋର ଝିଅ । ସେ କହିଲେ କି ମୁଁ ନିଜର ଝିଅକୁ ବହୁତ ବୁଝାଇଲି କିନ୍ତୁ ସେ ଶୁଣିଲା ନାହିଁ ଓ ମୋତେ ଲିବର ଦେଇଦେଲା ।
ଅନ୍ୟ ପଟେ ଭାବି ଯେତେବେଳେ ୨୦୧୬ରେ ନିଜର ପିତାକୁ ଲିବର ଡୋନେଟ କରିଲା । ସେହି ସମୟରେ ଏହି ଖବର କାନାଡାରେ ରହୁଥିବା ଏକ ଯୁବକକୁ ଜଣା ପଡିଲା ଓ ଏହି ଯୁବକ ଜଣକ ଭାବି ସହ ବିବାହ କରିବା ପାଇଁ ନିଷ୍ପତି ନେଇଗଲା । କହିବାକୁ ଗଲେ ଯେଉଁ ସମୟରେ ଭାବି ନିଜର ପିତାକୁ ଲିବର ଡୋନେଟ କରିଥିଲା । ସେହି ସମୟରେ ତେଜସ ତ୍ରିବେଦୀ କାନାଡାରୁ ଗୁଜୁରାଟ ଆସିଥିଲା ଓ ସେହି ସମୟରେ ସେ ବିବାହ ପାଇଁ ଏକ ଝିଅ ଖୋଜୁ ଥିଲେ ।
ସେହି ସମୟରେ ତେଜସଙ୍କୁ ଭାବି ବିଷୟରେ ଜଣା ପଡିଲା ଓ ତେଜସ ଭାବିରୁ ଦେଖା କରିବାକୁ ନିଷ୍ପତି କରିଲେ । ଭାବି ସହ ଦେଖା କରିବା ପରେ ସେ ବିବାହ କରିବା ପାଇଁ ନିଷ୍ପତି ନେଲେ । ଏହା ପରେ ସେମାନଙ୍କର ପରିବାର ଲୋକମାନେ ବିବାହ କରିଦେଲେ । ଭାବି ଓ ତେଜସ ବର୍ତ୍ତମାନ କାନାଡାରେ ରହୁଛନ୍ତି ଓ ତାଙ୍କର ଏକ ୧୧ ମାସର ପିଲା ବି ଅଛି ।
କଣ ହୋଇଥାଏ ଲିବର ଟ୍ରାଂସପ୍ଲାଂଟ
ଲିବର ଟ୍ରାଂସପ୍ଲାଂଟ ଅନୁସାରେ ଡୋନର ଲିବର କିଛି ଅଂସ ରୋଗୀକୁ ଦିଆ ଯାଇଥାଏ । ଲିବର କିଛି ଅଂସ ଦ୍ଵାରା ହିଁ ରୋଗୀ ଓ ଡୋନର ନିଜର ଜୀବନ କାଟି ଥାନ୍ତି । ପୂରାପୂରି ଲିବର ଖରାପ ହେବା ପରେ ହିଁ ଲିବର ଟ୍ରାଂସପ୍ଲାଂଟ କରାଯାଇଥାଏ ।