‘କମ୍ପାନୀ ମୋ କୁଳ ବୁଡେଇ ଦେଲା’ ମୁଣ୍ଡ ବାଡେଇ କାନ୍ଦୁଛି ବୁଢ଼ୀ ମା’, କୁନି ଝିଅ ଆଖିରୁ ଶୁଖୁନି ଲୁହ, ମୋ ବାପାକୁ ଟିକେ ଦେଖିବି…Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରୁ ପୁଣି ଆସିଛି ଦାଦନ ଦୁଃଖର ତିନୋଟି କରୁଣ ଚିତ୍ର ।  ସ୍ଵାମୀଙ୍କ ଫଟୋକୁ ଧରି ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ । ଦୁଇ କୁନି ପୁଅ-ଝିଅ ଓ ବୃଦ୍ଧ ପିତାମାତାଙ୍କ ଆଖିରୁ ସୁଖୁନି ଲୁହ । ବିଦେଶରୁ ସ୍ଵାମୀଙ୍କୁ ଭଲରେ ଫେରାଇ ଆଣିବା ପାଇଁ କରୁଛନ୍ତି ଆକୁଳ ନିବେଦନ । ବିଦେଶରେ ଜଣେ ଓଡିଆ ଶ୍ରମିକଙ୍କ ମୃ-ତ୍ୟୁ ହୋଇଛି । ଖଲ୍ଲିକୋଟ ଥାନା କମଳାପଦ ଗାଁର ପ୍ରଦୀପ ବାହାନ କିଛି ବର୍ଷ ତଳେ ଏଜେଣ୍ଟ ମାଧ୍ୟମରେ ସୁଦୂର ଓମାନ ଯାଇଥିଲେ । ସେଠାରେ ସେ ଡଲଫିନ ଟ୍ରେଡି॰ ଆଣ୍ଡ ଇନଭେଷ୍ଟମେଣ୍ଟ ଏଲଏଲସି ରେ କାମ କରୁଥିଲେ ।

ଆଉ ଗତ ମଙ୍ଗଳବାର ଦିନ ଏମିତି ଖବର ଆସିଥିଲା ଯାହା ଶୁଣି ପରିବାର ଲୋକେ ହ-ତ-ବା-କ ହୋଇ ଯାଇଥିଲେ । ଓମାନରେ ଥିବା କିଛି ଓଡିଆ ଶ୍ରମିକ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ଯେ ପ୍ରଦୀପଙ୍କର ମୃ-ତ୍ୟୁ ଘଟିଛି । ପ୍ରଦୀପଙ୍କ ମୃତ୍ୟୁ ଖବର ଶୁଣି କାନ୍ଦ ବୋବାଳିରେ ଫାଟି ପଡିଥିଲା ଗାଁ ଦାଣ୍ଡ । ପୁଅର ମୃ-ତ ଶରୀରକୁ ଭିଟାମାଟିକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରୁଛନ୍ତି ପରିବାର ଲୋକେ । କୁନି ଝିଅ ପୂଜା ବାପା ପାଇଁ କଇଁ କଇଁ ହୋଇ କାନ୍ଦୁଛି ।

ପ୍ରଦୀପଙ୍କ ବାପା ଏବେ ତାଙ୍କ ବୋହୂ ଏବଂ ନାତି ନାତୁଣୀଙ୍କ ଦାୟିତ୍ଵ କିପରି ଉଠାଇବେ କହି ଭାଙ୍ଗି ପଡ଼ୁଛନ୍ତି । ଝିଅ ପୂଜା ମଧ୍ୟ ବାପାଙ୍କୁ ଫେରାଇ ଆଣିବାକୁ କହି ନିବେଦନ କରୁଛି । ଏବେ ଓଡିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ତତ୍ତ୍ଵବଧାନରେ ମ-ର ଶରୀରକୁ ଗାଁକୁ ଅଣାଯିବାକୁ ବ୍ୟବସ୍ଥା ହେଉଛି । ଏହାସହ ତାଙ୍କର ମୃ-ତ୍ୟୁ କିପରି ହେଲା ଶ-ବ ବ୍ୟ-ବ-ଚ୍ଛେ-ଦ ରିପୋର୍ଟ ସହ ମ-ର ଶରୀର ପଠାଇବାକୁ ଦାବି କରୁଛନ୍ତି ଘରଲୋକ । କିନ୍ତୁ କମ୍ପାନୀ ପକ୍ଷରୁ ରିପୋର୍ଟ ନ ଦେବାକୁ କୁହାଯାଇଛି ।

ତେବେ ଏହି କମ୍ପାନୀରେ ଆହୁରି ୧୫ ଜଣ ଓଡିଆ ଶ୍ରମିକ କାମ କରୁଥିବା ଜଣାପଡିଛି । ସେମାନେ ଗାଁକୁ ଆସିବାକୁ ଚାହୁଁଥିଲେ ମଧ୍ୟ କମ୍ପାନୀ ସେମାନଙ୍କୁ ଛାଡୁ ନଥିବା ଅ-ଭି-ଯୋ-ଗ ହୋଇଛି । ଏହା ସହ ପ୍ରାୟ ୧୦ ମାସ ହେଲା କମ୍ପାନୀ ଦରମା ଦେଇ ନଥିବା ମଧ୍ୟ ଭି-ଡି-ଓ ମାଧ୍ୟମରେ କହିଛନ୍ତି । ରାଜ୍ୟରେ କାମ ନ ମିଳିବାରୁ ପରିବାର ପୋଷିବା ପାଇଁ ପ୍ରଦୀପ ଯାଇଥିଲେ ବିଦେଶ । ତେବେ ତାଙ୍କ ମୃ-ତ୍ୟୁରେ ପୁରା ଗାଁରେ ଶୋକଛାୟା ଖେଳିଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।