ବାପା ସହିତ Gym ରେ ଚକ୍କର ଚଲାଉଥିବା ବେଳେ ରଙ୍ଗେହାତ୍ ଧରିଲା ମାଆ, ଆଉ ପ୍ରତିଶୋଧ ନେବା ପାଇଁ ଝିଅ ଯାହା କଲା ଜାଣି ଆପଣ ବି ଡରିଯିବେ, ଦେଖନ୍ତୁ ପୁରା ଘଟଣା

କାମ ବାସନା ଓ ଲୋଭ କିପରି ସୁନାର ସଂସାର ଉଜାଡି ଦିଏ ତା’ର ଅନେକ ଉଦାହରଣ ପ୍ରତିଦିନ ଦେଖିବାକୁ ବା ଶୁଣିବାକୁ ମିଳିଥାଏ । ମଣିଷ ଏସବୁରେ ଅନ୍ଧ ହୋଇ ଆଉ କିଛି ଦେଖି ପାରେନି କି ବୁଝି ପାରେନି । ଆଉ କରି ବସେ ଏମିତି କିଛି କାଣ୍ଡ ଯାହା ଶୁଣିବା ଲୋକର ଛତି ଥରାଇ ଦିଏ । ଆଜି ଆମେ ଆପଣଙ୍କୁ ବେଙ୍ଗାଲୁରୁ ସହରରେ ଦିନ ଦ୍ଵିପ୍ରହର ସମୟରେ ହୋଇଥିବା ଏହିପରି ଏକ ଜଘନ୍ୟ ହତ୍ୟାକାଣ୍ଡ ବିଷୟରେ କହିବାକୁ ଯାଉଛୁ ।

ଝିଅ ନିଜ ସାବତ ବାପାକୁ ନିଜ ପ୍ରେମ ଜାଲରେ ଫସାଇ ନିଜ ଜନ୍ମ କଲା ମା’ର ଜୀବନ ମଧ୍ୟ ନେବାକୁ ପଛାଇଲା ନାହିଁ । ମା ଅର୍ଚ୍ଚନା ରେଡ୍ଡୀଙ୍କ ବୟସ 42 ବର୍ଷ । ପ୍ରଥମ ସ୍ଵାମୀଙ୍କ ସହ ତାଙ୍କର ଛାଡପତ୍ର ହୋଇ ଯାଇଥିବା ବେଳେ ତାଙ୍କ ଠାରୁ ଝିଅ ୟୁବିକା ଏବଂ ଆଉ ଏକ ୧୬ ବର୍ଷର ପୁଅ ମଧ୍ୟ ଅଛନ୍ତି । ୟୁବିକାର ବୟସ ୨୧ ବର୍ଷ । ମା ପ୍ରଥମ ସ୍ଵାମୀ ଅରବିନ୍ଦଙ୍କ ଠାରୁ ଛାଡପତ୍ର ବେଳେ ପିଲାଙ୍କ ଲାଳନପାଳନ ପାଇଁ ପ୍ରାୟ ୧୫ କୋଟି ଟଙ୍କା ମିଳିଥିଲା । ଏହି ଟଙ୍କାକୁ ସେ ରିୟଲ ଇଷ୍ଟେଟ ବିଜନେସରେ ନିବେଶ କରିବାକୁ ଭାବିଲେ ।

ଆଉ ସେଠାରେ ସାଦିକଙ୍କ ସହ ତାଙ୍କର ଭେଟ ହୋଇଥିଲା ଓ ଦୁହେଁ ପ୍ରେମରେ ପଡିଥିଲେ । କିଛିଦିନ ପରେ ସେମାନେ ଲିଭ ଇନରେ ରହିବାକୁ ଲାଗିଲେ । କିନ୍ତୁ ସେମାନଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇ ପୋଲିସ ଥାନା ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହା ମଧ୍ୟରେ ଅର୍ଚ୍ଚନାଙ୍କ ଜୀବନରେ ଆସିଥିଲେ ନବୀନ । ନବୀନ ଅର୍ଚ୍ଚନାଙ୍କୁ ସାଦିକଙ୍କ ମାମଲାରେ ସାହାଯ୍ୟ କରୁ କରୁ ପରସ୍ପରର ପ୍ରେମରେ ପଡି ଯାଇଥିଲେ । ଆଉ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସେମାନେ ବିବାହ ମଧ୍ୟ କରି ନେଇଥିଲେ ।

ଝିଅ ୟୁବିକାର ଜିମ୍ ସଉକ ଥିଲା । ସେ ଓ ସାବତ ବାପା ନବୀନ ଜିମରେ ପରସ୍ପରକୁ ଦେଖୁଥିଲେ । ଆଉ ଧୀରେ ଧୀରେ ସେମାନେ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ । କିନ୍ତୁ ସେମାନଙ୍କ ଆଫେୟାର ବିଷୟରେ ମା ଅର୍ଚ୍ଚନା ଜାଣିବା ପରେ ଉଭଯଙ୍କୁ ଘରୁ ବାହାର କରି ଦେଇଥିଲେ । ତେବେ ସାବତ ବାପା ଓ ଝିଅଙ୍କ ପାଖରେ ଥିବା ଟଙ୍କା ଯେତେବେଳେ ସରି ଆସିଥିଲା ସେତେବେଳେ ଝିଅକୁ ମା’ର ୪୦ କୋଟିର ସମ୍ପତ୍ତି ବିଷୟରେ ମନେ ପଡିଥିଲା ।

ସେ ନିଜ ମା’କୁ ଆସି ତା’ ଭାଗ ମାଗିଥିଲେ ମଧ୍ୟ ମା ଦେବାକୁ ମନା କରି ଦେଇଥିଲେ ଏବଂ ଓଲଟା ସ୍ଵାମୀ ନବୀନଙ୍କ ଉପରେ ଯୌତୁକ ନିର୍ଯ୍ୟାତନା ମାମଲା ଲଗାଇ ଦେଇଥିଲେ । ଆଉ ଏହାପରେ ନବୀନଙ୍କ ସହ ମିଶି ୟୁବିକା ମା’କୁ ରାସ୍ତାରୁ ହଟାଇବା ପାଇଁ ଭୟଙ୍କର ଯୋଜନା କରିଥିଲା । ୨୭ ଡିସେମ୍ବର ସକାଳେ ମା’ ଯେମିତି ଘରୁ ବାହାରିବ ସେହି ସମୟରେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା ହେଲା ।

ଆଉ ଯୋଜନା ମୁତାବକ ନବୀନ ଏବଂ ତାଙ୍କ ସାଥିମାନେ ବିଚ୍ ରାସ୍ତାରେ ଅର୍ଚ୍ଚନାଙ୍କୁ ଗାଡିରୁ ବାହାର କରି ମାରଣାସ୍ତ୍ରରେ ହାଣି ପକାଇଥିଲେ । ସେହି ସମୟରେ ଗାଡିରେ ଥିବା ତାଙ୍କ ୧୬ ବର୍ଷୀୟ ପୁଅ ଏବଂ ଡ୍ରାଇଭର ଜୀବନ ବଞ୍ଚାଇ ଦଉଡି ପଳାଇଥିଲେ । ଆଉ ଥାନାରେ ଯାଇ ସମସ୍ତ କଥା କହିବା ପରେ ପୋଲିସ ଯାଞ୍ଚ କରି ହତ୍ୟାକାରୀ ମାନଙ୍କୁ ଗିରଫ କରିଥିଲା ।