ଆକାଶରୁ ଏତେ ମାଛ ବର୍ଷା ହେଲା ଯେ ଲୋକେ ଘରକୁ ବୋହିନେଲେ ! ଏମିତି ଘଟଣା ନ ଦେଖିଲେ ବିଶ୍ବାସ କରିପାରିବେ ନାହିଁ, ଦେଖନ୍ତୁ Video

ଆପଣ ଆକାଶରୁ ବର୍ଷା ହେବା କିମ୍ବା କୁଆ ପଥର ପଡିବା ଦେଖିଥିବେ । କିନ୍ତୁ ଆକାଶରୁ ମାଛ ବର୍ଷା ହେବା କେବେ ଦେଖିଛନ୍ତି କି ? କେବେ ଏମିତି ଚିନ୍ତା ମଧ୍ୟ କରି ନଥିବେ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଖବର ନେଇ ଆସିଛୁ । ଘଟଣାଟି ହେଉଛି ଆମେରିକାର, ଯେଉଁଠି ଆକାଶରୁ ଅଚାନକ ମାଛ ବର୍ଷା ହେବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆମେରିକାର ଟେକ୍ସାସର ଏକ ଛୋଟ ସହରରେ ଏଭଳି ଦେଖିବାକୁ ମିଳିଛି । ଏହି ସହରରେ ବର୍ଷା ହେବା ସାଙ୍ଗକୁ ମାଛ ମଧ୍ୟ ଆକାଶରୁ ପଡୁଥିଲା ।

ଏହି ସହରଟି ଟେକ୍ସାରକାନା ର ସୀମାରେ ଅବସ୍ଥିତ ଅଟେ । ଲୋକମାନେ ଏହି ସୁଯୋଗର ଫାଇଦା ମଧ୍ୟ ଉଠାଇଥିଲେ । ଆକାଶରୁ ବର୍ଷିଥିବା ମାଛ ଗୁଡିକୁ ଜମା କରି ଘରକୁ ନେଇ ଯାଇଥିଲେ । ଯେତେବେଳେ ଆକାଶରୁ ମାଛ ବର୍ଷା ହେଇଥିଲା ସମସ୍ତଙ୍କୁ ଲାଗିଥିଲା କି କୁଆ ପଥର ପଡୁଛି । ସେଥିପାଇଁ କେହି ମଧ୍ୟ ବାହାରକୁ ଯାଇ ନଥିଲେ । କିନ୍ତୁ ଯେତେବେଳେ ବର୍ଷା ସାମାନ୍ଯ କମିଳା ସେତେବଳେ ଲୋକମାନେ ଦେଖିଲେ କି ଏହା କୌଣସି ସାମାନ୍ଯ ବର୍ଷା ନଥିଲା ।

ପୁରା ଟେକ୍ସାରକାନା ସହରରେ ଚାରିଆଡେ ମାଛ ପଡିଥିଲା । ତେବେ ଆପଣ ଭାବୁଥିବେ ଏହା କେମିତି ସମ୍ଭବ ? ପ୍ରକୃତରେ ଯେତେବେଳେ ଟର୍ଣ୍ଣାଡୋ ସମୁଦ୍ରରୁ ସ୍ଥଳଭାଗ ଆଡକୁ ଆସିଥାଏ ସେତେବେଳେ ଏହା ନିଜ ସହ ଛୋଟ ଛୋଟ ମାଛ, ବେଙ୍ଗ, କଙ୍କଡା ଓ ଅନ୍ୟ ସାମୁଦ୍ରିକ ଜୀବଙ୍କୁ ନେଇ ଆସିଥାଏ ଓ ଭୁଇଁରେ ପକାଇ ଦେଇଥାଏ । ୱାଟର ସ୍ପାଉଟ ସୃଷ୍ଟି ହେବା ହେତୁ ମଧ୍ୟ ଏଭଳି ଅନେକ ଥର ହୋଇଥାଏ । ସମୁଦ୍ରର ଉପର ଭାଗରେ ସୃଷ୍ଟି ହୋଇଥିବା ଟର୍ଣ୍ଣାଡୋରେ ମାଛ ମାନେ ଫସି ରହିଥିଲେ ।

ସ୍ଥଳଭାଗକୁ ଆସିବା ପରେ ଯେତେବେଳେ ଟର୍ଣ୍ଣାଡୋ ଦୁର୍ବଳ ହୋଇଥିଲା ସେଥିରୁ ମାଛ ବର୍ଷା ହୋଇ ସ୍ଥଳଭାଗରେ ପଡିଥିଲେ। ଯାହା ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭାଇରାଲ ହେଉଛି । ତେବେ ଏହାକୁ ‘ଆନିମଲ ରେନ୍’ ବୋଲି କୁହାଯାଏ । ଏହା ବହୁତ କମ୍ ଦେଖିବାକୁ ମିଳେ ।

କିନ୍ତୁ ନିହାତି ଭାବେ ଏହା ଖୁବ ଆଶ୍ଚର୍ଯ୍ୟଜନକ ଘଟଣା ଅଟେ । ଆପଣଙ୍କୁ ଏହି ଘଟଣା ବିଷୟରେ ଜାଣି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।