ଦେଖନ୍ତୁ Video: ବାପାଙ୍କ ଶତ୍ରୁତା ଯୋଗୁ ବଳି ପଡିଗଲା ୫ ବର୍ଷୀୟ ନିଷ୍ପାପ ଶିଶୁ, ପୁରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ

କ୍ରୋଧ ମଣିଷର ସବୁଠୁ ବଡ ଶତ୍ରୁ । ମଣିଷ କ୍ରୋ-ଧରେ କେତେବେଳେ ନିଜ ହେୟଜ୍ଞାନ ହରେଇ ବସେ ତାହା ନିଜେ ମଧ୍ୟ ଜାଣି ପାରେ ନାହିଁ । କ୍ରୋଧ ମଣିଷକୁ ଅତ୍ୟନ୍ତ ଅ-ମା-ନୁ-ଷି-କ କାର୍ଯ୍ୟ କରିବାକୁ ବାଧ୍ୟ କରିଦିଏ ।

ଏପରି ଏକ ଘଟଣା ଘଟିଛି ମାଲକାନଗିରିର MV-19 ଗ୍ରାମରେ । ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ବିବାଦ, ବିବାଦରୁ କ୍ରୋଧ ଓ ପ୍ର-ତି-ଶୋ-ଧ ମନୋଭାବ ମଧ୍ୟରେ ବ-ଳି ପଡିଛି ମାତ୍ର ୫ ବର୍ଷ ବୟସର ଏକ ନିଷ୍ପାପ ଶିଶୁ । ବାପାଙ୍କ ଶତ୍ରୁତା ଯୋଗୁଁ ବ-ଳି ପଡିଛି ପାଞ୍ଚ ବର୍ଷର ନିରୀହ ଶିଶୁ । ଅ-ଭି-ଯୁ-କ୍ତ ମନରେ ଏତେ କ୍ରୋଧ ଭରି ଯାଇଥିଲା ଯେ ୫ ବର୍ଷର ନିରୀହ ଶିଶୁକୁ ଶ୍ଵା-ସ-ରୁ-ଦ୍ଧ କରି ହ-ତ୍ୟା କରିବାରେ ମଧ୍ୟ ସେ କୁଣ୍ଠାବୋଧ କରି ନାହିଁ । ହ-ତ୍ୟା କରିବା ପରେ ଶିଶୁ ଟିର ଶ-ବକୁ ନିଜ ଘର ଭିତରେ ଲୁଚାଇ ରଖିଥିଲା ହ-ତ୍ୟା-କା-ରୀ ।

ପୁରା ଘଟଣାଟି ହେଉଛି ମାଲକାନଗିରିର MV-19 ଗ୍ରାମରେ ହରଧନ ମଣ୍ଡଲ ଓ ବିକାଶ ରାୟଙ୍କ ମଧ୍ୟରେ ବହୁ ଦିନ ଧରି ବିବାଦ ଲାଗି ରହିଥିଲା ଏବଂ ସମୟ ଅନୁସାରେ ଏହି ବିବାଦ ବଢିବାକୁ ଲାଗିଥିଲା । ଯାହାଫଳରେ ଅଭିଯୁକ୍ତ ପ୍ର-ତି-ଶୋ-ଧ ପରାୟଣ ହୋଇ ହରଧନଙ୍କ ୫ ବର୍ଷର ଶିଶୁପୁତ୍ର ଅଙ୍କିତ ମଣ୍ଡଲଙ୍କୁ ଅ-ପ-ହ-ର-ଣ କରି ନେଇଥିଲା ।

ଘର ବାହାରେରେ ଖେଳୁଥିବା ପୁଅ ହଠାତ ଅନ୍ତର୍ଦ୍ଧାନ ହୋଇଯିବାରୁ ଘର ଲୋକେ ଅନେକ ଖୋଜାଖୋଜି କରିଥିଲେ । ସାହି ପଡିଶା ମିଶି ମଧ୍ୟ ଅଙ୍କିତଙ୍କୁ ଖୋଜିବାରେ ସହଯୋଗ କରିଥିଲେ ହେଲେ ବି ମିଳି ନ ଥିଲେ ଅଙ୍କିତ । ଶିଶୁ ଟିର ମାଆ ବହୁତ ଡରି ଯାଇ କନ୍ଦାକଟା ମଧ୍ୟ ଆରମ୍ଭ କରି ଦେଇଥିଲେ ।

ତେବେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ପୁଅ ନା ମିଳିବାରୁ ହରଧନ ମାଲକାନଗିରି ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ ଗାଁ କୁ ଆସିବା ତଦନ୍ତ ଆରମ୍ଭ କରିବା ପରେ ହ-ତ୍ୟା-କା-ରୀ ବିକାଶ ରାୟ ନିଜେ ଆସି ଆ-ତ୍ମ-ସ-ମ-ର୍ପଣ କରିଛି । ଶିଶୁ ଟିକୁ ହ-ତ୍ୟା କରି ଅ-ଭି-ଯୁ-କ୍ତ ବିକାଶ ନାୟକ ତାକୁ ନିଜ ଘରେ ଏକ କମଳରେ ଘୋଡାଇ କରି ରଖିଥିଲେ।

ଅନ୍ୟପଟେ ପୋଲିସ ଶିଶୁପୁତ୍ରର ଶ-ବକୁ ଉଦ୍ଧାର କରି ବ୍ୟ-ବ-ଚ୍ଛେ-ଦ ପାଇଁ ଡାକ୍ତରଖାନାକୁ ପଠାଇଛି । ଏହିପରି ଏକ ନି-ର୍ମ-ମ ହ-ତ୍ୟା-କା-ଣ୍ଡକୁ ନେଇ ଗାଁ ରେ ଉତ୍ତେଜନା ଲାଗି ରହିଥିବା ବେଳେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି ।

ତେବେ ଶିଶୁ ଅଙ୍କିତଙ୍କ ଶ-ବକୁ ହସ୍ପିଟାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ବାକି ଶିଶୁ ଟିର ମୃ-ତ୍ୟୁ କେତେ ସମୟ ସମୟ ଆଗରୁ ହୋଇଛି ଓ ଶରୀରରେ ଅନ୍ୟ କୌଣସି ଦାଗ ଅଛି କି ନାହିଁ ଏହା ପୋ-ଷ୍ଟ-ମ-ର୍ଟ-ମ ରି-ପୋ-ର୍ଟରେ ଜଣାପଡିବ ବୋଲି ଡାକ୍ତର କହିଛନ୍ତି ।