ଫ୍ରି ଫାୟାର ଖେଳୁ ଖେଳୁ ହେଇଗଲା ପ୍ରେମ, ବିବାହ ମଣ୍ଡପରେ ଝିଅକୁ ଦେଖି ଯୁବକ ମାରିଲା ଛୁ, ପୁରା ଘଟଣା ଜାଣିଲେ ମୁଣ୍ଡରେ ହାତ ଦେବେ

ଇଣ୍ଟରନେଟରେ ଗେମ ଖେଳିବା ବନ୍ଧୁତା କରିବା ଆଜିକାଲି ପିଲାଙ୍କ ଏକ ସଉକ ହୋଇଯାଇଛି । ଇଣ୍ଟରନେଟରେ ଅତି ସହଜରେ କାହାକୁ ମଧ୍ୟ ଭରସା କରିବା କଥା ନୁହେଁ ଏ କଥା ଜାଣି ମଧ୍ୟ ବୁଝି ପାରୁନାହାନ୍ତି ଆଜିକାଲିର ଯୁବପିଢି ।

ପ୍ରତିଦିନ ଏହିପରି ଅନେକ ମାମଲା ସାମନାକୁ ଆସୁଥିଲେ ମଧ୍ୟ କେହି ଚେତୁ ନାହାନ୍ତି । ତେବେ ଏହିପରି ଜଣେ ଯୁବକଙ୍କୁ ଫ୍ରି ଫାୟାର ଗେମ ଖେଳିବା ପଡିଛି ମହଙ୍ଗା । ଗେମ ଖେଳୁ ଖେଳୁ ଫଟୋରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖି ତରଳି ଯାଇଥିଲା ଯୁବକଙ୍କ ହୃଦୟ । ନମ୍ବର ଆଦାନ ପ୍ରଦାନ ପରେ ଆରମ୍ଭ ହୋଇ ଯାଇଥିଲା ଫୋନରେ କଥାବାର୍ତ୍ତା ଓ କ୍ରମେ ଏହି ସମ୍ପର୍କ ପ୍ରେମରେ ପରିଣତ ହୋଇ ଯାଇଥିଲା ।

ନିଜର ଏହି ଇଣ୍ଟରନେଟ ପ୍ରେମକୁ ବାସ୍ତବ ରୂପ ଦେବା ପାଇଁ ପାଗଳ ହୋଇ ଯାଇଥିଲା ପୁଅ । ଗାଁ ଲୋକଙ୍କ ଆକଟକୁ ନ ମାନି, ଝିଅକୁ ସାମନା ସାମନି ନ ଦେଖି ମଧ୍ୟ ବିବାହ ପାଇଁ ରାଜି ହୋଇ ମନ୍ଦିର ପହଞ୍ଚି ଯାଇଥିଲା ପୁଅ ।

ବେଦିରେ ବସିବା ପରେ କନ୍ଯାର ବୟସ ୩୯ ବର୍ଷ ବୋଲି ଜାଣିବା ପରେ କାନମୁଣ୍ଡା ଆଉଁସି ସୁଯୋଗ ଦେଖି ସେଠାରୁ ଭାଗି ପଳେଇଥିଲା ଯୁବକ । ହେଲେ କନ୍ୟାପକ୍ଷ ପହଞ୍ଚି ଏନେଇ ଥାନାରେ ଅଭିଯୋଗ କରିବା ପରେ ବରପକ୍ଷ ବାଧ୍ୟ ହୋଇ ସେମାନଙ୍କୁ କ୍ଷତିପୂରଣ ବାବଡକୁ ୨୦ ହଜାର ଟଙ୍କା ଦେଇଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଏକ ରୋଚକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ମହାଗବ ଗାଁ ରେ ।

ଫ୍ରି ଫାୟାର ଗେମ ଖେଳୁ ଖେଳୁ ମୟୂରଭଞ୍ଜ ଜିଲ୍ଲା ବାରିପଦା ବସଷ୍ଟାଣ୍ଡ ପାଖରେ ରହୁଥିବା ଉକ୍ତ ଯୁବତୀଙ୍କୁ ପ୍ରେମ କରି ବସିଥିଲେ ଏହି ଯୁବକ ଜଣଙ୍କ । ହ୍ଵାଟ୍ସଆପ୍ ରେ ଫଟୋ ଦିଆନିଆ କରିବା ପରେ ପରସ୍ପରକୁ ମନ ଦେଇ ବସିଥିଲେ ଏହି ଯୁବକ ଓ ଯୁବତୀ । ତେବେ ଯୁବତୀ ଜଣଙ୍କ ଯୁବକଙ୍କୁ ତାଙ୍କର ଏକ ନକଲି ଫଟୋ ପଠାଇବା ସହ ତାଙ୍କ ବସ ମାତ୍ର ୨୩ ବୋଲି କହିଥିଲେ ଯୁବକଙ୍କୁ । ସମ୍ପର୍କ ବଢିବା ପରେ ଯୁବତୀଙ୍କୁ ବିବାହ କରିବେ ବୋଲି ଶପଥ କରିଥିଲେ ଯୁବକ ।

ଏହାପରେ କନ୍ୟାପକ୍ଷ ପୁଅ ଘରକୁ ଆସି ସବୁ ଦେଖାଦେଖି କରି ବିବାହ ତାରିଖ ନିର୍ଦ୍ଧାରିତ କରିଥିଲେ  କିନ୍ତୁ ଏଯାଏ ଯୁବକ ଜଣଙ୍କ ତାଙ୍କ ପ୍ରେମିକାଙ୍କୁ ସମ୍ମୁଖରୁ ଦେଖି ନ ଥିଲେ । ରାଜଘଟାସ୍ଥିତ ସନ୍ତୋଷପୁର ମନ୍ଦିରରେ ବିବାହ କାର୍ଯ୍ୟ ପାଇଁ ବନ୍ଦୋବସ୍ତ କରାଯାଇ ଥିଲା । ଠିକ ସମୟରେ ବର କନ୍ୟା ସେଠାରେ ପହଞ୍ଚି ବେଦିରେ ବସି ଯାଇଥିଲେ । ସେହି ସମୟରେ ମନ୍ଦିର ପ୍ରଶାସନ ପକ୍ଷରୁ ବର କନ୍ୟାଙ୍କ ବୟସ ପ୍ରମାଣପାତ୍ର ଯାଞ୍ଚ ସମୟରେ ଜଣା ପଡିଥିଲା କି ପୁଅକୁ ୨୪ ବର୍ଷ ହୋଇଥିବା ବେଳେ କନ୍ୟାକୁ ୩୯ ବର୍ଷ ।

ଫଟୋରେ ଦେଖିବା ସୁନ୍ଦରୀ ଝିଅ ବଦଳରେ ନିଜ ମା ବୟସର କନ୍ୟାକୁ ଦେଖି ଯୁବକର ବୁଦ୍ଧି ହଜି ଯାଇଥିଲା । ତେବେ ହାତଗଣ୍ଠି ପଡିବ ଆଗରୁ କୌଶଳକ୍ରମେ ସେଠାରୁ ଫେରାର ହୋଇ ଯାଇଥିଲା ଯୁବକ । କନ୍ୟାପକ୍ଷ ସ୍ଥାନୀୟ ସମାଜସେବୀଙ୍କ ସହାୟତାରେ କମର୍ଦ୍ଦା ଥାନାରେ ପହଞ୍ଚି ଅଭିଯୋଗ କରିବାରୁ ପୋଲିସ ବରକୁ ଥାନାକୁ ଡାକି ଥିଲା । ଥାନାରେ ଉଭୟ ପକ୍ଷ ସମାଧାନ କରିବା ସହ ଖ୍ୟାତିପୁର ବାବଦକୁ କନ୍ୟାପକ୍ଷଙ୍କୁ ୨୦ହଜାର ଟଙ୍କା ଦେଇଥିଲେ ବରପକ୍ଷ । ଆମ ପୋଷ୍ଟଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।