ବାପାଙ୍କ ପ୍ଳେନକୁ ସ୍ଵାଗତ କଲେ ପୁଅ, ଡାକୋଟା ଓଡିଶା ଫେରିବା ପରେ ଖୁସିରେ ଗଦଗଦ ହୋଗଲେ CM Naveen Patnaik

ଓଡିଶାକୁ ଐତିହାସିକ ଡାକୋଟା ବିମାନ ଆସିବା ନେଇ ଓଡିଶାବାସୀଙ୍କ ମନରେ ଖୁସି ଲହରୀ ଖେଳିଯାଇଛି । ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଏହି ଐତିହାସିକ ବିମାନ ଆସି ପହଞ୍ଚିଛି । ମଙ୍ଗଳବାର ଦିନ ଏହି ବିମାନ କଲିକତାରୁ ବାହାରି ଆସି ଓଡିଶାରେ ପହଞ୍ଚିଛି । ତିନୋଟି ବଡ ବଡ ଟ୍ରଲରରେ ଏହି ବିମାନ ଆସି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛି । ତେବେ ଡାକୋଟା ବିମାନ ଓଡିଶା ରାଜଧାନୀରେ ପହଞ୍ଚିବା ପରେ ଏହାକାଉ ସ୍ଵାଗତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିମାନ ବନ୍ଦରରେ ଯାଇ ପହଞ୍ଚିଥିଲେ ।

ମୁଖ୍ୟମନ୍ତ୍ରୀ ବେଶ କିଛି ସମୟ ଧରି ଏହି ଐତିହାସିକ ବିମାନକୁ ଅନୁଧ୍ୟାନ କରିବା ସହ ନିଜ ବାପାଙ୍କ ସ୍ମୃତିକୁ ଉଦଜୀବିତ କରିଥିଲେ । ଡାକୋଟା ବିମାନ ସହ ଜଡିତ ଐତିହାସିକ ଘଟଣାକୁ ମନେପକାଇ ଥିଲେ ମୁଖ୍ୟମନ୍ତ୍ରୀ । ଡାକୋଟା ବିମାନ ଓଡିଶା ଆସିବା ପୂର୍ବରୁ ଏହାକୁ ସ୍ଵାଗତ କରିବା ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ଅନ୍ୟ ମାନ୍ୟଗଣ୍ୟ ନେତାଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା । କଳିଙ୍ଗପୁତ୍ର ବିଜୁ ପଟ୍ଟନାୟକଙ୍କ କାହାଣୀ ବୟାନ କରୁଥିବା ଏହି ଡାକୋଟା ବିମାନକୁ ଓଡିଶା ଫେରାଇ ଆଣିବାକୁ ସାଧାରଣରେ ଦାବି ହୋଇ ଆସୁଥିଲା ।

ଆଉ ଶେଷରେ ଏବେ ଡାକୋଟା ବିମାନ ଓଡିଶା ପହଞ୍ଚିବା ପରେ ଏହା ସମସ୍ତଙ୍କୁ ଖୁସି ଦେଉଛି । ଏହି ଡାକୋଟା ବିମାନକୁ ବିଜୁ ପଟ୍ଟନାୟକ କିଣିଥିଲେ ଓ ଫେବୃୟାରୀ 1944 ରେ ଏହା ପ୍ରଥମେ ଉଡାଣ ଭରିଥିଲା । ଏହି ପ୍ଳେନର ବୟସ 86 ବର୍ଷ । ୟୁରୋପରେ ଏହା କିଛି ମାସ ଉଡିବା ପରେ ଏହାକୁ ଭାରତ ଅଣା ଯାଇଥିଲା । ତେବେ ଏହା ଏକ ପାସେଞ୍ଜର ପ୍ଳେନ ନୁହେଁ ।

ବିଜୁ ବାବୁ ନିଜେ ଏହି ପ୍ଳେନ ଉଡାଇଛନ୍ତି । ସେତେବେଳେ କିଛି ସମୟ ଧରି ଇଣ୍ଡିଆ ପୋଷ୍ଟ ପାଇଁ ଏହି ପ୍ଳେନ ଡାକ ବାହକ କାର୍ଯ୍ୟ ମଧ୍ୟ କରୁଥିଲା । ତେବେ ଅନେକ ବର୍ଷ ଧରି ଏହା କଲିକତାର ଏକ ଏୟାରବେସରେ ପଡି ରହିଥିଲା । ପରେ ଯେତେବେଳେ ଜଣାପଡିଲା କି ଏହି ପ୍ଳେନଟିକୁ ବିଜୁ ବାବୁ ଉଡାଇଥିଲେ ଏହାକୁ ଓଡିଶା ଫେରାଇ ଆଣିବାକୁ ଉଦ୍ୟମ କରା ଯାଇଥିଲା । ଆଉ ଏବେ ଦୀର୍ଘ ବର୍ଷ ପରେ ଏହା ଓଡିଶା ଫେରିପାରିଛି ।

ଯାହା କଳିଙ୍ଗପୁତ୍ର ବିଜୁ ବାବୁଙ୍କ ଇତିହାସ ବହନ କରୁଛି । ବାପାଙ୍କ ପ୍ଳେନ ଓଡିଶା ଫେରି ଆସିବା ଦେଖି ନବୀନ ପଟ୍ଟନାୟକ ବହୁତ ଖୁସି ଥିବା କହିଛନ୍ତି । ତେବେ ତାଙ୍କ ମା’ ମଧ୍ୟ ବାପାଙ୍କ ସହ କୋ-ପାଇଲଟ ଭାବେ ଏଥିରେ କାମ କରୁଥିବା ସେ ଖୁଲାସା କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।