ବାପା ଝିଅ ସହ କଲେ କିଛି ଏମିତି ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଝିଅ ନିଜେ ବଖାଣିଲା ସେଦିନ ରାତିର ହୃଦୟ ବିଦାରକ ଘଟଣା

ନାମସ୍କାର ବନ୍ଧୁଗଣ, ବାପା ଶବ୍ଦ ଗୋଟିଏ ଝିଅକୁ ଶକ୍ତି ଯୋଗାଇ ଦେଇଥାଏ । ବାପା ସାଙ୍ଗରେ ଥିଲେ କୌଣସି କଥାର ଡର ନଥାଏ । କାରଣ ଗୋଟିଏ ଝିଅ ପାଇଁ ବାପା ସୁପର ହିରୋ ହୋଇଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ପଞ୍ଜାବର ପଟିଆଲା ସହରର ଏକ ଝିଅ ଅନାମିକା ସନ୍ଧୁ ରୂପେନ୍ଦର କରଙ୍କ ସମ୍ପର୍କରେ ଜଣାଇବାକୁ ଯାଉଛୁ । ଯାହାଙ୍କ ପାଇଁ ବାପା ଶବ୍ଦର ଅର୍ଥ ଅଲଗା ହୋଇଯାଇଛି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଅନାମିକାଙ୍କ ସହ ତାଙ୍କ ବାପା ଘଟାଇଥିବା ଘଟଣା ସମ୍ପର୍କରେ ଯେଉଁଥି ପାଇଁ ସେ ଆଜି ଲଜ୍ଜିତ ।

ଅନାମିକାଙ୍କ ଘର ପଞ୍ଜାବର ପଟିଆଲା ସହରରେ । ତାଙ୍କ ପରିବାରରେ ତାଙ୍କ ବାପା,ମାଆ ଅନାମିକା ଏବଂ ତାଙ୍କର ଦୁଇଟି ସାନ ଭଉଣୀ ରହୁଥିଲେ । ଗୋଟିଏ ହସ ଖୁସିର ପରିବାର ଥିଲା ତାଙ୍କର । ଜୀବନରେ ସବୁ କିଛି ଥାଇ ମଧ୍ୟ ଅନାମିକାଙ୍କ ମନରେ ତାଙ୍କ ବାପାଙ୍କ ପାଇଁ ଡର ବସା ବାନ୍ଧି ରହିସାରିଥିଲା । ଗୋଟିଏ ଦିନ ଅନାମିକାଙ୍କ ବାପା ତାଙ୍କ ରୁମକୁ ଆସି ଅନାମିକାଙ୍କ ସବୁ ଅଙ୍ଗକୁ ଛୁଇଁବାକୁ ଲାଗିଲେ । ଏହି କଥା ଅନାମିକା କାହାକୁ ଜଣାଇବେ ତାହା ଭାବିପାରୁନଥିଲେ । ଏଭଳି ଭାବରେ ତାଙ୍କ ବାପା ତାଙ୍କୁ ଖରାପ ନଜରରେ ଦେଖିବା ଆରମ୍ଭ କରିଦେଇଥିଲେ ।

ଥରେ ଅନାମିକଙ୍କ ମା ତାଙ୍କ ବାପ ଘରକୁ ଯାଇଥିଲେ । ଅନାମିକାଙ୍କ ମାଆ ନିଜ ସହ ତାଙ୍କ ସାନ ଝିଅଙ୍କୁ ମଧ୍ୟ ନେଇ ଯାଇଥିଲେ । ମଝିଆ ଭଉଣୀ ଅନାମିକାଙ୍କ ପାଖରେ ଥିଲା । ସେହିଦିନ ଅନାମିକାଙ୍କ ବାପା ନିଜର ରାକ୍ଷସ ରୂପ ଦେଖାଇଥିଲେ । ଝିଅ ସହ ଜବରଦସ୍ତି କରିବାର ପ୍ରୟାସ କରିଥିଲେ । ପ୍ରଥମ ଥର ଅନାମିକା ସାହସର ସହ ଜୋରେ ଚିଲାଇଥିଲେ । ଏହା ଘଟିବାର ପରଦିନ ଅନାମିକାଙ୍କ ମାଆ ଘରକୁ ଆସିବା ପରେ ଅନାମିକା ତାଙ୍କ ସହ ଘଟି ଆସୁଥିବା ସମସ୍ତ କଥା ଜଣାଇଥିଲେ ।

ତାଙ୍କ ମାଆ ଏହା ଶୁଣି ଯେତେବେଳେ ଆନମିକାଙ୍କ ବାପାଙ୍କୁ ପ୍ରଶ୍ନ କରିଥିଲେ ସେତେବେଳେ ସେ ତାଙ୍କୁ ବହୁତ ମାରିଥିଲେ । ଏହାଦେଖି ଅନାମିକାଙ୍କ ମାଆ ନିଜ ଝିଅର ଇଜ୍ଜତ ସହ ଖେଳିବାର ଆଉ ସୁଯୋଗ ନଦେବା ପାଇଁ ଘର ଛାଡି ନିଜ ବାପ ଘରକୁ ଚାଲିଯାଇଥିଲେ । ସେଠାରେ କିଛି ଦିନ ରହିବା ପରେ ଗାଁ ସାହି ପଡିସା ଲୋକ ଅନାମିକାଙ୍କ ଆଈଙ୍କ କାନ ଭରିବାକୁ ଲାଗିଲେ କି 4ଟା ଝିଅ ବୋଝ କିଏ ଉଠେଇବ । ଏହା ପରେ ଅନାମିକାଙ୍କ ଆଈ ତାଙ୍କୁ ଘରୁ ବାହାର କରିଦେଇଥିଲେ ।

ଏହାପରେ ଅନାମିକାଙ୍କ ମାଆ ବାସନ ମାଜି ନିଜ ଛୁଆ ପିଲା ଚଳାଇବାକୁ ଲାଗିଲେ । ବଡ ଝିଅର ପାଠ ପଢିବା ପାଇଁ ଇଚ୍ଛା ଥିବାରୁ ତାକୁ ଅନାଥ ଆଶ୍ରମରେ ଛାଡିଲେ ପାଠ ପଢିବା ପାଇଁ ସେଠାରେ ସେ ଦଶମ ପର୍ଯ୍ୟନ୍ତ ହିଁ ପଢିପାରିଲେ । ଏହାପରେ ତାଙ୍କ ବାହାଘର କରାଇଦେଲେ ତାଙ୍କ ମାଆ । ହେଲେ ବିବାହ ପରେ ସ୍ଵାମୀ ପଡିଲା ଖରାପ । ସବୁଦିନ ଆସି ଆନମିକାଙ୍କୁ ମାରପିଟ କରିବାକୁ ଲାଗିଲା । ଆନମିକା ନିଜର ସହିବା ଶକ୍ତି ହରାଇ ନିଜ ଦାସ ମାସର ପୁଅ ସହ ମାଆଙ୍କ ଘରକୁ ଆସିଲେ ।

ମା ଏହା ଦେଖି କହିଲେ ତୁ ଯଦି ଏଠି ରହିବୁ ତାହାଲେ ତୋ ସାନ ଭଉଣୀ ଦୁଇ ଜଣଙ୍କ ବିବାହ ହୋଇପାରିବ ନାହିଁ । ଏହା ଶୁଣି ଅନାମିକା ଚାଲିଗଲେ ପୁଣି ନିଜ ରାକ୍ଷସ ସ୍ଵାମୀ ପାଖକୁ । ପୁଣି କଷ୍ଟ ସାହି ନିଜ ମୁଣ୍ଡ ଟେକି ରାସ୍ତା ଚାଲିବା ପାଇଁ ଘରୁ ଚାଲିଗଲେ ନିଜ ଛୋଟ ପୁଅକୁ ନେଇ । ବାହାରେ ଯାଇ ନିଜ ଗୋଡରେ ନିଜେ ଠିଆ ହୋଇ ଆଗକୁ ଆଗକୁ ବଢିବାକୁ ଲାଗିଲେ ।

ଶେଷରେ ତାଙ୍କୁ କାନାଡା ନ୍ୟୁଜ ଚ୍ୟାନେଲରୁ ଆଙ୍କର ପାଇଁ ଅଫର ଆସିଲା । ଆଉ ସେ ଆଙ୍କର ହୋଇଗଲେ । ଏହା ଥିଲା ତାଙ୍କ ସଂଘର୍ଷର କାହାଣୀ । ତେଣୁ ହାରିବା ନୁହେଁ ଲଢିବା ଶିଖିବା ଦରକାର ବୋଲି ସେ କହିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।