ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା ! ଫେବୃୟାରୀରୁ ଟଙ୍କା କାରବାରରେ ହେବାକୁ ଯାଉଛି ଏହି ସବୁ ବିଡ଼ି ପରିବର୍ତ୍ତନ, ନିଶ୍ଚୟ ଜାଣି ରଖନ୍ତୁ !

ସରିବାକୁ ଯାଉଛି ନୂଆବର୍ଷର ପ୍ରଥମ ମାସ । ଆଉ ମାତ୍ର କେଇଟା ଦିନ ପରେ ଆରମ୍ଭ ହୋଇଯିବ ଫେବୃୟାରୀ । ନୂଆ ମାସ ଆରମ୍ଭ ହେଉ ହେଉ ବ୍ଯାଙ୍କ କାରବାର ନିୟମରେ ହେବାକୁ ଯାଉଛି ବଡ ପରିବର୍ତ୍ତନ । ଫେବୃୟାରୀ ୧ ତାରିଖରୁ ବଦଳିଯିବ ଟଙ୍କା କାରବାର ନିୟମ । ଯଦି ଆପଣ ଷ୍ଟେଟ ବ୍ଯାଙ୍କ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ କିମ୍ବା ବ୍ଯାଙ୍କ ଓଫ ବରୋଦାର ଗ୍ରାହକ ହୋଇଥିବେ, ତେବେ ଏହି ନୂଆ ନିୟମ ନିହାତି ଜାଣିରଖନ୍ତୁ ।

ଫେବୃୟାରୀ ମାସ ୧ ତାରିଖରୁ ଏସବିଆଇ, ପିଏନବି ଓ ବିଓବି ସେମାନଙ୍କ ନିୟମରେ କିଛିଟା ପରିବର୍ତ୍ତନ କରିବାକୁ ଯାଉଛନ୍ତି । ବ୍ଯାଙ୍କ ଅଫ ବରୋଦାର ଗ୍ରାହକଙ୍କ ପାଇଁ ଚେକରେ ପେମେଣ୍ଟ କରିବା ସମ୍ବନ୍ଧିତ ନିୟମ ବଦଳିବାକୁ ଯାଉଥିବା ବେଳେ, ଏସବିଆଇ ଓ ପିଏନବି ଟଙ୍କା ନେଣଦେଣ ସମ୍ବନ୍ଧିତ ନିୟମରେ ପରିବର୍ତ୍ତନ କରୁଛନ୍ତି । ଆଗାମୀ ମାସରୁ ଚେକ କ୍ଲିୟରାନ୍ସ ସହ ଜଡିତ କିଛି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି ବ୍ଯାଙ୍କ ଅଫ ବରୋଦା ।

ବିଓବି ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଫେବୃୟାରୀ ୧ ରୁ ଚେକ ପେମେଣ୍ଟ ପାଇଁ କନର୍ଫମେସନ ଅନିବାର୍ଯ୍ୟ ହେବ । କନର୍ଫମେସନ ନ ମିଳିଲେ ଚେକକୁ ଫେରାଇ ଦିଆଯିବ ବୋଲି କୁହାଯାଇଛି । ଫେବୃୟାରୀ ୧ ରୁ ଏସବିଆଇ ଗ୍ରାହକଙ୍କୁ ଟଙ୍କା ଟ୍ରାନ୍ସଫର କରିବା ମହଙ୍ଗା ହୋଇପାରେ । ଏସବିଆଇ ର ୱେବସାଇଟ ଅନୁସାରେ ବ୍ଯାଙ୍କ ଫେବୃୟାରୀ ୧ ରୁ ଆଇଏମପିଏସ ଟ୍ରାନ୍ସାକ୍ସନରେ ଏକ ନୂଆ ସ୍ଲାବ ଯୋଡିବାକୁ ଯାଉଛି । ଯାହା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାର ସ୍ଲାବ ରହିବ ।

ଫେବୃୟାରୀ ମାସରୁ ଦୁଇରୁ ପାଞ୍ଚ ଲକ୍ଷ ଟଙ୍କା ଆଇଏମପିଏସ କାଲେ ଗ୍ରାହକଙ୍କୁ ୨୦ ଟଙ୍କା ଶୁଳ୍କ ସହ ଜିଏସଟି ଦେବାକୁ ପଡିବ । ସେହିପରି ପିଏନବି ମଧ୍ୟ ଆଗାମୀ ମାସରୁ କିଛି ନିୟମ ବଦଳାଇବାକୁ ଯାଉଛି । ପିଏନବି ମୁତାବକ ଫେବୃୟାରୀ ୧ ରୁ କିସ୍ତି ବା ଡେବିଟ ଆକାଉଣ୍ଟରେ ଟଙ୍କା ନ ରଖିଲେ ଆପଣଙ୍କୁ ୨୫୦ ଟଙ୍କା ଦେବାକୁ ପଡିବ । ବର୍ତ୍ତମାନ ପର୍ଯ୍ୟନ୍ତ ଏଥିପାଇଁ କେବଳ ୧୦୦ ଟଙ୍କା ଦେବାକୁ ପଡୁଥିଲା । ଆଉ ଡିମାଣ୍ଡ ଡ୍ରାଫ୍ଟ ପାଇଁ ୧୦୦ ଟଙ୍କା ଚାର୍ଜ ହେଉଥିଲା ।

ତେବେ ଫେବୃୟାରୀରୁ ୧୦୦ ଟଙ୍କା ବଦଳରେ ୧୫୦ ଟଙ୍କା ଦେବାକୁ ହେବ । ନୂଆ ମାସ ଆସିଲେ ଦେଶରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହେଉଛି । ଯାହା ଆପଣ ନିହାତି ଜାଣିବା ଦରକାର । ନହେଲେ ନିୟମର ଖିଲାପ କରି ଅସୁବିଧାରେ ପଡିପାରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।