ଭୟଙ୍କର ଆଣ୍ଠୁଗଣ୍ଠି ଓ ଅଣ୍ଟା ବିନ୍ଧା ଭଲ ହୋଇଯିବ, କେବଳ ଲଗାନ୍ତୁ ଏହି ତେଲ (Joint Pain Home Remedy)

ଆଣ୍ଠୁଗଣ୍ଠି, ଅଣ୍ଟା ଓ ହାତଗୋଡ ବିନ୍ଧା ଆଜିକାଲି ଏକ ସାଧାରଣ ସମସ୍ଯା । ବୁଢାଙ୍କ ଠାରୁ ଆରମ୍ଭ କରି ପିଲା ଯାଏଁ ସମସ୍ତଙ୍କ ଠାରେ ଏହି ସମସ୍ଯା ଦେଖିବାକୁ ମିଳୁଛି । ଯାହା ଅନେକ ପ୍ରକାର ଔଷଧ ଖାଇବା ଓ ଲଗାଇବା ପରେ ମଧ୍ୟ ଭଲ ହେଉ ନାହିଁ । ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ଯାହାର ପ୍ରୟୋଗ କରିବା ଦ୍ଵାରା ଭୟଙ୍କରରୁ ଭୟଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା ମଧ୍ୟ ଏକାଥରକେ ଭଲ ହୋଇଯିବ ।

ଏଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ଝଟଝଟିଆ ବା ବାଘନଡା ଗଛ । ଏହି ଜଙ୍ଗଲି ଗଛ ରାସ୍ତାଘାଟ ବା ବିଲବାଡିରେ ଉଠିଥିବାର ଦେଖିବାକୁ ମିଳେ । ଏହାକୁ ଅନାବନା ଗଛ ଭାବି ଆମେ ଉପାଡି ଦେଇଥାଉ । କିନ୍ତୁ ଏହାର ଚମତ୍କାରିତା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗଛରେ ଛୋଟ ଛୋଟ କାଙ୍କଡ ଭଳି କଣ୍ଟା ଫଳ ଫଳିଥାଏ । ଆଣ୍ଠୁଗଣ୍ଠି ବିନ୍ଧା ପାଇଁ ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଏହି କଣ୍ଟା ଫଳର ଆବଶ୍ୟକତା ହେବ ।

୧୦୦ ଗ୍ରାମ ତେଲ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଏଥିରୁ ୨୦ରୁ ୨୫ଟି କଣ୍ଟା ଫଳ ଆବଶ୍ୟକ ହେବ । ଏହି ଉପଚାରକୁ ଆପଣ ରାଶି ତେଲରେ ବନାଇବାକୁ ହେବ । ଯଦି ଆପଣ ରାଶି ତେଲରେ ବନାଇବାକୁ ଚାହୁଁ ନାହାନ୍ତି ବା ଆପଣଙ୍କ ପାଖେ ନାହିଁ, ତେବେ ଆପଣ ଏହାକୁ ସୋରିଷ ତେଲରେ ମଧ୍ୟ ବନାଇ ପାରିବେ । କିନ୍ତୁ ଏହାସହ ଆପଣଙ୍କୁ ଏକ ଚାମୁଚ ଧଳା ରାଶି ବା ଧଳା ଖସା ମଧ୍ୟ ମିଶାଇବାକୁ ହେବ । କିନ୍ତୁ ଯଦି ରାଶି ତେଲରେ ବନାଉଛନ୍ତି ତେବେ ଧଳା ଖସାର ଆବଶ୍ୟକତା ନାହିଁ ।

ଉପଚାର ପ୍ରସ୍ତୁତ କରିବା ପାଇଁ ଏକ କଡେଇରେ ୧୦୦ ଗ୍ରାମ ରାଶି ତେଲ ଦୁଇ ଧିମା ଆଞ୍ଚରେ ଏହାକୁ ଉଷୁମ କରନ୍ତୁ ଓ ସେଥିରେ ୨୦ରୁ ୨୫ଟି କଣ୍ଟା ଫଳ ପକାଇ ଦିଅନ୍ତୁ । କଣ୍ଟା ଫଳ ଗୁସିକ ବାଦାମି ହେବା ପର୍ଯ୍ୟନ୍ତ ଧିମା ଆଞ୍ଚରେ ଏହି ତେଲକୁ ଭଲ ଭାବେ ଫୁଟାନ୍ତୁ । ତା’ପରେ ଗ୍ଯାସ ବନ୍ଦ କରି ତେଲକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ଓ ଏହି ତେଲକୁ ଛାଣି ଏକ ବୋତଲରେ ଷ୍ଟୋର କରି ରଖନ୍ତୁ । ଥରେ ଏହି ତେଲ ପ୍ରସ୍ତୁତ କଲେ ଆପଣଙ୍କ ଏହାକୁ ପ୍ରାୟ ୧୫ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ।

କିନ୍ତୁ ବ୍ୟବହାର କରିବା ସମୟରେ ଏହି ତେଲକୁ ସାମାନ୍ଯ ଉଷୁମ କରିବାକୁ ହେବ । ଆଣ୍ଠୁଗଣ୍ଠି ବା ବିନ୍ଧା ସ୍ଥାନରେ ଏହି ତେଲକୁ ଲଗାଇବା ପୂର୍ବରୁ ସେହି ସ୍ଥାନରେ ପ୍ରଥମେ କିଛି ଘିଅ କିମ୍ବା ଆଲୋବେରା ଜେଲ୍ ଲଗାଇ ଦିଅନ୍ତୁ । ଯାହାଫଳରେ ଆପଣଙ୍କ ଚର୍ମରେ କୌଣସି ଜିନିଷ ପ୍ରତିକ୍ରିୟା କରିବ ନାହିଁ । ଏହାପରେ ଉଷୁମ ତେଲକୁ ସେହି ସ୍ଥାନରେ ଲଗାଇ ୫ମିନିଟ ହାଲୁକା ମାଲିସ କରନ୍ତୁ ।

ଏହାପରେ ସେଥିରେ ଏକ କଟନ୍ କପଡା କିମ୍ବା ନି-କ୍ୟାପ ଲଗାଇ ଦିଅନ୍ତୁ । ଏହିପରି କିଛିଦିନ ଯାଏଁ କରନ୍ତୁ, ଦେଖିବେ ଆପଣଙ୍କ ଭୟଙ୍କର ଆଣ୍ଠୁଗଣ୍ଠି ବିନ୍ଧା ଏକାଥରେ ଭଲ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।