ବନ୍ଦେ ଭାରତକୁ ଟାଣିଲା ଇଲେକ୍ଟ୍ରିକ ଇଞ୍ଜିନ, କ୍ୟାମେରାରେ କଏଦ ହେଲା ଦୃଶ୍ୟ… ଦେଖନ୍ତୁ VIDEO

ବନ୍ଦେ ଭାରତକୁ ଟାଣିଲା ଇଲେକ୍ଟ୍ରିକ ଇଞ୍ଜିନ । ସୋସିଆଲ ମିଡିଆରେ ଏବେ ଚାରି ଆଡେ ଏହି ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ବନ୍ଦେ ଭାରତ ଟ୍ରେନର ଭିଡିଓ । ବନ୍ଦେ ଭାରତକୁ ଟାଣି ନେଉଛି କିନ୍ତୁ ପୁରୁଣା ଇଲେକ୍ଟ୍ରିକ ଇଞ୍ଜିନ । କେନ୍ଦ୍ର ସରକାରଙ୍କୁ ବିରୋଧୀ ଘନ ଘନ ଟାର୍ଗେଟ । ଆଉ ଏହି ଭିଡିଓ କୁ ନେଇ ସ୍ପଷ୍ଟିକରଣ ଦେଲା ରେଲୱେ ।

ଆଉ ଏହା ଏକ ସାମାନ୍ଯ ପ୍ରକ୍ରିୟା ବୋଲି କହିଛନ୍ତି ରେଲୱେ କର୍ତ୍ତୁପକ୍ଷ । ଅନ୍ୟ ପଟେ ଜୁନ 29ରେ ଟ୍ବିଟ କରିଛନ୍ତି କଂଗ୍ରେସ ନେତା କୃଷ୍ଣା ଆଲ୍ଲାବାରୁ । ସେ କହିଛନ୍ତି କି ବନ୍ଦେ ଭାରତ ଟ୍ରେନକୁ ଟାଣି ନେଉଛି ରେଲୱେ ର ଏକ ପୁରୁଣା ଇଲେକ୍ଟ୍ରିକ ଇଞ୍ଜିନ । ଆଗକୁ ସେ ଲେଖିଛନ୍ତି ଯେ ଗତ 9 ବର୍ଷର ମିଛକୁ ଟାଣି ନେଇ ଯାଉଛି 70 ବର୍ଷର ଇତିହାସ । ଏହା ବାଦ ଅନେକ ଟ୍ଵିଟର ରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରକାରର ଟ୍ଵିଟ କରି ଘଟଣାର ଆକ୍ଷେପ କରିଛନ୍ତି ।

ତେବେ ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ନାମ ହେଉଛି ଶଶାଙ୍କ ଜୟସୱାଲ । ଉତ୍ତର ପ୍ରଦେଶର ପଣ୍ଡିତ ଦିଙ୍ଗଗାଲ, ଉପାଧ୍ୟାନ ନଗର ସୁଲଗ୍ନ ଶାକାହଲି ଷ୍ଟେସନ ନିକଟରେ ଜୁନ 22 ରେ ଏହି ଘଟଣାର ଭିଡିଓ ସୁଟ କରିଥିଲେ । ଘଟଣା ଦିନ ଟ୍ରାକ ନିକଟରେ ଥିବା କ୍ଷେତ ରେ ଛିଡା ହୋଇଥିଲେ ଶଶାଙ୍କ । ଏହି ସମୟରେ ବନ୍ଦେ ଭାରତ ଟ୍ରେନକୁ ଇଲେକ୍ଟ୍ରିକ ଇଞ୍ଜିନ ଟାଣି ନେଉଥିବାର ଦେଖିବାକୁ ମିଳିଥିଲା ।

ତୁରନ୍ତ ସେ ଏହାର ଭିଡିଓ କରି ଇଷ୍ଟା ରେ ସେୟାର କରିଥିଲେ । ସେ ଜାଣିଥିଲେ ଯେ ଇଣ୍ଟିଗ୍ରାଲ କୋଚ ଫ୍ୟାକ୍ଟରୀ ଚେନ୍ନାଇ ରୁ ବନ୍ଦେ ଭାରତ ଟ୍ରେନ କୁ ପାତମା ଜଙ୍କସନ ଟାଣି ନେଉଛି ।  ଟ୍ରେନ ରେ କୌଣସି କ୍ର୍ଯୁ ମେମ୍ବର ନ ଥିଲେ । ଏଥିପାଇଁ ଇଲେକ୍ଟ୍ରୋକ ଇଞ୍ଜିନ WEG 9 ବନ୍ଦେ ଭାରତ ଟ୍ରେନକୁ ଟାଣି ନେଉଥିଲା । ଆଉ ଏହି ଘଟଣାକୁ ନେଇ ନିଜର ମତ ଦେଇଛି ପୂର୍ବତଟ ରେଳବାହୀ ।

PSRO ର କୌଶିକ ମିତ୍ର କହିଛନ୍ତି ବନ୍ଦେ ଭାରତ କୋଚ କୁ ପାଟଣା ଷ୍ଟେସନ ନେବା ସମୟରେ ବିଜୁଳି ସଂଯୋଗ ହୋଇ ନ ଥିଲା । ଖାଲି ଡବା ସହ ଏହି ଘଟଣା ଏକ ସ୍ବାଭାବିକ କଥା । ଅନେକ ଟ୍ରେନ ପାଇଁ ଏହା ଏକ ନିୟମିତ ପ୍ରକ୍ରିୟା ଯାହାକୁ ଟ୍ରାଞ୍ଜିଟ ପ୍ରୋସେସ କୁହାଯାଏ । ଏହି ସମୟରେ ଟ୍ରେନରେ କୌଣସି ଯାତ୍ରୀ ନ ଥିଲେ । ଏଥିପାଇଁ ବନ୍ଦେ ଭାରତକୁ ଇଲେକ୍ଟ୍ରିକ ଇଞ୍ଜିନ ଜରିଆରେ ନିଆ ଯାଉଥିଲା । ତେବେ ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।