ଭାରତୀୟ ଜୀବନ ବୀମା ନିଗମକୁ ଏସିଆର ସବୁଠାରୁ ବଡ କମ୍ପାନି ବୋଲି କୁହାଯାଏ । ଏଲଆଇସି ଦ୍ଵାରା ବହୁତ ଗୁଡିଏ ପ୍ଲାନ ଆସିଛି, ଯାହା ସାହାର୍ଯ୍ୟରେ କୌଣସି ବି ମଣିଷ ନିଜ ଭବିଷ୍ୟତକୁ ସୁରକ୍ଷିତ କରି ପାରିବ । ଆପଣ ଯଦି ଏଲଆଇସିର କୌଣସି ବିମା କରିବାକୁ ଚାହୁଁଛନ୍ତି, ତେବେ ଏହି ଆର୍ଟିକିଲକୁ ନିଶ୍ଚୟ ପଢନ୍ତୁ । ଏଲଆଇସି ବହୁତ ଜଲ୍ଦି ତାର ବୀମାଗୁଡିକୁ ବନ୍ଦ କରିବାକୁ ଯାଉଛି । ଆଇଆରଡିଏଆଇ ର ନିୟମ ଅନୁସାରେ ଏଲଆଇସି ତାର ୨୩ଟି ବୀମା ବନ୍ଦ କରିବାକୁ ଯାଉଛି । ଏହି ପଲିସି ଫେବୃୟାରୀ ୧ ରୁ ବନ୍ଦ ହେବାକୁ ଯାଉଛି । ଏଲଆଇସିର ସବୁ ବୀମା ମଧ୍ୟରୁ କେତେକ ମୁଖ୍ୟ ବୀମା ଗୁଡିକ ହେଉଛି ନିଉ ଜୀବନ ଆନନ୍ଦ, ଜୀବନ ଉମଙ୍ଗ ଓ ଜୀବନ ଲକ୍ଷ୍ୟ ।

ଏହି ପୋଲିସି କୁ ବନ୍ଦ କରିବାକୁ ଯାଉଛି ଏଲଆଇସି
ନନ ଲିଂକ୍ଡ ଇଣ୍ଡିଭିଜୁଆଲ ଇଂସୁରାନ୍ସ ପ୍ଲାନ
ଯୂନିଟ ଲିଂକ୍ଡ ଇଣ୍ଡିଭିଜୁଆଲ ଇଂସୁରାନ୍ସ ପ୍ଲାନ
ଏକ ରାଇଡର ପ୍ଲାନ
ତୀନିଟି ନନ ଲିଂକ୍ଡ ଗୃପ ଇଂସୁରାନ୍ସ ପ୍ଲାନ
ସିଂଗଲ ପ୍ରିମିୟମ ଏଂଡୋମେଂଟ ପ୍ଲାନ
ନ୍ୟୁ ଏଂଡୋମେଂଟ ପ୍ଲାନ
ନ୍ୟୁ ମନୀ ବ୍ୟାକ-20 ଈୟର୍ସ
ନ୍ୟୁ ଜୀବନ ଆନନ୍ଦ
ଅନମୋଲ ଜୀବନ ୨
ଲିମିଟେଡ ପ୍ରିମିୟମ ଏଂଡୋମେଂଟ ପ୍ଲାନ
ନିଉ ଚିଲ୍ଡ୍ରେନ ମନି ବ୍ୟାକ ପ୍ଳାନ
ଜୀବନ ଲକ୍ଷ୍ୟ
ଜୀବନ ତରୁଣ
ଜୀବନ ଲାଭ
ନିଉ ଜୀବନ ମଙ୍ଗଲ
ଭାଗ୍ୟ ଲକ୍ଷ୍ମୀ ପ୍ଲାନ
ଆଧାର ପିଲର
ଆଧାର ଶିଲା
ଜୀବନ ଉମଙ୍ଗ
ଜୀବନ ଶିରୋମଣି
ବୀମା ଶ୍ରୀ ଓ ଏଲଆଇସି ମାଇକ୍ରୋ ସେଭିଂସ
ବଢିପାରେ ପ୍ରିମିୟମ

ରିପୋର୍ଟ ଅନୁସାରେ, ଏଲଆଇସି ଦ୍ଵାରା ଯେଉଁ ନୂଆ ପଲିସି ଆସିବାକୁ ଯାଉଛି, ସେହି ପଲିସିରେ ରିଟର୍ନ କମ ଆସିବାର ସମ୍ଭାବନା ରହିଛି । ତେଣୁକରି ଆପଣ ୩୧ ଜାନୁୟାରୀ ପୂର୍ବରୁ ବୀମା କରେଇଲେ ଲାଭରେ ରହିବେ ।
ବନ୍ଦ ହେବ ୟୁନିଟ ଲିଂକ୍ଡ ପ୍ଲାନ ଓ ନ୍ୟୁ ଏନଡାଉମେଂଟ ପ୍ଲସ

ଏଲଆଈସୀ ନିଜର ୨୩ଟି ପ୍ଳାନ ବନ୍ଦ କରିବା ସହ ଏଲଆଈସୀ ପ୍ରୀମିୟମ ବେବର ବେନିଫିଟ ରାଇଡର, ଯୂନିଟ ଲିଂକ୍ଡ ପ୍ଲାନ ଓ ନ୍ୟୁ ଏନଡାଉମେଂଟ ପ୍ଲସ ପ୍ଳାନ ବନ୍ଦ କରିବାର ମଧ୍ୟ ନିଷ୍ପତି ନେଇଛି ।
୩୦ ନଭେମ୍ବର ୨୦୧୯ରେ ବନ୍ଦ ହେବାକୁ ଯାଉଛି ଏହି ପଲିସି

ଇଂସୁରାନ୍ସ ରେଗୁଲେଟରୀ ଏଲଆଇସିକୁ ଏହି ସବୁ ପ୍ଲାନ ଗୁଡିକୁ ବନ୍ଦ କରିବାକୁ ୩୦ ନଭେମ୍ବର ପର୍ଯ୍ୟନ୍ତ ସମୟ ଦେଇଥିଲେ । ଲାଇଫ ଇଂସୁରାନ୍ସ କାଉଂସିଲ ଇଂଶ୍ଯୋରେଂସ ଇଂସୁରାନ୍ସ ରେଗୁଲେଟରୀକୁ କିଛି ସମୟ ମାଗିଥିଲେ, ତେଣୁ କରି ୩୦ ନଭେମ୍ବର ରୁ ସମୟ ବଢି ୩୧ ଜାନୁୟାରୀ ୨୦୨୦ କରାଯାଇଥିଲା ।