ଦୁନିଆର ଏମିତି ୬ଟି ସଂଯୋଗ, ଯାହାକୁ ବିଶ୍ଵାସ କରିବା ନୁହେଁ ସମ୍ଭବ

ଦୁନିଆରେ ଏପରି ଅନେକ ଘଟଣା ଘଟିଥାଏ । ଯେଉଁ ଘଟଣା ଗୁଡିକୁ ଦେଖି ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠିଥାଏ । ଦୁନିଆରେ ବହୁତ ସାରା ଘଟଣା ଏପରି ରହିଛି ଯାହାକୁ ଦେଖି ବା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦୁନିଆରେ ଅନେକ ସଂଯୋଗ ଘଟିଥାଏ । ଯାହାକୁ ଦେଖି ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସିଥାଏ । ଆସନ୍ତୁ ଜାଣିବା ସେହିପରି ୧୦ଟି ଅବିଶ୍ବସନିୟ ସଂଯୋଗ ବିଷୟରେ ।

୧. ପୁନର୍ଜନ୍ମ

ଜଣେ ବ୍ୟକ୍ତିର ମୃତ୍ୟୁର କିଛି ଦିନ ପରେ ତା’ର ପୁନର୍ବାର ଜନ୍ମ ହୋଇଥାଏ । ଉଦାହରଣ ସ୍ଵରୂପ ଏଞ୍ଜୋ ଫେରାରୀଙ୍କ ମୃତ୍ୟୁ ୧୯୮୮ରେ ହୋଇଥିଲା । ଯିଏ କି ଫେରାରୀ କମ୍ପାନିର ସ୍ଥାପନା କରିଥିଲେ । ତାଙ୍କ ମୃତ୍ୟୁର ଗୋଟେ ମାସ ପରେ ମେସୁତ ଓଜିଲଙ୍କର ଜନ୍ମ ହୋଇଛି । ମେସୁତ ଓଜିଲ ଜଣେ କ୍ରିକେଟ ଖେଳାଳି ଅଟନ୍ତି ।

୨. କୁହାଯାଏ ଯାହା ହୁଏ, ତାହା ଆଗରୁ ସ୍ଥିର ହୋଇଥାଏ

ଆସନ୍ତୁ ଜାଣିବା ଟାଇଟାନିକ ଜାହାଜର କାହାଣୀ, ୧୮୯୮ ମସିହାରେ ମାନେ ଟାଇଟାନିକ ବୁଡିବାର 14 ପୂର୍ବରୁ ମୋର୍ଗାନ ରବର୍ଟସନ ଫ୍ୟୁଟିଲିଟୀ ନାମକ ଏକ ବହି ଲେଖିଥିଲେ, ଯେଉଁଥିରେ ଏକ ଜାହାଜ ବୁଡିବାର କାହାଣୀ ବର୍ଣ୍ଣିତ ଥିଲା ଓ ସେହି ଜାହାଜର ନାମ ଥିଲା ଟାଇଟାନିକ । ୧୪ ବର୍ଷ ପରେ ଠିକ ସେହିପରି ଟାଇଟାନିକ ଜାହାଜ ବୁଡିଥିଲା ।

୩. ସମୟ ଯାତ୍ରା

ଏକା ପରି ଦେଖା ଯାଉଥିବା ଦୁଇଟି ଚେହେରା । ଉଦାହରଣ ସ୍ଵରୂପ ପୁରାତନ ସମୟରେ ଯୁବୈଦା ଥରବତ ନାମକ ଜଣେ ଫେମସ ଅଭିନେତ୍ରୀ ଥିଲେ । ବର୍ତମାନ ସମୟରେ ତାଙ୍କ ପରି ଦେଖା ଯାଉଥିବା ହଲିଉଡ ଅଭିନେତ୍ରୀ ହେଉଛନ୍ତି ଜେନିଫର ଲରେନ୍ସ । ଦୁଇଜଣ ଦେଖିବାକୁ ଏକା ପରି, ସେମାନଙ୍କ କାମ ମଧ୍ୟ ଏକ । କେବଳ ସମୟର ପରିବର୍ତନ ଘଟିଛି ।

୪. ଭବିଷ୍ୟତରେ ଘଟୁଥିବା ଘଟଣା

ଜଣେ ବ୍ୟକ୍ତି ଭବିଷ୍ୟତରେ କଣ ଘଟିବ ତା ସମ୍ବନ୍ଧରେ କହିଥାଏ । ଉଦାହରଣ ସ୍ଵରୂପ ସିମ୍ପସନ ୨୦୦୦ ମସିହାରେ କହିଥିଲେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଆମେରିକା ର ରାଷ୍ଟ୍ରପତି ହେବାର ପୂର୍ବାନୁମାନ କରିଥିଲେ । ଭବିଷ୍ୟତରେ ସେହିପରି ଘଟିଥିଲା । ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସିମ୍ପସନ ଯେଉଁପରି ପୂର୍ବାନୁମାନ କରିଥିଲେ ସେହିପରି ଭାବରେ ନିଜର ରାଷ୍ଟ୍ରପତି ପଦର ଆରମ୍ଭ କରିଥିଲେ ।

୫. ଦୁଇଜଣ ପଡୋଶୀଙ୍କ ସମ୍ବନ୍ଧରେ

ଦୁଇଜଣ ପଡୋଶୀ ଅତ୍ୟନ୍ତ ପ୍ରସିଦ୍ଧ ଗୀତ କଳାକାର ଥିଲେ । ଜଣଙ୍କ ନାମ ଜର୍ଜ ହ୍ୟାଣ୍ଡେଲ ଥିଲା । ଆଉ ଜଣଙ୍କ ନାମ ଜିମି ହେଣ୍ଡ୍ରୀକ୍ସ ଥିଲା । ଏମାନେ ଦୁଇଜଣ ପଡୋଶୀ ଥିଲେ କିନ୍ତୁ ଅଲଗା ଅଲଗା ସମୟରେ ।

୬. ହୂବର ଡ୍ୟାମର ଏକ ଦୁଃଖଦ କାହାଣୀ

ଯେତେବେଳେ ହୁବର ଡ୍ୟାମ ତିଆରି ଚାଲିଥିଲା ସେହି ସମୟରେ ସବୁଠୁ ପ୍ରଥମ ମୃତ୍ୟୁ ୧୯୨୨ ମସିହା ୨୦ ଡିସେମ୍ବର ଦିନ ଜର୍ଜ ଟିର୍ନେ ନାମକ ବ୍ୟକ୍ତିଙ୍କର ହୋଇଥିଲା ଓ ସେହି ଡ୍ୟାମରେ ମରିଥିବା ଶେଷ ବ୍ୟକ୍ତି ପ୍ୟାଟ୍ରିକ ଟିର୍ନେ ଥିଲା ଯିଏ ଜର୍ଜ ଟିର୍ନେଙ୍କର ପୁଅ ଥିଲା । ସେ ମଧ୍ୟ ସେମ୍ବର ୨୦ରେ ମରିଥିଲା ।