ବାମ୍ଫ ନେବା ପାଇଁ ଏହି ବ୍ୟକ୍ତି ଲଗାଇଲେ ଏମିତି ଜୁଗାଡ, ଭିଡିଓ ଦେଖିଲେ ମୁଣ୍ଡରେ ଦେବେ ହାତ

ଦେଶରେ ବର୍ତ୍ତମାନ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । କରୋନା ପ୍ରତେକ ବୟଷର ବ୍ୟକ୍ତି ବିଶେଷଙ୍କୁ ହେବାରେ ଲାଗିଛି । ତେବେ ଏହାର ପ୍ରତିକାର ପାଇଁ ଟୀକା କରଣ ଆରମ୍ଭ ହୋଇ ଗଲାଣି,

ମାତ୍ର ଏହା ପ୍ରତେକ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସମୟ ଲାଗିପାରେ । ଏହି ସମୟର ମଧ୍ୟରେ ଆମେ କିଛି ଦିନ ପାଇଁ ନିୟମ ପାଳନ କରିବାକୁ ପଡିବ । ଏହା ପାଇଁ ଚିକିସ୍ଚକ ମାନେ ସଚେତନତା ଆପଣେଇବାକୁ ପଡିବ ବୋଲି କହିଛନ୍ତି । ସେଥିପାଇଁ ଆପଣ ନିଜକୁ ଘରେ ସୁରକ୍ଷିତ କରି ରଖନ୍ତୁ । ଆବଶ୍ୟକ ନଥିଲେ ବାହାରକୁ ଆସନ୍ତୁ ନି । ଜରୁରୀ କାଳୀନ ସେବା ପାଇଁ ଆପଣ ହେଲ୍ପ ଲାଇନ କୁ କଲ କରନ୍ତୁ ।

ବାହାରୁ ଆସିଲେ ଆଗ ନିଜ ହାତ ଗୋଡ ଭଲ କରି ଧୋଇ ନିଅନ୍ତୁ ଏହା ପରେ ପିନ୍ଧିଥିବା ଡ୍ରେସ କୁ ଆପଣ ଅଲଗା କରି ରଖନ୍ତୁ । ଆପଣ ବାର ବାର ନିଜ ହାତକୁ ସାନିଟାଇଜ କରନ୍ତୁ।ନିଯର ଇମ୍ୟୁନିଟି କିମ୍ବା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆପଣ ପ୍ରତେକ ଦିନ କାଡା ପିଅନ୍ତୁ ।

ଏହା ସହ ଆପଣ ଯଦି ବାମ୍ଫ ନେବେ ତାହେଲେ ଆପଣ  ନିଜ ଫୁସ ଫୁସ କୁ ଅଧିକ ସକ୍ରିୟ କାରାଇ ପାରିବେ । ଏହା ଦ୍ଵାରା ଆପଣ ଅଧିକ ମାତ୍ରାରେ ଅମ୍ଳଜାନ ନେଇ ପାରିବେ। କିଛି ଲୋକମାନେ ଏହାକୁ କରୁଥିବାର ଆମେ ଅଧିକ ସମୟରେ ଦେଖିଛୁ ।

ମାତ୍ର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଆସିବାକୁ ଲାଗିଛି ଯାହା ଅନେକ ଲୋକଙ୍କୁ ଚକିତ କରାଇ ଦେଇଛି । ଏହି ଭିଡିଓ ରେ ଜଣେ ବ୍ୟକ୍ତି ନିଜ ଘରର ଏକ ମାଟି ଚୁଲାରେ ପ୍ରେସର କୁକର ବସାଇ ଦେଇଛନ୍ତି । ପ୍ରେସର କୁକର ର ସିଟି ବଦଳରେ ଗୋଟେ ପାଇପ କନେକସନ କରେଇକି ସେଥିରେ ଏକ କାହାଳି ଲଗେଇକି ବାମ୍ଫ ନେଉଛି ।

ଏହା ଏକ ଖାତରନାକ ଉପାୟ ଅଟେ । ପ୍ରେସର କୁକରରୁ ଆସୁଥିବା ବାମ୍ଫ ନେବା ଉଚିତ ନୁହେଁ ଏଭଳି କରିବା ସମୟରେ ଦୁର୍ଘଟଣା ମଧ୍ୟ ଘଟି ପାରେ । କେବଳ ସେହି ବ୍ୟକ୍ତି ନୁହେଁ ପାଖରେ ଥିବା ଲୋକମାନଙ୍କ ଜୀବନ ମଧ୍ୟ ବିପଦରେ ଆସିପାରେ । ତେଣୁ କରି ଆପଣ ମାନେ ଏଭଳି ଦେଶୀ ଯୁଗାଡ ନ କରି ଜେଭଳି ବାମ୍ଫ ନେବାର ପ୍ରକ୍ରିୟା ସେଭଳି କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ