ଗଞ୍ଜାମ ଜିଲ୍ଲାରେ ପାଞ୍ଚଟି ବାଲ୍ୟ ବିବାହ ପ୍ରପୟାସକୁ ରୋକାଗଲା ଏମିତି

ସାଧାରଣତଃ ପ୍ରାଚୀନ ଭାରତରେ ବାଲ୍ୟ ବିବାହ ପ୍ରଥା, ସତୀଦାହ ପ୍ରଥା ଆଦି ବହୁତ ପ୍ରଚଳିତ ଥିଲା, କିନ୍ତୁ ଭାରତର କିଛି ସ୍ଥାନରେ ଏହି ସବୁ ପ୍ରଥା ଆଜି ବି ବଞ୍ଚିଛି। ଗଞ୍ଜାମ ଜିଲ୍ଲାର ପ୍ରଶାସନର ତୀବ୍ର କାର୍ଯ୍ଯାନୁଷ୍ଠାନ ଦ୍ଵାରା ପାଞ୍ଚଟି ବାଲ୍ୟ ବିବାହକୁ ରୋକା ଯାଇଛି । ଅଧିକାରୀମାନେ ରବିବାର ଦିନ ଏହାର ସୂଚନା ଦେଇଥିଲେ ।

ତାଙ୍କ ମତରେ ହିଞ୍ଜିଲିରେ ତିନୋଟି ନାବାଳିକା ଝିଅଙ୍କର ବିବାହ ପାଇଁ ତିନୋଟି ପ୍ରୟାସକୁ ବିଫଳ କରାଯାଇଛି । ଏହା ପୂର୍ବରୁ ଶନିବାର ଦିନ ସନଖେମୁଣ୍ଡି ଓ ଭଞ୍ଜନଗରର ପ୍ରଖଣ୍ଡରେ ଏହି ପରି ଆଉ ଦୁଇଟି ପ୍ରୟାସକୁ ମଧ୍ୟ ରୋକା ଯାଇଥିଲା ।

ଅଧିକାରୀ କହିଛନ୍ତି କି ସବୁ ଝିଅମାନଙ୍କର ବୟସ ୧୫ ରୁ ୧୭ ବର୍ଷ ମଧ୍ୟରେ ଥିଲା । ଜଣେ ଅଧିକାରୀଙ୍କ ମତରେ ଜିଲ୍ଲା ପ୍ରଶାସନର ଅଧିକାରୀ, ପୋଲିସ ଅଧିକାରୀ ଓ ଏକ ଏନଜିଓକୁ ନାବାଳିକାଙ୍କର ବିବାହ ପାଇଁ ହେଉଥିବା ପ୍ରୟାସ ବିଷୟରେ ସୂଚନା ମିଳିଥିଲା । ଏହା ଦ୍ଵାରା ସେମାନେ ସେହି ଗାଁରେ ପହଞ୍ଚି ଥିଲେ ।

ପ୍ରଥମେ ପରିବାର ଲୋକ ଏହି ନାବାଳିକା ବିବାହ ପ୍ରଥାକୁ ପ୍ରଶୟ ଦେଉଥିଲେ, ହେଲେ କିଛି ସମୟ ପରେ ସେମାନେ ଅନୁଭବ କଲେ ଯେ ଏହା କରିବା ଉଚିତ ନୁହେଁ । ଏହା ବେସରକାରୀ ହୋଇଥିବାରୁ ପରିବାର ଲୋକ କରିଥିବା ନାବାଳିକା ବିବାହର ପ୍ରୟାସକୁ ବିଫଳ କରାଯାଇଥିଲା ।