ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବା ପରେ ନିଜ ବାଲ୍ୟ ବାନ୍ଧବୀଙ୍କୁ ଭୁଲି ନାହାନ୍ତି Draupadi Murmu, ସାଙ୍ଗେ ସାଙ୍ଗେ ବାନ୍ଧବୀଙ୍କୁ କଲ୍ କରି ଏମିତି କଥା ହୋଇଥିଲେ

ବନ୍ଧୁତ୍ଵ ଆଗରେ କୌଣସି ପ୍ରକାର ପଦ ପ୍ରତିଷ୍ଠା ପାଚେରି ସାଜି ପାରେନାହିଁ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପ୍ରାପ୍ତ ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମଟୁଇ ଦ୍ରୌପଦୀ ମୁର୍ମୁ । ସେ ଏତେ ବଡ ଆସନରେ ବସିବା ପରେ ମଧ୍ୟ ତାଙ୍କର ପିଲାଦିନର ସାଥିଙ୍କୁ ଭୁଲି ନାହାନ୍ତି । ଶ୍ରୀମତୀ ସୁଚିତ୍ରା ସାମଲ ହେଉଛି ଦ୍ରୌପଦୀ ମୁର୍ମୁଙ୍କର ବାଲ୍ୟ ବାନ୍ଧବୀ । ସେ ଏନେଇ ନିଜେ ଗଣମାଧ୍ୟମ ଆଗରେ ଜଣାଇଛନ୍ତି ।

ଦ୍ରୌପଦୀ ଓ ସୁଚିତ୍ରା ଉଭୟ କ୍ୟାପିଟାଲ ଗାର୍ଲ୍ସ ହାଇସ୍କୁଲ ୟୁନିଟ-୨ ଭୁବନେଶ୍ବରରେ ଅଷ୍ଟମ ଶ୍ରେଣୀରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏକାଠି ପାଠ ପଡିଥିଲେ । ସେବେ ଠାରୁ ସେମାନଙ୍କ ମଧ୍ୟରେ ଯେଉଁ ବନ୍ଧୁତା ସୃଷ୍ଟି ହୋଇଥିଲା ଆଜିକୁ ୫୦ ବର୍ଷ ଧରି ମଧ୍ୟ ତାହା ବଜାୟ ରହିଛି । ରମାଦେବୀ କଲେଜରେ ମା ରମାଦେବୀଙ୍କର ତିରୋଧାନ ଦିବସ ଉପଲକ୍ଷେ ଏକ ଉତ୍ସବ ହୋଇଥିଲା । ସେଥିରେ ଯୋଗ ଦେବା ପାଇଁ ଯାଇଥିଲେ ସୁଚିତ୍ରା । ସେଥିରେ ଉପସ୍ଥିତ ଥିବାବେଳେ ଦିନ ପ୍ରାୟ ୧୨ଟା ବେଳକୁ ତାଙ୍କୁ ବାନ୍ଧବୀ ଦ୍ରୌପଦୀ ମୁର୍ମୁଙ୍କ କଲ୍ ଆସିଥିଲା ।

ସେ ସଭାଗୃହରୁ ବାହାରକୁ ଆସି ଦ୍ରୌପଦୀଙ୍କ ସହ କଥା ହେବା ବେଳେ ତାଙ୍କର ଖୁସିର କୌଣସି ସୀମା ନଥିଲା ବୋଲି ସେ ପ୍ରକାଶ କରିଛନ୍ତି । କାରଣ ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାର ୨୪ ଘଣ୍ଟା ମଧ୍ୟ ପୁରିନାହିଁ ଆଉ ଏପଟେ ନିଜ ବାଲ୍ୟ ବାନ୍ଧବୀଙ୍କୁ ମନେପକାଇ ଫୋନ କରିଥିଲେ । ସେ ତାଙ୍କୁ ପ୍ରତ୍ଯକ୍ଷ ଭାବେ ଆଉ ଥରେ ଅଭିନନ୍ଦନ ଜଣାଇଥିଲେ ଓ ନିଜର ଖୁସି ଜାହିର କରିଥିଲେ ।

ଏମିତି ପ୍ରାୟ ତିନି ମିନିଟ ଯାଏଁ ସେମାନେ କଥା ହୋଇଥିଲେ ଓ ନିଜ ଭିତରେ ଖୁସି ବାଣ୍ଟିଥିଲେ । ଦ୍ରୌପଦୀ ଯେତେବେଳେ ଝାଡଖଣ୍ଡର ରାଜ୍ୟପାଳ ହୋଇଥିଲେ ସେତେବେଳେ ସେ ତାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ସୁଚିତ୍ରାଙ୍କୁ ବହୁତ କରି କଥିଲେ । କିନ୍ତୁ ବ୍ୟକ୍ତିଗତ କାରଣରୁ ସୁଚିତ୍ରା ଯାଇ ପାରି ନଥିଲେ । କିନ୍ତୁ ପରେ ସେମାନେ ୭ ଜଣ ବାନ୍ଧବୀ ମିଶି ଝାଡଖଣ୍ଡ ଗଭର୍ଣ୍ଣର ଗେଷ୍ଟ ହାଉସକୁ ଦ୍ରୌପଦୀଙ୍କୁ ଭେଟିବା ପାଇଁ ଯାଇଥିଲେ ।

ସେତେବେଳେ ଦ୍ରୌପଦୀ ସ୍କୁଲରେ ଥିବାବେଳେ ଯେମିତି ସରଳ ସ୍ଵଭାବର ଥିଲେ ଠିକ ସେମିତି ହିଁ ତାଙ୍କ ସହ ବ୍ୟବହାର କରିଥିଲେ । ଦ୍ରୌପଦୀଙ୍କ ଦକ୍ଷତାରେ କେବଳ ଅଭିବୃଦ୍ଧି ହୋଇଥିବା ବେଳେ ସେ ବିଲକୁଲ ମଧ୍ୟ ବଦଳି ନାହାନ୍ତି ବୋଲି କହିଛନ୍ତି ତାଙ୍କ ବାନ୍ଧବୀ । ଏହିପରି ଦ୍ରୌପଦୀଙ୍କର ଅନେକ ଗୁଣଗାନ କରିଛନ୍ତି ତାଙ୍କ ବାଲ୍ୟ ବାନ୍ଧବୀ ସୁଚିତ୍ରା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।