ବଳ, ବୁଦ୍ଧି, ବିଦ୍ୟା ଓ ଆରୋଗ୍ଯ କିପରି ମିଳିଥାଏ ? ଏହା ସହିତ ପଢନ୍ତୁ ଆଜିର 20 Anuchinta

ସଂସାରରେ ସୁଖ ପୂର୍ବକ ଜୀବନଯାପନ କରିବାକୁ ହେଲେ କିଛି ନୀତିନିୟମ ସହ ବାସ୍ତୁ ଉପାୟ କରିବା ମଧ୍ୟ ଆବଶ୍ୟକ ହୋଇଥାଏ । ଖାଦ୍ୟ ଖାଇବା ସମୟରେ ପାଦ ହଲାଇବା ଉଚିତ ନୁହେଁ । ଏହାଦ୍ବାରା ଅମଙ୍ଗଳ ହୋଇଥାଏ ଏବଂ ବିଭିନ୍ନ ସମସ୍ୟାରେ ପଡିବାର ସମ୍ଭାବନା ଦେଖା ଦେଇଥାଏ । ଝାଡୁରେ କେବେ ମଧ୍ୟ ଗୋଦା ମାରିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ଏହାଦ୍ବାରା ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦେବା ସହ ଧନର ଅଭାବ ମଧ୍ୟ ହୋଇଥାଏ ।

ରୋଷେଇ କରୁଥିବା ଚୁଲା ଉପରେ କେବେ ମଧ୍ୟ ଅଇଁଠା ବାସନ ରଖିବା ଉଚିତ ନୁହେଁ । ଏହାଦ୍ବାରା ଦୁଃଖ ଏବଂ ଦାରିଦ୍ର୍ୟତା ଆସିବାର ସମ୍ଭାବନା ରହିଥାଏ । ଗୁରୁବାର ଦିନ ଘରେ ଝାଡୁପୋଛା ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ବୃହସ୍ପତି ଦୁର୍ବଳ ହୋଇ ଦାରିଦ୍ର୍ୟତା ଦେଖା ଦେଇଥାଏ । ମହିଳା ମାନେ ସକାଳୁ ଡେରିରେ ଉଠିବ ଉଚିତ ନୁହେଁ । ଏହା ଘର ପାଇଁ ଅମଙ୍ଗଳକାରୀ ହେବା ସହ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ଓ ଆର୍ଥିକ ସମସ୍ଯା ମଧ୍ୟ ଦେଖା ଦେଇଥାଏ ।

ସ୍ତ୍ରୀ ଲୋକମାନେ ମଙ୍ଗଳସୂତ୍ର, ହାତଚୂଡ଼ି, କୁଣ୍ଡଳ ଏବଂ ପାଉଁଜି କେବେବି ଓହ୍ଲାଇବା ଉଚିତ ନୁହେଁ । ଏହା ମଧ୍ୟ ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ । ଶାସ୍ତ୍ର ଅନୁସାରେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ଭିତରେ କିମ୍ବା ସଂଭୋଗ ସମୟରେ ଲାଜ କରିବା ଉଚିତ ନୁହେଁ । ଏହାଦ୍ବାରା ସମ୍ପର୍କ ଖରାପ ହେବାର ସମ୍ଭାବନା ରହିଥାଏ । ଭୋଜନ କରିବା ସମୟରେ ଲାଜ ନକରି ଆବଶ୍ୟକ ମୁତାବକ ଖାଦ୍ୟ ଖାଇବା ମଙ୍ଗଳକାରୀ ହୋଇଥାଏ । ସେହିପରି ପାଠ ପଢିବା ସମୟରେ ଗୁରୁଙ୍କ ପାଖରେ ଲାଜ କରିବା ଦ୍ଵାରା ମଧ୍ୟ ବିଦ୍ୟା ଅର୍ଜନରେ ବାଧା ସୃଷ୍ଟି ହୋଇଥାଏ ।

ସକାଳୁ ଉଠିବା ମାତ୍ରେ ଆଇନାରେ ନିଜ ମୁହଁ ଦେଖିବା ଅଶୁଭ ହୋଇଥାଏ । ଉଠିବା ପରେ ନିଜର ଦୁଇ ପାପୁଲିକୁ ପ୍ରଥମେ ଦେଖିବା ମଙ୍ଗଳକାରୀ ସାବ୍ୟସ୍ତ ହୋଇଥାଏ । ସକାଳୁ ଉଠିବା ପରେ ଖବରକାଗଜ ପଢିବା କିମ୍ବା ଟିଭିରେ ନ୍ଯୁଜ ଦେଖିବା ଦ୍ଵାରା ମନ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ।

ନିଜେ ପିନ୍ଧୁଥିବା ହାତଘଣ୍ଟା ଅନ୍ୟକୁ ଦିଅନ୍ତୁ ନାହିଁ କିମ୍ବା ଅନ୍ୟର ହାତଘଣ୍ଟା ନିଜେ ପିନ୍ଧନ୍ତୁ ନାହିଁ । ଏହା ଅମଙ୍ଗଳକାରୀ ହୋଇଥାଏ । ସେହିପରି ନିଜେ ବ୍ୟବହାର କରୁଥିବା ପେନ୍ ଅନ୍ୟକୁ ଦେବା ଏବଂ ଅନ୍ୟର ପେନ୍ ବ୍ୟବହାର କରିବା ଦ୍ଵାରା ଆର୍ଥିକ ସମସ୍ଯା ଦେଖା ଦେଇଥାଏ । ରାତି ଗୋଟାଏରୁ ତିନିଟା ସମୟ ମଧ୍ୟରେ କେବେ ବି ଉଠାନ୍ତୁ ନାହିଁ କିମ୍ବା ଅନିଦ୍ରା ରୁହନ୍ତୁ ନାହିଁ । ଏହାଦ୍ବାରା ଅଶୁଭ ଶକ୍ତିର ପ୍ରଭାବ ପଡିଥାଏ ।

ଘରେ ଲାଗିଥିବା ଗଛର ପାତ୍ର ସୁଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ଓ ଘରେ ଧାର କରଜ ବୃଦ୍ଧି ହେବାର ସମ୍ଭାବନା ରହିଥାଏ । ଘରେ କ୍ଷୀର ଉତୁରି ତଳେ ପଡିବା ଦ୍ଵାରା ଅଯଥା ଖର୍ଚ୍ଚ ବୃଦ୍ଧି ହେବା ସହ ଆର୍ଥିକ ସମସ୍ଯା ଦେଖାଦିଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।