ସବୁଠୁ ଅଧିକ ମାରାତ୍ମକ ଅଟେ ଏହି ଗଛ, ଯାହାକୁ ଛୁଇଁବା ଦ୍ଵାରା ହୋଇପାରେ ଆପଣଙ୍କ ମୃତ୍ୟୁ

କହିବାକୁ ଗଲେ ଲୋକମାନେ ନିଜ ଘରର ଆଖପାଖରେ ସବୁଜ ପରିବେଶ ରଖିବା ପାଇଁ ଗଛଲତା ଲଗାଇଥାନ୍ତି । କାରଣ ତାହା ନା କେବଳ ଆମ ପାଇଁ ଅଥବା ପରିବେଶ ପାଇଁ ବି ବହୁତ ଭଲ ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଦୁନିଆରେ କେତେକ ଏମିତି ଗଛ ବି ଅଛି ଯାହା ମନୁଷ୍ୟ ପାଇଁ ବହୁତ ଭୟାନକ ଅଟେ । ଏହି ଦୁନିଆରେ ଏମିତି ବହୁତ ଗଛ ଅଛି ଯାହା ମନୁଷ୍ୟକୁ ମୃତ୍ୟୁ ମୁଖକୁ ବି ପହଞ୍ଚାଇ ଦେଇଥାଏ ।

ଆପଣଙ୍କୁ କହିଦେଉଛୁ କି ଏହିଭଳି ଏକ ଗଛ ଲଣ୍ଡନରେ ଅଛି । ଯାହାକୁ ସାଧାରଣ ଭାଷାରେ ହୋଗୱୀଜ ବା କିଲର ଟ୍ରୀ ନାମରେ ବି ଜଣାଯାଏ । ଏହି ଗଛର ବୈଜ୍ଞାନିକ ନାମ ହରସିଲମ ମଂଟେଜେଜିୟମ ଅଟେ । ଏହି ଗଛ ବ୍ରିଟେନର ଲଂକାଶାୟର ନଦୀ କୁଳରେ ମିଳିଥାଏ । ଏହି ମାରାତ୍ମକ ଗଛର ଉଚ୍ଚତା ୧୪ ଫୁଟ ପର୍ଯ୍ୟନ୍ତ ହୋଇଥାଏ । ଯଦି କୌଣସି ବ୍ୟକ୍ତି ଏହି ଗଛକୁ ଛୁଇଁଥାଏ ତେବେ ତାହାର ହାତରେ ଫୋଟକା ହୋଇଯାଏ ।

ବୈଜ୍ଞାନିକମାନଙ୍କର କହିବା ଅଟେ କି ଏହାକୁ ଛୁଇଁବାର ୪୮ ଘଣ୍ଟା ମଧ୍ୟରେ ହିଁ ଏହି ଗଛ ନିଜର ମାରାତ୍ମକ ପ୍ରଭାବ ଦେଖାଇବା ଆରମ୍ଭ କରିଦିଏ । ଏହି ଗଛ ଦେଖିବାକୁ ଯେତେ ଆକର୍ଷକ ହୋଇଥାଏ ସେତିକି ହିଁ ଏହା ଘାତକ ବି ହୋଇଥାଏ ।

ବୈଜ୍ଞାନିକମାନଙ୍କ କହିବା ଅଟେ କି ଏହି ଗଛ ସାପ ଠାରୁ ବି ଅଧିକ ବିଷଧର ଅଟେ । ଯଦି ଆପଣ କେବେ ଏହି ଗଛକୁ ସ୍ପର୍ଶ କରୁଛନ୍ତି, ତେବେ କିଛି ଘଣ୍ଟା ମଧ୍ୟରେ ହିଁ ଆପଣଙ୍କୁ ଲାଗିବ କି ଆପଣଙ୍କ ପୁରା ତ୍ଵଚା ଜଳୁଛି । ଏହି ଗଛ ବିଷୟରେ ଡାକ୍ତରମାନଙ୍କ କହିବା ଅଟେ କି ଯଦି କେହି ବି ଏହି ଗଛକୁ ସ୍ପର୍ଶ କରେ, ତେବେ ସେ ଅନ୍ଧ ବି ହୋଇପାରେ ଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗଛର କ୍ଷତିକାରକ ଜୀବାଣୁ ଠାରୁ ବଞ୍ଚିବା ପାଇଁ କୌଣସି ପ୍ରକାରର ଔଷଧ ବି ତିଆରି କରାଯାଇ ନାହିଁ ।