ଶିରା ଉପରେ ଶିରା ଚଢିଗଲେ ତୁରନ୍ତ କରନ୍ତୁ ଏହି ଉପାୟ

କହିବାକୁ ଗଲେ ଆମ ଶରୀର ହାଡ, ମାଂସ ଓ ରକ୍ତରେ ତିଆରି । ସୁସ୍ଥ ରହିବା ପାଇଁ ହାଡ ଗୁଡିକ ମଝବୁତ ହେବା ବି ବହୁତ ଜରୁରୀ ହୋଇଥାଏ । କିନ୍ତୁ ଆପଣଙ୍କୁ କହିଦେଉଛୁ କି ବେଳେବେଳେ ଆମ ଶରୀରର କେତେକ ଶିରା ଅନ୍ୟ ଶିରା ଉପରେ ଚଢିଯାଏ ଯାହା ଦ୍ଵାରା ଆମକୁ ବହୁତ କଷ୍ଟ ହୋଇଥାଏ । ଏହି ସମସ୍ୟା ପ୍ରାୟତଃ ଗୋଡ ଓ ହାତରେ ହୋଇଥାଏ । ଶିରା ଉପରେ ଶିରା ଚଢିଯିବା ଏକ ସାଧାରଣ ପ୍ରକ୍ରିୟା ଅଟେ । କିନ୍ତୁ ଏହା ବହୁତ କଷ୍ଟଦାୟକ ହୋଇଥାଏ । ଯଦି ରାତିରେ ଶିରା ଉପରେ ଶିରା ଚଢି ଯାଉଛି ତେବେ ବ୍ୟକ୍ତି ଶୋଇ ପାରି ନ ଥାଏ ।

ଶିରା ଉପରେ ଶିରା ଚଢିବାର ଲକ୍ଷଣ :-

୨ ରୁ ୫ ମିନିଟ ପର୍ଯ୍ୟନ୍ତ ଶିରା ଧରି ରହିବା ଓ ବହୁତ ବିନ୍ଧା ହେବା । ରାତିରେ ଶୋଇବା ସମୟରେ ପ୍ରାୟତଃ କେତେକ ଲୋକମାନଙ୍କ ଗୋଡର ଶିରା ଉପରେ ଶିରା ଚଢିଯାଏ ବୋଲି କୁହନ୍ତି ଓ ଏହି କଷ୍ଟ ବହୁତ ହିଁ ଅଧିକ ଓ ଅସହନୀୟ ହୋଇଥାଏ ।

ଗୋଡର ଶିରା ଉପରେ ଶିରା ଚଢିବାର କଣ କାରଣ ହୋଇଥାଏ :-

ଡାୟରିଆ, ଡାଇୟୁରେଟିକ, ଡାଇବେଟିସ, ଡିହାଇଡ୍ରେସନ, ଆଲ୍କୋହଲ ଅଧିକ ସେବନ କରିବା, ଅଧିକ ଥକି ଯିବା, ବିପି ର ଔଷଧ କିମ୍ବା ଗର୍ଭନିରୋଧକ ଔଷଧ ଖାଇବା ଇତ୍ୟାଦି ।

ଶିରା ଉପରେ ଶିରା ଚଢିଯିବାର କିଛି ଘରେଲୁ ଉପଚାର :-

ଆପଣ ନିଜ ଶରୀରର ଉଚ୍ଚତାକୁ ଅଧା ଅଧା ଦୁଇ ଭାଗରେ ଚିହ୍ନିତ କରନ୍ତୁ, ବର୍ତ୍ତମାନ ଯେଉଁ ଭାଗରେ ଶିରା ଚଢିଛି ତାହାର ବିପରୀତ ଭାଗର କାନର ତଳ ଅଂଶକୁ ଆଙ୍ଗୁଠିରେ ଦବାନ୍ତୁ ଏବଂ ଆଙ୍ଗୁଠିକୁ ଅଳ୍ପ ଉପରକୁ ଓ ଅଳ୍ପ ତଳକୁ ବାରମ୍ବାର ୧୦ ସେକନ୍ଡ ପର୍ଯ୍ୟନ୍ତ କରନ୍ତୁ, ଶିରା ଓଲ୍ହାଇ ଯିବ ।

ଏହି କିଛି ସରଲ ଉପାୟ ଦ୍ଵାରା ଆପଣ ଏହି କଷ୍ଟକୁ ଦୂର କରି ପାରିବେ

୧- ଯଦି ଆପଣଙ୍କର ଶିରା ଉପରେ ଶିରା ଚଢି ଯାଇଛି ତେବେ ଆପଣ ଯେଉଁ ଗୋଡର ଶିରା ଚଢିଛି ସେହି ପାଖ ହାତର ମଝି ଆଙ୍ଗୁଠିର ନଖର ତଳ ଅଂଶକୁ ଦବାନ୍ତୁ । ଏହାକୁ ସେତେବେଳ ପର୍ଯ୍ୟନ୍ତ କରନ୍ତୁ ଯେତେବେଳ ପର୍ଯ୍ୟନ୍ତ ଏହା ଠିକ ନ ହୋଇଛି ।

୨-ଶୋଇବା ସମୟରେ ଗୋଡ ତଳେ ମୋଟା ତକିଆ ରଖି ଶୁଅନ୍ତୁ ।

୩-ଆରାମ କରୁଥିବା ସମୟରେ ଗୋଡକୁ ଉଚ୍ଚତାରେ ରଖି ଦିଅନ୍ତୁ ।

୪-ପ୍ରଭାବ ଥିବା ଜାଗାରେ ବରଫର ଥଣ୍ଡା ସେକ କିମ୍ବା ଗରମ ସେକ ଦିଅନ୍ତୁ । ଏହାକୁ ଦିନକୁ ୩ ରୁ ୪ ଥର ୧୫ ମିନିଟ ପର୍ଯ୍ୟନ୍ତ କରନ୍ତୁ ।

୫- ଗୋଡରେ ଆପଣ ପ୍ଲାଷ୍ଟର ପଟି ବି ଲଗାଇ ପାରିବେ ଯାହା ଦ୍ଵାରା ରକ୍ତ ଜମା ହେବ ନାହିଁ ।

୬-ଯଦି ମଧୁମେହ କିମ୍ବା ଉଚ୍ଚ ରକ୍ତ ଚାପ ଦ୍ଵାରା ପୀଡିତ ଅଛନ୍ତି ତେବେ ନିଶା ଯୁକ୍ତ ଜିନିଷ ଠାରୁ ଦୂରେଇ ରୁହନ୍ତୁ ।

୭-ସଠିକ ମାପର ଆରାମଦାୟକ ଜୋତା ପିନ୍ଧନ୍ତୁ ।

୮- ନିଜର ଓଜନକୁ କମ କରନ୍ତୁ । ଏହା ଛଡା ସବୁଦିନ ଦୌଡିବାକୁ ଯାଆନ୍ତୁ ।

୯-ଫାଇବର ଯୁକ୍ତ ଭୋଜନ କରନ୍ତୁ । ଯେମିତି କି ବ୍ରାଉନ ବ୍ରେଡ, ପନିପରିବା, ଫଳ ଇତ୍ୟାଦି । ମଇଦା ଓ ପାସ୍ତା ଭଳି ଖାଦ୍ୟର ସେବନ କରନ୍ତୁ ନାହିଁ ।

୧୦-ଭୋଜନରେ ଲେମ୍ବୁ ପାଣି, ନଡିଆ ପାଣି ଫଳ, ଇତ୍ୟାଦି ସାମିଲ କରନ୍ତୁ ।