ବହୁତ ଦିନ ପର୍ଯ୍ୟନ୍ତ ସ୍କୁଲ ଆସିଲା ନାହିଁ ଛାତ୍ରୀ ଜଣକ, କାରଣ ଜାଣି ଟିଚରଙ୍କ ଗୋଡ ତଳୁ ଖସିଗଲା ମାଟି

ହରିୟାଣାର ଚରଖୀ ଦାଦରୀ ଜିଲ୍ଲାରେ ବହୁତ ହିଁ ଆଶ୍ଚର୍ଯ୍ୟ ଚକିତକର ମାମଲା ସାମ୍ନାକୁ ଆସୁଛି । କହିବାକୁ ଗଲେ ଏହି ଜିଲ୍ଲାର ଏକ ସରକାରୀ ସ୍କୁଲରେ ନାନକଚନ୍ଦ ନାମକ ଏକ ବ୍ୟକ୍ତି ଅଧ୍ୟାପକ ଅଛନ୍ତି । ତାଙ୍କ କ୍ଳାସରେ ଗତ କିଛି ଦିନ ହେବ ୬ ବର୍ଷର ଏକ ଛାତ୍ରୀ ସ୍କୁଲ ଆସୁ ନ ଥିଲା । ଏହା ପରେ ଦିନେ ଯେତେବେଳେ ସେ ଛାତ୍ରୀ ଆସିଲା ତେବେ ଅଧ୍ୟାପକ ତାକୁ ସ୍କୁଲ ନ ଆସିବାର କାରଣ ପଚାରିଲେ ।

ଏହା ପରେ ସେ କାନ୍ଦି କାନ୍ଦି ଏହା ପଛର କାରଣ ବିଷୟରେ କହିଲା । ଯାହାକୁ ଶୁଣି ଅଧ୍ୟାପକଙ୍କ ଗୋଡ ତଳୁ ମାଟି ଖସିଗଲା ଓ ସେ ବଭୁତ ରାଗିଗଲେ ମଧ୍ୟ ।

ଛାତ୍ରୀଟି କହିଲା ଆଶ୍ଚର୍ଯ୍ୟ ଚକିତ କରିଦେବା ଭଳି କାରଣ

ଛାତ୍ରୀ କହିଲା କି ଯେତେବେଳେ ସେ ଘରେ ଥାଏ ତେବେ ତାହାର ପଡୋଶୀରେ ରହୁଥିବା ଢିଲ୍ଲୂ ନାମକ ଯୁବକ ତାହାର ଘରେ ଜବରଦସ୍ତ ପଶିଯାଇ ତାହା ସହିତ ଖରାପ କାମ କରିବା ଆରମ୍ଭ କରିଦିଏ । ଛାତ୍ରୀ ଜଣକ କହିଲା କି ମୋର ପରିସ୍ରା କରୁଥିବା ଜାଗାରୁ ବି ବର୍ତ୍ତମାନ ରକ୍ତ ବାହାରିବାରେ ଲାଗିଛି ଓ ବହୁତ ବ୍ୟଥା ବି ହେଉଛି । ନିଜ ଛାତ୍ରୀର କାହାଣୀ ଶୁଣି ଅଧ୍ୟାପକ ବି କାନ୍ଦି ପକାଇଲେ ଓ ସେ ରାଗିଗଲେ ।

ଟିଚର ମାଗିଲା ଛାତ୍ରୀ ପାଇଁ ନ୍ୟାୟ

ଛାତ୍ରୀଟିର କଥା ଶୁଣିବା ପରେ ଅଧ୍ୟାପକ ସଙ୍ଗେ ସଙ୍ଗେ ତାକୁ ପୋଲିସ ଷ୍ଟେସନକୁ ନେଇଗଲେ ଓ ଆରୋପି ବିରୁଦ୍ଧରେ FIR ଲେଖିଲେ । ଅନ୍ୟ ପଟେ ଡିଏସପି ହେଡକ୍ୱାର୍ଟର ପ୍ରଦୀପ କୁମାରଙ୍କ କହିବା ଅଟେ କି FIR ମିଳିବା ପରେ ଆରୋପି ବିରୁଦ୍ଧରେ IPCର ବିଭନ୍ନ ଧାରା ଓ ପାସ୍କୋ ଏକ୍ଟ ଅନୁସାରେ କେସ କରାଯାଇସାରିଛି । ଏହା ସହିତ ପୀଡ଼ିତାର ମେଡିକାଲ ଟେଷ୍ଟ ବି କରାଯାଇଛି ।

ଯେଉଁଥିରେ ରେପର ପୃଷ୍ଟି ହୋଇଛି । କିନ୍ତୁ ବର୍ତ୍ତମାନ ଆରୋପି ଢିଲ୍ଲୂ ଫେରାର ଅଛି । ପୋଲିସର କହିବା ଅଟେ କି ସେମାନେ ଆରୋପିକୁ ଖୋଜିବା ପାଇଁ ପୁରା ଚେଷ୍ଟା କରୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।