ଲକଡାଉନରେ ନିୟମ ନ ମାନି ବୁଲୁଥିଲେ ଅମାନିଆ, ପୋଲିସ ଧରିବାରୁ ଦେଲେ ଏମିତି ଜବାବ, ଦେଖନ୍ତୁ ଭିଡିଓ

ବିଜେଡି ଦଳର ଜଣେ ବଡ଼ ସମର୍ଥକ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଣେ ବଡ଼ ପ୍ରଶଂସକ ହେଉଛନ୍ତି ଖଗେଶ୍ବର ଦେହୁରୀ । ସେ ନବୀନ ପଟ୍ଟନାୟକଙ୍କୁ ଭଗବାନ ଭଳି ମାନନ୍ତି ।

ତାଙ୍କର ପ୍ରତ୍ୟେକ ସଭା ସମିତିରେ ବିଜୁ ଜନତା ଦଳକୁ ସମର୍ଥନ କଲା ପରି ସ୍ଵତନ୍ତ୍ର ପୋଷାକ ପିନ୍ଧି ଓ ପତାକା ଧରି ସେଠାରେ ହାଜିର୍ ହୋଇଯାଆନ୍ତି । ତେବେ ସେ ଲକ୍ ଡାଉନ୍ ସମୟରେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରି ନିଜ ସୁସଜ୍ଜିତ ଗାଡ଼ି ଧରି ବୁଲୁଥିବା ବେଳେ ତାଙ୍କ ଗାଡ଼ି ଜବତ କରିଛି ଭୁବନେଶ୍ୱର ପୋ-ଲି-ସ । ଦୀର୍ଘ ୧୮ ବର୍ଷ ଧରି ଖଗେଶ୍ବର ଦେହୁରୀ ନବୀନଙ୍କୁ ନିଜ ଭଗବାନ ପରି ପୂଜି ଆସୁଛନ୍ତି ।

ତାଙ୍କୁ ସବୁବେଳେ ବିଜୁ ଜନତା ଦଳର ପତାକାକୁ ପୋଷାକ ଭଳି ପିନ୍ଧି ଓ ମୁଣ୍ଡରେ ମଧ୍ୟ ସେହିଭଳି ସବୁଜ ରଙ୍ଗର ଟୋପି ଓ ଦଳର ପତାକା ଧରି ବୁଲି ଦଳର ସମର୍ଥନ ଓ ପ୍ରଚାର କରୁଥିବାର ଦେଖିବାକୁ ମିଳିଥାଏ । ଆଉ କେବେ କେବେ ନବୀନ ବାବୁଙ୍କ ପରି ଧଳା ରଙ୍ଗର ପୋଷାକ ମଧ୍ୟ ପିନ୍ଧନ୍ତି । ଏପରିକି ସେ ନିଜ ଛାତିରେ ନବୀନଙ୍କ ଓ ତାଙ୍କ ଦଳୀୟ ଚିହ୍ନ ଶଙ୍ଖ ର ଟାଟୁ ମଧ୍ୟ ଆଙ୍କିଛନ୍ତି ।

ତେବେ ତାଙ୍କ ବାଇକ୍ ଟି ମଧ୍ୟ ବିଜୁ ଜନତା ଦଳକୁ ପ୍ରତିପାଦିତ କଲା ଭଳି ସବୁଜ ରଙ୍ଗର । ବାଇକ୍ ଟି କୁ ଖୁବ୍ ମଜାଳିଆ ଢଙ୍ଗରେ ସଜେଇ ସେ ସବୁଆଡେ ବୁଲୁଥାନ୍ତି । ତେବେ ଲକ୍ ଡାଉନ୍ ସମୟରେ ସେ ସେହିପରି ପୋଷାକ ପିନ୍ଧି ଗାଡ଼ିରେ ଯାଉଥିବା ସମୟରେ ତାଙ୍କୁ ଆଇ.ଜି. ଛକ ପାଖରେ ଅଟକାଇ ଥିଲା ଭୁବନେଶ୍ୱର ପୋ-ଲି-ସ । ତେବେ ପୋ-ଲି-ସକୁ ଦେଖାଇବା ପାଇଁ ତାଙ୍କ ପାଖରେ କୌଣସି ପାସ୍ କିମ୍ବା ଅନୁମତି ପତ୍ର ନ ଥିଲା ।

ତେବେ ଲକ୍ ଡାଉନ୍ ସମୟରେ କଣ ପାଇଁ ଏପରି ବୁଲୁଛନ୍ତି ବୋଲି ପଚରା ଯିବାରୁ, ସେ ଏତେ ଖରା ଗରମରେ ବାହାରେ କାର୍ଯ୍ୟ କରୁଥିବା ସମସ୍ତ ପତ୍ରକାର କର୍ମୀ ଓ ପୋ-ଲି-ସ କର୍ମୀ ମାନଙ୍କୁ ଥଣ୍ଡା ବାଣ୍ଟିବା ପାଇଁ ବୁଲୁଛନ୍ତି ବୋଲି ଉତ୍ତର ଦେଇଥିଲେ । ଆଉ ସତରେ ମଧ୍ୟ ତାଙ୍କ ପାଖରେ ଏକ ବ୍ୟାଗ୍ ଥିଲା ଯେଉଁଥିରେ ସେ ଥଣ୍ଡା ସବୁ ଭର୍ତ୍ତି କରି ରଖିଥିଲେ ଓ ସେଗୁଡିକୁ ସେ ତାଙ୍କୁ ଅଟକାଇ ଥିବା ପୋ-ଲି-ସ ଭାଇ ମାନଙ୍କୁ ମଧ୍ୟ ଯାଚୁଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ ପତ୍ରକାର ଭାଇ ଭଉଣୀ ଓ ପୋ-ଲି-ସ ଭାଇ ଭଉଣୀ ମାନଙ୍କୁ ସେ ନିଜ ଜୀବନ ଠୁ ମଧ୍ୟ ଅଧିକ ଭଲ ପାଆନ୍ତି । ତେବେ ତଥାପି ମଧ୍ୟ ତାଙ୍କ ପାଖରେ ଏହି କାର୍ଯ୍ୟ ପାଇଁ କୌଣସି ଅନୁମତି ନ ଥିବାରୁ ପୋ-ଲି-ସ ତାଙ୍କ ଗାଡ଼ି ଜବତ କରିଥିଲା । ତାଙ୍କ ଭଗବାନଙ୍କ ନିବାସ ଠାରୁ ମାତ୍ର ଅଳ୍ପ କିଛି ଦୂରରେ ଜବତ ହୋଇଛି ଖଗେଶ୍ବରଙ୍କ ଗାଡ଼ି ।

ତେବେ ଏହା ପରେ ସେ ଟିକେ ମାତ୍ର ବିଚଳିତ ନ ହୋଇ ଚାଲି ଚାଲି ଗୀତ ଗାଇ ସମସ୍ତଙ୍କୁ ଥଣ୍ଡା ଯାଚୁଥିଲେ । ଗାଡି ତ ଜବତ ହେଲା ଏବେ କଣ କରିବେ ବୋଲି ପଚରା ଯିବାରୁ ସେ ଉତ୍ତର ଦେଇଥିଲେ କି, ‘ଆଉ ଗୋଟେ ବଡ଼ ଗାଡ଼ି ମାଗିବି । ଦେଲା ବାଲା ଉପରେ ନିଶ୍ଚୟ ଦେବ । ମୋ ସହ ସାଇ ବାବା ଓ ନବୀନ ବାବୁଙ୍କ ଆଶୀର୍ବାଦ ରହିଛି । ”

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ