ବାତ୍ୟା ପରେ ବନ୍ୟା ଆଶଙ୍କା, ଆଜି ବି ଏହି ଜିଲ୍ଲାରେ ବହିବ ପବନ ଦେଖନ୍ତୁ

ଓଡିଶାରେ ଅନୁଭୂତ ହୋଇ ଥିବା ବାତ୍ୟା ୟାଶ ଅନେକ କ୍ଷୟକ୍ଷତି ଘଟାଇଛି । ଏହା ପାଇଁ ଅନେକ ଲୋକ ମାନେ ଅଧିକ କ୍ଷୟ ର ସାମନା କରିବାକୁ ପଡିଥିଲା । ଆଗରୁ ସଚେତନ ରହି ଥିବାରୁ ବେଶୀ କିଛି ହୋଇ ନାହିଁ ।

ଏହା ଯିବା ପରେ ସରକାର ନିଜର ଲୋକମାନଙ୍କ ପାଇଁ ରିଲିଫ ପାଇଁ ବ୍ୟବସ୍ଥା କରିଛି । ଏହା ସହ ଯେଉଁ ଜାଗାରେ ଜଳ ଭର୍ତ୍ତି ହୋଇ ରହିଛି ଏହାର ପ୍ରତିକାର ପାଇଁ ଯଥା ସମ୍ଭବ ଚେଷ୍ଟା ମଧ୍ୟ କରିବାରେ ଲାଗିଛି । ଏବେ ବାତ୍ୟା ପରେ ପରେ ବନ୍ୟା ର ଭୟ ଉପୁଜିଛି ଓଡିଶାରେ । ଆଜି ପାଇଁ ୯ ଟି ଜିଲ୍ଲାରେ ସତର୍କ ସୂଚନା ଦିଆ ଯାଇଛି ।  ଏହି ୯ ଟି ଜିଲ୍ଲାରେ ମଧ୍ୟମ ଧାରଣ ର ବର୍ଷା ହେବା ସହ ପବନ ବହିବାର ସମ୍ଭାବନା ଅଛି ।

ଏହି ବିଷୟରେ ପାଣି ବିଭାଗରୁ ସୂଚନା ଦିଆ ଯାଇଛି କି ବାତ୍ୟା ଲ୍ୟାଣ୍ଡ ଫଲ କରି ସାରିବା ପରେ ଶିମିଳି ପାଲ ଅଞ୍ଚଳରେ ପ୍ରବଳ ମାତ୍ରାରେ ବର୍ଷା ହୋଇ ଥିଲା । ଏହା ଦ୍ଵାରା ବୁଢାବଳଙ୍ଗ ନଦୀରେ ଜଳ ସ୍ଥର ବୃଦ୍ଧି ପାଇବାରେ ଲାଗିଥିଲା । ଏହା ଅଧିକ ପାଣିରେ  ଭର୍ତ୍ତି ଥିବାରୁ ଏହା ବନ୍ୟାର ରୂପ ନେଇ ପାରେ । ବାଲେଶ୍ଵର ର ରେମୁଣା ରେ ଲ୍ୟାଣ୍ଡ ଫଲ କରିଥିବାରୁ ଏହା ଜଲବନ୍ଦି ହୋଇ ରହିଥିଲା ।

ଏହା ପାଇଁ କୁହାଯାଇଛି କି କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜି ପାରେ । ସେହି ଜିଲ୍ଲା ଗୁଡିକ ହେଲା ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, କଟକ, ଜଗତସିଂପୁର,  ମୟୂରଭଞ୍ଜ,  କେଉଁଝର, ଢେଙ୍କାନାଳ ଜିଲ୍ଲା । ଏହି ଜିଲ୍ଲାରେ ବର୍ଷା ହେବା ସହ ପବନ ବହିବାର ସମ୍ଭାବନା ମଧ୍ୟ ଅଛି । ଏହା ନେଇ ଏସଆରଆରସି ସୂଚନା ଦେଇଛନ୍ତି କି ତଳିଆ ଅଞ୍ଚଳକୁ ଖାଲି କରିବା କୁ ହେବ ।

ଗତ କାଲୀ ୧୦୦ ମିଲି ମିଟର ବର୍ଷା  ହେଇଛି । ଏହା ସହ ତଳିଆ ଅଞ୍ଚଳକୁ ସରକାରଙ୍କ ତରଫରୁ ଟିମ ଯାଇଛି ଓ ଉଧାର କାମ ମଧ୍ୟ କରୁଛି । ଏହା ସହ ବାଲିଆ ପାଳ ଓ କେନ୍ଦ୍ରାପଡା ର କିଛି ଅଞ୍ଚଳରେ ୱାଟର ଲଗିଙ୍ଗ ଅଛି । ୟାଶ ପ୍ରଭାବରେ ଶିମିଳି ପାଳରେ ଥିବା ବୁଢା ବଳଙ୍ଗ ନଦୀରେ ଫ୍ଲାସ ବନ୍ୟା ଦେଖିବାକୁ ମିଳିବ ବୋଲି ପାଣି ବିଭାଗରୁ ସୂଚନା ମିଳିଛି ।

ଏସଏସଆରସି ପ୍ରଦ୍ୟୁନ ଜେନା ସୂଚନା ଦେଇଥିଲେ । ନଦୀ କୁଳ ଅଞ୍ଚଳରେ ସରକାର ଅଧିକ ଧ୍ୟାନ ଦେଉଛି । ଏହା ସହ ସେମାନେ ତଳିଆ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ଚେଷ୍ଟା କରୁଛନ୍ତି ବୋଲି କୁହା ଯାଇଛି ।