ନିର୍ଦ୍ଦୟ ହେଲା ଦଇବ ! ପାଲିଙ୍କି ଉଠିବା ଆଗରୁ ଉଠିଲା ଯୁବକଙ୍କ କୋକେଇ, ପୁରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ !

ଘର ରଙ୍ଗ କାମ ସରିଥିଲା ଆଉ ପୁଅର ବାହାଘର ପାଇଁ ନିମନ୍ତ୍ରଣ କାର୍ଡ ମଧ୍ୟ ଛପା ସରିଥିଲା । ବାହାଘର ପାଇଁ ଗୁଆଦିଆ ଏବଂ ବାନ୍ଧି ନିମନ୍ତ୍ରଣ ସବୁ ସରିଥିଲା । ବାହାଘର ପାଖେଇ ଆସୁଥିବାରୁ ବରପାତ୍ର ଦାଦାଙ୍କ ସହ ମାର୍କେଟିଂ କରିବାକୁ ଆସୁଥିଲେ ବଲାଙ୍ଗୀର ସହର । କିନ୍ତୁ କିଏ ବା ଜାଣିଥିଲା ବିବାହ ବନ୍ଧନରେ ବାନ୍ଧି ହୋଇ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥିବା ଶିବାନନ୍ଦଙ୍କୁ ରାସ୍ତାରେ ଜଗି ବସିଥିଲା ଯମ । ହଠାତ ଅନ୍ୟ ଏକ ବାଇକ ସହ ଜୋରଦାର ଧକ୍କା ହୋଇଥିଲା ତାଙ୍କ ଗାଡି । ଘଟଣାସ୍ଥଳରେ ବର ଶିବାନନ୍ଦଙ୍କ ଜୀବନ ।

ଯେଉଁ ଘରେ ପୁଅ ବାହାଘର ପାଇଁ ଖୁସିରେ ପୁରି ଉଠୁଥିଲା ସେଇଠି ନିମିଷକେ ଖେଳିଗଲା ଦୁଃଖର କଳା ବାଦଲ । ପୁରା ପରିବାର କାନ୍ଦ ବୋବାଳିରେ ଫାଟି ପଡିଲା । କାରଣ ଯେଉଁ ଘରୁ ପାଲିଙ୍କି ଉଠିବା ସଜବାଜ ହେଉଥିଲା, ସେଇଠି ୬ ଖଣ୍ଡ ବାଉଁଶରେ କୋକେଇ ତିଆରି ହେଲା । ଯେଉଁ ଘରୁ ଭେଣ୍ଡିଆ ପୁଅ ବାହା ହେବା ପାଇଁ ବର ହୋଇ ଯାଇଥାନ୍ତା, ସେଇଠୁ ପୁଅ ସମସ୍ତଙ୍କୁ ଶୋକର ସାଗରରେ ଭସାଇ କୋକେଇରେ ଶବ ହୋଇ ମଶାଣିକୁ ଗଲା ।

ଭେଣ୍ଡିଆ ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଥିଲା ମାଆ । କୋହରେ ବାପାର ଆଖି ଭିଜି ଯାଉଥିଲା । ଏମିତି ଏକ ଦୁଃଖଦାୟକ ବଲାଙ୍ଗୀର ଜିଲ୍ଲା ପଇଁତଳା ଥାନା ନସ୍ତଲା ଗାଁରେ । ଗାଁର ବାହାଦୁର ବରାଡଙ୍କ ବଡ ପୁଅର ବାହାଘର ନିଜ ଗାଁର କୃପାସିନ୍ଧୁ ଜେନାଙ୍କ ଝିଅ ଉର୍ବଶୀ ସହ ଠିକ ହୋଇଥିଲା । ୧୧ ତାରିଖରେ ଥିଲା ବାହାଘର ।

ବାହାଘର ସଉଦା ପାଇଁ ଶିବାନନ୍ଦ ନିଜ ଦାଦା ବିଜୟ ବରାଡଙ୍କ ସହ ବାଇକରେ ବଲାଙ୍ଗିର ଯାଉଥିଲେ । ସାଆନ୍ତପୁର ଠାରେ ହଠାତ ଅନ୍ୟ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଶିବାନନ୍ଦଙ୍କର ମୃତ୍ୟୁ ହୋଇଥିବା ବେଳେ ଦାଦା ବିଜୟ ବରାଡ ଗୁରୁତର ଆହତ ହୋଇଥିଲେ । ଏହାସହ ଅନ୍ୟ ଏକ ବାଇକରେ ଥିବା ବଲାଙ୍ଗିର ସହର ବିଭୁତିପଡାର ବବୁଲ ସ୍ଵାଇଁ ମଧ୍ୟ ଗୁରୁତର ଆହତ ହୋଇଥିଲେ ।

ଉଭୟ ଗୁରତର ଆହତଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା । ବାହାଘର ହୋମ ନିଆଁ ଜାଗାରେ ଜଳିଲା ଜୁଇର ନିଆଁ । କେତେ ଅଜବ ଏହି ବିଧିର ବିଧାନ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।