ଘର ଦେଲେନି ବୋଲି ଜିଦ ରେ ହେଲେ ସରପଞ୍ଚ ପ୍ରାର୍ଥୀ ! ସେ ଯାହା କହୁଛନ୍ତି ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ମହିଳା ଜଣକ କହୁଛନ୍ତି କି ଲଢେଇ କରି କରି ଖଣ୍ଡିର ଘର ପାଇଲେନି । ତେଣୁ ଏବେ ନିଜେ ହିଁ ସରପଞ୍ଚ ପାର୍ଥୀ ହୋଇଛନ୍ତି । ପୂର୍ବରୁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପାଖରେ ବର୍ଷ ବର୍ଷ ଧରି ତାଙ୍କ ଶ୍ଵଶୁର ଓ ସେ ଗୁହାରି ହୋଇଥିଲେ । ଖଣ୍ଡେ ଘର ଦେବା ପାଇଁ ତାଙ୍କୁ କହିଥିଲେ । କିନ୍ତୁ ସରପଞ୍ଚ କି ପ୍ରଶାସନ କେହି ମଧ୍ୟ ଶୁଣିଲେ ନାହିଁ । ଘର ପାଇଁ ଏବେ ନୁହେଁ ବରଂ ୧୦ ବର୍ଷ ହେଲା ଚାଲିଥିଲା ଲଢେଇ ।

ସରପଞ୍ଚ, ବିଡିଓ ଓ କଲେକ୍ଟର ସମସ୍ତଙ୍କ ପାଖକୁ ଯାଇ ସେମାନେ ଘର ଖଣ୍ଡେ ଦେବା ପାଇଁ ଗୁହାରି ହେବା ପରେ କେହି ମଧ୍ୟ ତାଙ୍କ କଥା ଶୁଣିଲେନି । ଶେଷରେ ତାଙ୍କ ଏସସିସି ଲିଷ୍ଟ ମଧ୍ୟ କାଟିଦେଲେ ଓ ତାଙ୍କୁ ଲାଞ୍ଚ ମାଗିଥିଲେ । କିନ୍ତୁ ଗରିବ ହୋଇଥିବାରୁ ଟଙ୍କା ବା କେଉଁଠୁ ଆଣିକି ଦେଇଥାନ୍ତେ । ପଇସା ଥିଲେ ଏତେ ଜଣଙ୍କ ପାଖେ ଥାଇ କାହିଁକି ଗୁହାରି କରିଥାନ୍ତେ, ନିଜେ ଘର କରି ଦେଇଥାନ୍ତେ ।

ସେ ଗରିବ ହୋଇ ଲଢୁଥିବାର ଦେଖି ଗ୍ରାମବାସୀ ତାଙ୍କୁ ସରପଞ୍ଚ ପ୍ରାର୍ଥୀ ଭାବେ ଠିଆ କରିଛନ୍ତି । ସରପଞ୍ଚ ହୋଇ ଗରିବ ଲୋକଙ୍କୁ ସରକାରୀ ଘର ଯୋଗାଇ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି ଏହି ମହିଳା । କେନ୍ଦୁଝର ସଦର ବ୍ଲକ ପଦ୍ମପୁର ପଞ୍ଚାୟତର ଦେବଶ୍ରୀ ନାୟକ ଏଭଳି ଏକ ଅଦ୍ଭୁତ ଜିଦ୍ ରେ ଏବେ ସରପଞ୍ଚ ପ୍ରାର୍ଥୀ ହେବା ପାଇଁ ଚେଷ୍ଟା କରିଛନ୍ତି । ସ୍ଵାମୀ, ଶାଶୁ, ଶ୍ଵଶୁର ଓ ଦୁଇ ଝିଅଙ୍କୁ ନେଇ ତାଙ୍କ ପରିବାର ।

ସ୍ଵାମୀ ଗାଁ ଛକରେ ଅଟୋ ଚଳାଇ ପରିବାର ପୋଷନ୍ତି । କିନ୍ତୁ ସେତିକି ରୋଜଗାରରେ ପରିବାର ଚାଲିବା କଷ୍ଟକର ହୋଇପଡେ । ସେଥିରେ ପୁଣି ମୁଣ୍ଡ ଗୁଞ୍ଜିବାକୁ ଘର ଟିଏ ତୋଳିବା ବି କଷ୍ଟକର । ସେ ସରପଞ୍ଚ ହେଲେ ସ୍ଥାନୀୟ ଅଞ୍ଚଳରୁ ଏହି ଦୁର୍ନୀତି ହଟାଇବେ ବୋଲି କହିଛନ୍ତି । ସେଠାରେ ଅନେକ ଗରିବ ଲୋକଙ୍କ ଘର ହୋଇନି, ନଳକୂପରେ ପାଣି ଆସୁନି, ସଡକ ଅବସ୍ଥା ମଧ୍ୟ ଭଲ ନାହିଁ, ନାଳ କାର୍ଯ୍ୟକାରୀ ହୋଇନାହିଁ, ଗାଁ ପାଇଁ ଯେତେ ଉନ୍ନତିମୂଳକ କାର୍ଯ୍ୟ ଆସିଥିଲା ତାହା ମଧ୍ୟ ସମସ୍ତେ ହଡପ କରି ଦେଇଛନ୍ତି ।

ଏହିସବୁ ଯେଉଁ ଦୁର୍ନୀତି ଏବଂ ସମସ୍ଯା ତାଙ୍କଗାଁରେ ଦେଖା ଦେଉଛି ସେ ସରପଞ୍ଚ ହେଲେ ଏହିସବୁ ଦିଗରେ କାର୍ଯ୍ୟ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ତେଣୁ ସେ ସରପଞ୍ଚ ଭାବେ ଠିଆ ହୋଇ ମାଛ ଚିହ୍ନରେ ଭୋଟ ଦେଇ ତାଙ୍କୁ ଜୟଯୁକ୍ତ କରାଇବା ପାଇଁ ଲୋକଙ୍କୁ ଅନୁରୋଷ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।