ବାହାଘର ର 8 ଘଣ୍ଟା ପୂର୍ବରୁ ପଙ୍ଗୁ ହେଇଗଲା କନିଆଁ, ତା’ପରେ ବର ଯାହା କଲା ଆପଣ ଶୁଣିଲେ ପ୍ରଶଂସା ନ କରି ରହି ପାରିବେନି

ଉତ୍ତର ପ୍ରଦେଶର ପ୍ରତାପଗଢ଼ରୁ ଏକ ଏମିତି ଖବର ଆସୁଛି ଯେଉଁଥିରେ ବହୁତ ଭାବପୂର୍ଣ ବାର୍ତ୍ତା ଦିଆଯାଉଛି । ଏହି ଖବର ଅନୁସାରେ ବିବାହର ମାତ୍ର ୮ ଘଣ୍ଟା ପୂର୍ବେ ଗୋଟିଏ ଦୁର୍ଘଟଣାରେ କନ୍ୟା ପୂରାପୂରି ଅପଙ୍ଗ ହୋଇଗଲା । ଏହି ଖବର ଯେତେବେଳେ ବରକୁ ଜଣା ପଡିଲା ତେବେ ସେ କେବଳ କନ୍ୟାକୁ ଆପଣାଇଲା ନାହିଁ ଅଥବା କନ୍ୟାକୁ ଏମ୍ବୁଲାନ୍ସରେ ହସ୍ପିଟାଲକୁ ନେଇ କନ୍ୟା ବେଡରେ ଶୋଇଥିବା ଅବସ୍ଥାରେ ବିବାହର ସବୁ ପରମ୍ପରାକୁ ବି ପଲାନ କରି ବିବାହ କରିଲା ।

ବର୍ତ୍ତମାନ ସମୟରେ ଏହି ଯୁବକର ଚାରିଆଡେ ଚର୍ଚା ହେଉଛି ଓ ସମସ୍ତେ ଯୁବକର ଏହି ନିଷ୍ପତିକୁ ନେଇ ପ୍ରଶଂସା ବି କରୁଛନ୍ତି । ପ୍ରୟାଗରାଜରେ ହୋଇଥିବା ଏହି ଅଦ୍ଭୁତ୍ତ ବିବାହର ଫଟୋ ଯେତେବେଳେ ସାମ୍ନାକୁ ଆସିଆଲା ତେବେ ୧୫ ବର୍ଷ ପୂର୍ବେ ଆସିଥିବା ଫିଲ୍ମ ବିବାହ କଥା ସମସ୍ତଙ୍କୁ ମନେ ପଡିଗଲା ।

ଏହି ବିବାହର କାହାଣୀ ବିଲକୁଲ ସେହି ଫିଲ୍ମ ଭଳି ଅଟେ । ଯେଉଁଥିରେ ଶାହିଦ କପୁର ଅମୃତା ରାୱଙ୍କୁ ହସ୍ପିଟାଲରେ ବିବାହ କରୁଛନ୍ତି । ଠିକ ସେହିଭଳି ଏହି ବର ଜଣକ ନିଜର କନ୍ୟାକୁ ହସ୍ପିଟାଲର ଷ୍ଟ୍ରେଚରରେ ଶୋଇଥିବା ଅବସ୍ଥାରେ ବିବାହ କରିଛି । କହିବାକୁ ଗଲେ କନ୍ୟା ଆରତୀର ଶରୀରର ଅଧା ବ୍ୟଥା ଅବଧେଶ ତାଙ୍କର ମୁଣ୍ଡରେ ସିନ୍ଦୁର ଦେଇ ନିଜ ନାଁରେ କରି ଦେଲେ ।

ଏହା ପରେ ଆରତୀଙ୍କ ସହ ସ୍ଵାମୀ ଅବଧେଶଙ୍କୁ ନେଇ ଯେତେବେଳେ କଥାବାର୍ତ୍ତା କରାଗଲା ତେବେ ତାଙ୍କ ଚେହେରାରେ ଶାରୀରିକ ଅପଙ୍ଗତା ଠାରୁ ମିଳିଥିବା ଦୁଃଖ ଠାରୁ ଅଧିକ ଅବଧେଶର ଅର୍ଦ୍ଧାଗିନୀ ହେବାର ଖୁସି ନଜର ଆସୁଥିଲା । ଏହି ପୁରା ମାମଲା ପ୍ରତାପଗଢ଼ର କୁଂଡା ଅଞ୍ଚଲର ଅଟେ । ଯେଉଁଠି ରହୁଥିବା ଆରତୀ ମୋର୍ୟାଙ୍କ ବିବାହ ୮ ଡିସେମ୍ବରକୁ ଠିକ ଅବଧେଶ ସହ ଠିକ ହୋଇଥିଲା । ଏହା ପରେ ଆରତୀ ଓ ଅବଧେଶଙ୍କ ଘରେ ବିବାହର ପ୍ରସ୍ତୁତି ବହୁତ ଜୋର ସୋରରେ ଚାଲିଲା ।

ସବୁ ଅତିଥି ଆସିସାରିଥିଲେ କିନ୍ତୁ ଠିକ ବାହାଘର ଦିନ ଦ୍ଵିପହର ସମୟରେ ଗୋଟିଏ ଛୋଟ ଶିଶୁକୁ ବଞ୍ଚାଇବା ପାଇଁ ଆରତୀ ଛାତରୁ ତଳକୁ ଖସି ପଡିଲେ । ଏହି ସମୟରେ ଆରତୀର ପିଠି ହାଡ ପୂରାପୂରି ଭାଙ୍ଗି ଗଲା ଓ ଗୋଡ ସହିତ ଶରୀରର କେତେକ ଅଂସରେ ଗଭୀର ଆଘାତ ମଧ୍ୟ ଲାଗିଲା । ଗମ୍ଭୀର ରୂପରେ ଆଘାତ ପ୍ରାପ୍ତ ଆରତୀଙ୍କୁ ସଙ୍ଗେ ସଙ୍ଗେ ଏକ ହସ୍ପିଟାଲରେ ଭର୍ତ୍ତି କରାଗଲା । ଦୁର୍ଘଟଣା ପରେ ବିବାହ ଘରେ ଦୁଃଖର ଛାୟା ଖେଳି ଗଲା ଓ ଅନ୍ୟ ପଟେ ଆରତୀର ଚିକିତ୍ସା କରୁଥିବା ଡାକ୍ତର କହିଲେ କି ଆରତୀ ଅପଙ୍ଗ ହୋଇଯାଇଛନ୍ତି ଓ ବହୁତ ମାସ ପର୍ଯ୍ୟନ୍ତ ସେ ବିଛଣାରୁ ଓଲହାଇ ବି ପାରିବେ ନାହିଁ ।

ଏହା ଶୁଣି ବର ଘର ଓ ଝିଅ ଘରର ହୋସ ଉଡିଗଲା । ବର୍ତ୍ତମାନ ଆରତୀର ବିବାହ ଭାଙ୍ଗି ଯିବ କାରଣ ଡାକ୍ତର ଚିକିତ୍ସା ପରେ ବି ଆରତୀ ପୂରାପୂରି ଠିକ ହେବ ବୋଲି ବି କହି ନ ଥିଲେ । ପରିସ୍ଥିତି ଏମିତି ହୋଇଗଲା କି କନ୍ୟା ଆରତୀର ପରିବାର ବର ଅବଧେଶକୁ ଆରତୀର ଛୋଟ ଭଉଣୀକୁ ବିବାହ କରିବା ପାଇଁ ଅଫର ଦେଲେ । କିନ୍ତୁ ଅବଧେଶଙ୍କୁ ଆରତୀ ସହ ପ୍ରେମ ହୋଇଯାଇଥିଲା । ସେ ମଣିଷତ୍ଵ ଓ ପ୍ରେମର ଉଦାହରଣ ଦେଇ ଗୋଟିଏ ବଡ ପଦକ୍ଷେପ ଉଠାଇଲା ଓ ଆରତୀକୁ ବିବାହ କରିବା ପାଇଁ ନିଷ୍ପତି ନେଲେ ।

ଏହି ଘଟଣାକୁ ଅବଧେଶ ଓ ଆରତୀ ହିଁ ନୁହେଁ ଅଥବା ଏହି ବିଷୟରେ ଜାଣିଥିବା ସମସ୍ତ ଲୋକମାନଙ୍କୁ ଏହା ସବୁଦିନ ପାଇଁ ମନେ ରହିବ । ଯେତେବେଳେ ଆରତୀ ହସ୍ପିଟାଲର ବେଡ ଉପରେ ଅକ୍ସିଜେନର ଶପୋର୍ଟରେ ଶୋଇଥିଲା ସେହି ସମୟରେ ହିଁ ଅବଧେଶ ଆରତୀର ମୁଣ୍ଡରେ ସିନ୍ଦୁର ଦେଇଥିଲେ । ଯାହାକି ବହୁତ ଭାବପୂର୍ଣ ଦୃଶ୍ୟ ଥିଲା ।

ଏହା ଉପରେ ଆପଣଙ୍କର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାନ୍ତୁ ଓ ଏହିପରି ଦେଶ ବିଦେଶର ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ