Vastu Shastra- ଘର ପାଇଁ ବହୁତ ଶୁଭ ହୋଇଥାଏ ଏହି ଗଛ, ବଗିଚାରେ ଲଗାଇବା ଦ୍ଵାରା ବଢିଚାଲେ ଧନ, ଏହା ସହିତ ଜାଣନ୍ତୁ ବଗିଚାରେ ଗଛ ଲଗାଇବାର ନିୟମ

ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛ ଘରର ବଗିଚା ରେ ନିଶ୍ଚୟ ଲଗାଇବା ଉଚିତ। ଏହା ଦ୍ଵାରା ସକାରାତ୍ମକ ଶକ୍ତିର ବୃଦ୍ଧି ଘଟିଥାଏ ଓ ସକାରାତ୍ମକ ଉର୍ଜ୍ଜା ଆପଣଙ୍କ ଘର ଆଡକୁ ଆକର୍ଷିତ ହୋଇଥାନ୍ତି। ବାସ୍ତୁଶାସ୍ତ୍ର ରେ ପ୍ରତ୍ୟେକ ସ୍ଥାନ ପାଇଁ ନିୟମ କୁହାଯାଇଛି।

ଯଦି ଏହି ନିୟମ ଅନୁସାରେ ନିର୍ମାଣ କରାଯାଏ ତେବେ ଘରେ ସୁଖ ସମୃଦ୍ଧି ବନି ରହିଥାଏ। ଆଜି କାଲିର ସମୟରେ ମନ୍ୟୁଷ ସାଧାରଣତଃ ବାସ୍ତୁ କୁ ଧ୍ୟାନ ରେ ରଖି ସବୁ କିଛି ନିର୍ମାଣ କରିଥାନ୍ତି। ଆମେ ଘର ତିଆରି କରିବା ସମୟରେ ମୁଖ୍ୟଦ୍ଵାର, ସୟନ କକ୍ଷ ର ଦିଗ, ଠାକୁର ଘରର ଦିଗ ଓ ସ୍ଥାନ ବାସ୍ତୁ ଅନୁସାରେ ନିର୍ମାଣ କରାଯାଇଥାଏ।

କିନ୍ତୁ ଯେତେବେଳେ ଘରର ବଗିଚା କଥା ଆସିଥାଏ ସେତେବେଳେ ଆମେ ବାସ୍ତୁ କଥା ଭୁଲି ଯାଇଥାଉ। ଆମେ ଯଦି ଆମ ବଗିଚାରେ ବାସ୍ତୁ ଅନୁସାରେ ଏହି ଗଛ ଲଗାଇବା ତେବେ ଏହା କେବଳ ଆମର ଘରର ସ୍ଵଭାବ ବଢାଇବା ସହ ଆମ ଘରେ ସକାରାତ୍ମକ ଶକ୍ତିର ସଂଚାର ହେବ।ବଗିଚା ତିଆରି କରିବା ପାଇଁ ଘରର ଉତ୍ତର କିମ୍ବା ପୂର୍ବ ଦିଗ ବହୁତ ଶୁଭ ହୋଇଥାଏ। ଏଥିପାଇଁ ବୈଜ୍ଞାନିକ ତଥ୍ୟ ମଧ୍ୟ ରହିଛି।

ପୂର୍ବ ଦିଗରେ ଗଛ ଲଗାଇବା ଦ୍ଵାରା ଗଛ ଉପରେ ସକାଳେ ହଲକା ସୂର୍ଯ୍ୟ କିରଣ ପଡିଥାଏ। ଏବଂ ଦ୍ବିପ୍ରହର ସମୟରେ ସୂର୍ଯ୍ୟ ପୂର୍ବ ଦିଗର ବିପରୀତ ଦିଗକୁ ଯିବା କାରଣରୁ ଆବଶ୍ୟକତା ଅନୁସାରେ ଗଛ ଗୁଡିକୁ ସୂର୍ଯ୍ୟ କିରଣ ମିଳିଯାଇଥାଏ। ଏବଂ ପ୍ରଖର ସୂର୍ଯ୍ୟ କିରଣ କାରଣରୁ ଗଛ ମଉଳି ଯାଇନଥାଏ। କିଛି ଲୋକ ନିଜ ବଗିଚାର ସୌନ୍ଦର୍ଜ୍ୟ ବଢାଇବା ପାଇଁ ୱାଟର ଫାଉଣ୍ଟେନ ଲଗାଇଥାନ୍ତି।

ଏହାକୁ ସବୁବେଳେ ବଗିଚାର ପୂର୍ବ ଏବଂ ଉତ୍ତର ଦିଗରେ ଲଗାଇବା ଉଚିତ। କାରଣ ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ ଏବଂ ଉତ୍ତର ଦିଗକୁ ଦେବତା ମାନଙ୍କର ତଥା ଜଳ ର ସ୍ଥାନ ବୋଲି ମାନାଯାଇଥାଏ। ଏହାର ବୈଜ୍ଞାନିକ କାରଣ ହେଉଛି ପୂର୍ବ ଓ ଉତ୍ତର ଦିଗରେ ୱାଟର ଫାଉଣ୍ଟେନ ଲଗାଇବା ଦ୍ଵାରା ପବନ ର ଗତି ଫଳରେ ଗଛ ମାନଙ୍କୁ ମଧ୍ୟ ଉଷ୍ମତା ମିଳିଥାଏ।ବଗିଚାରେ ଗଛ ଲଗାଇବା ବେଳେ ଏହା ଧ୍ୟାନ ରଖନ୍ତୁ ଗଛ ଗୁଡିକର ଉଚ୍ଚତା ସବୁବେଳେ ୨-୩ ଫୂଟ ମଧ୍ୟରେ ରଖନ୍ତୁ।

କାରଣ ବଡ ଗଛ ଲଗାଇବା ଦ୍ଵାରା ଘରକୁ ପବନ ଏବଂ ସୂର୍ଯ୍ୟ କିରଣ ଆସିବାରେ ଆସୁବିଧା ହୋଇଥାଏ। ବଗିଚାରେ ତୁଲସୀ ଗଛ ଲଗାଇବା ବହୁତ ଶୁଭ ହୋଇଥାଏ। ଏହି ଗଛ ଲଗାଇବା ପାଇଁ ଡାକ୍ତର ମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି।

ଏହା ଦ୍ଵାରା ଘରେ ସକାରାତ୍ମକ ଉର୍ଜ୍ଜା ର ସଂଚାର ହୋଇଥାଏ। ବଗିଚାର ଚାରି ପାଖରେ ଯଦି ସମ୍ଭବ ହେଉଛି ତେବେ ଚମେଲି ଗଛ ଲଗାନ୍ତୁ। ଏହି ଫୁଲର ବାସ୍ନା ରେ ମନ ଖୁସି ହୋଇଥାଏ। ଏବଂ ପରିବାର ସମ୍ବନ୍ଧରେ ମଧୁରତା ବଢିଥାଏ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।