ଆସନ୍ତା ମେ ମାସ ପହିଲାରୁ ସକାଳୁଆ ସ୍କୁଲ ହେବ । ସକାଳ ୬ଟା ରୁ ୯ଟା ପାଠପଢା ଯିବ । ବର୍ତ୍ତମାନ ସକାଳ ୭ଟା ରୁ ୧୦:୩୦ ଯାଏଁ କ୍ଳାସ କରାଯାଉଛି । ଆଉ ଏହି ସମୟ ବେଳକୁ ଖରା ବହୁତ ବଢିଯାଉଛି ବୋଲି ଅନେକ ଅଭିଯୋଗ ଆଣିଛନ୍ତି । କୋଭିଡ ପରିସ୍ଥିତି ଯୋଗୁଁ ଗତ ଦୁଇ ବର୍ଷ ଧରି ପିଲାଙ୍କ ପାଠପଢା ବ୍ଯାହତ ହୋଇ ଆସିଛି । ତେଣୁ ଚଳିତ ବର୍ଷ ଖରାଛୁଟି ଅବଧିକୁ କମାଇ କ୍ଳାସ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଜୁନ୍ ମାସରୁ ପିଲାଙ୍କୁ ଖରାଛୁଟି ଦେବାକୁ କୁହା ଯାଇଥିବା ବେଳେ ଏହାକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ମେ ମାସରେ କ୍ଳାସ ହେବା ନେଇ ଯଦି ପରିସ୍ଥିତି କିଛି ସେପରି ଉପୁଜେ ତେବେ ବିଭାଗ ଏନେଇ ଚିନ୍ତା କରିବା ବୋଲି କହିଛି । କିନ୍ତୁ ଏବେ ସେନେଇ କୌଣସି ନିଷ୍ପତ୍ତି ହୋଇ ନଥିବା କହିଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଆଗକୁ କୋଭିଡର ଚତୁର୍ଥ ଲହର ମଧ୍ୟ ଆସିବା କଥା ଶୁଣାଯାଉଛି ।
ଆଗକୁ ଯଦି ସେପରି କିଛି ହୁଏ ତେବେ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଅନୁସାରେ ପିଲାଙ୍କ ପାଠପଢା ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଦଶମ ଓ ଦ୍ଵାଦଶ ପରୀକ୍ଷା ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ତେବେ ମେ ମାସରେ ସବୁଠୁ ଅଧିକ ଖରା ଗରମ ହୁଏ । ସେଥିପାଇଁ ସବୁ ବର୍ଷ ମେ ମାସଟା ପିଲାମାନଙ୍କୁ ପୁରା ଛୁଟି ଦିଆଯାଏ ଓ ଜୁନ ଅଧା ବେଳକୁ ସ୍କୁଲ ଖୋଲିଯାଏ ।
କିନ୍ତୁ ଏଥର ମେ ମାସରେ ମଧ୍ୟ ସ୍କୁଲ ଖୋଲିବା ପାଇଁ ଶିକ୍ଷାମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସହମତ ହେଉ ନାହାନ୍ତି । ଶିକ୍ଷାବିତଙ୍କ କହିବା ଅନୁସାରେ ମଧ୍ୟ ମେ ମାସରେ ଯେପ୍ରକାର ପିଲାଙ୍କୁ ଖରାଛୁଟି ଦିଆଯାଏ ସେପରି ଦେବା ଉଚିତ । କରୋନା ସମୟରେ ପିଲାଙ୍କ ପାଠପଢାଈ ଯେଉଁ ଖ୍ଯାତି ହୋଇଛି ତାହା ପୂରଣ କରିବାକୁ ଚେଷ୍ଟା କରୁଛି ଶିକ୍ଷା ବିଭାଗ । ଯାହାଫଳରେ ସୀମିତ ସମୟରେ ତାଙ୍କୁ ଅନେକ କିଛି ପଢିବାକୁ ପଢୁଛି ।
ତେବେ ଅନେକ ଦିନ ଶ୍ରେଣୀଗୃହ ପାଠପଢାରୁ ଦୂରେଇ ରହିବା ପରେ ବର୍ତ୍ତମାନ ପିଲାମାନେ ପାଠପଢାରେ ମନୋନିବେଶ କରିବା ମଧ୍ୟ କଷ୍ଟକର ହେଉଥିବ । ସବୁକିଛି ଦୃଷ୍ଟିରେ ରଖି ପିଲାମାନଙ୍କ ପାଠପଢା ପାଇଁ ଯଥୋଚିତ ନିଷ୍ପତ୍ତି ନିଆଯିବ ବୋଲି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।