ନାଲି କାର୍ ର ଭିଡିଓ ହେଉଛି ଭାଇରାଲ, ଦି ୱାଣ୍ଡର କାର୍ ଭଳି କାର୍ ଟି ଆପେ ଆପେ ପାର୍କିଂ ରୁ ବାହାରି ନଦୀରେ ପହଁରୁଛି, ଦେଖନ୍ତୁ ଏହି Shocking video

ଆଜି ଆମେ ଆପଣଙ୍କୁ ଯେଉଁ ଦୃଶ୍ୟ ଦେଖାଇବୁ ତାହା ଆପଣଙ୍କୁ ଖୁବ ଆଶ୍ଚର୍ଯ୍ୟକର ଲାଗିବ । ଏଥିରେ ଆପଣ ଦେଖିପାରିବେ ଗୋଟିଏ କାର୍ ଟି ପଛେଇ ଚାଲି ରାସ୍ତା ପାରି ହେଉଛି । କେହି କିଛି ଭାବିବା ପୂର୍ବରୁ ନଈରେ ପଶି ଯାଇଛି କାର୍ । ଗୋଟିଏ ନାଲି ରଙ୍ଗର କାର୍ ଟି ପାର୍କିଂରୁ ବାହାରି ଯାଉଛି ଆଉ କେହି କିଛି ଭାବିବା ପୂର୍ବରୁ କାର୍ ଟି ଯାଇ ନଦୀରେ ଭାସୁଛି । ଲତଭିଆର ରାଜଧାନୀ ରିଗାରେ ଘଟିଛି ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା । ଦୋଭାଗା ନଦୀରେ ଭାସମାନ ନାଲି କାର୍ ର ଭିଡିଓ ଭାଇରାଲ ହେଉଛି ।

ଭିଡିଓ ଦେଖି ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସୁଥିବ । ଏହା କଣ ଆଉ କେମିତି ହେଲା ? ତେବେ କଥାଟି ହେଉଛି ଉକ୍ତ କାର୍ ଟି ପାର୍କିଂରେ ଥିଲା । ପରେ ଏହା ଧୀରେ ଧୀରେ ପଛେଇ ପଛେଇ ବାହାରିଥିଲା । ପାର୍କିଂ ସ୍ଥାନରୁ ରାସ୍ତାକୁ ବାହାରି ଘାଟ ସ୍ଥାନ ଦେଇ ନଦୀ ଭିତରେ କାର୍ ଟି ପଶିଗଲା । ପାର୍କିଂ ସ୍ଥାନରୁ ନଦୀ ପର୍ଯ୍ୟନ୍ତ ଗାଡିଟି କେମିତି ଯାଉଛି ତାହାର ପୁରା ଭିଡିଓ ସିସିଟିଭିରେ କଏଦ ହୋଇଛି । ଯାହା ଏବେ ଖୁବ ଭାଇରାଲ ହେଉଛି । ଏହି ଭିଡିଓକୁ ଟ୍ବିଟରରେ ଶେୟାର କରାଯାଇଛି ।

ପାର୍କିଂ ସ୍ଥାନରୁ ଗାଡିଟି ଧୀରେ ଧୀରେ ପଛକୁ ଯାଉଥିବା ବେଳେ ଧକ୍କା ହେବା ଭୟରେ ଅନ୍ୟ ଗାଡିମାନେ ରାସ୍ତା ଛାଡି ଦେଉଥିଲେ । ଆଉ ବିନା ବାଧାରେ ଗାଡିଟି ରାସ୍ତା ପାର୍ ହେଉଛି । ରାସ୍ତା ଉପରେ ହଠାତ ଏକ ଗାଡି ଦେଖି ଆଗରୁ ଆସୁଥିବା ଏକ ଧଳା କାର୍ ବି ଅଟକି କିଛି ସମୟ ରହି ଯାଉଛି । କିନ୍ତୁ କେହି କିଛି ଭାବିବା ପୂର୍ବରୁ କାର୍ ଟି ଯାଇ ସିଧା ନଦୀରେ ।

ଆଉ ଶେଷରେ କାର୍ ଟି ପାନିଆରେ ଭାସୁଥିବା ଦେଖିବାକୁ ମିଳିଥିଲା । ଭାଗ୍ୟବଶତଃ ସେତେବେଳେ ସେହି କାର୍ ରେ କେହିବି ନଥିଲେ । ଭାଇରାଲ ହେଉଥିବା ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ସମସ୍ତଙ୍କୁ ଏହି ଦୃଶ୍ୟ ବେଶ ଆଶ୍ଚର୍ଯ୍ୟ କରୁଛି । ରିପୋର୍ଟ ଅନୁଯାୟୀ ଏପ୍ରିଲ ୧୪ରେ ଏହି ଘଟଣା ଘଟିଥିଲା । ଦୁଇଜଣ ବ୍ୟକ୍ତି ଗାଡି ପାର୍କିଂ କରିବା ପରେ ହ୍ୟାଣ୍ଡବ୍ରେକ ଲଗାଇବାକୁ ଭୁଲି ଯାଇଥିଲେ ।

ଏହାର ୧୦ମିନିଟ ପରେ ଗାଡି ଗଡିଯାଇ ନଦୀରେ ପଡି ଯାଇଥିଲା । ତା’ ପରଦିନ ଗାଡିଟିକୁ ନଦୀରୁ ଉଦ୍ଧାର କରା ଯାଇଥିଲା । ହିନ୍ଦୀ ସିନେମାର ଦି ୱାଣ୍ଡର କାର୍ ଭଳି ନଦୀରେ ପହଁରୁଛି ନାଲି କାର୍ । ଯାହା ଏବେ ଖୁବ ଭାଇରାଲ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।