ବାଦଲ ଦେଖି କହି ଦିଅନ୍ତି କେଉଁଠି ହେବ ଭୂମିକମ୍ପ ! Turkey ହୋଇଥିବା ଭୂମିକମ୍ପ ବିଷୟରେ 25 ତାରିଖରୁ କହି ଦେଇଥିଲେ Shakil

ନମସ୍କାର ବନ୍ଧୁଗଣ, ଭୂମିକମ୍ପ ହେବାର ପୂର୍ବନୁମାନ କେହି ମଧ୍ୟ ଲଗାଇ ପାରନ୍ତି ନାହିଁ । ବାସ ଭୂମି କମ୍ପ ହୋଇସାରିବା ପରେ ରିକ୍ଟର ସ୍କେଲ ସାହାର୍ଯ୍ୟରେ ତାହାର ତୀବ୍ରତା ମାପିବା ଛଡା ଆଉ କୌଣସି ଉପାୟ ନଥାଏ । କିନ୍ତୁ ଆଶ୍ଚର୍ଯ୍ୟ ଜନକ ଏକ କଥା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି କୁଆଡେ ତୁର୍କୀରେ ହୋଇଥିବା ଭୂମିକମ୍ପର ପୂର୍ବାନୁମାନ 25 ତାରିଖର ହିଁ କରିଥିଲେ । ଏହାର ଏକ ଚକିତ କରଦେବା ଭଳି କଥା ଅଟେ । ତେବେ କିଏ ସେହି ବ୍ୟକ୍ତି ଜଣଙ୍କ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ନଜର ପକାଇବା ।

ଭୂକମ୍ପର ପୂର୍ବାନୁମାନ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ବାରଣାସୀର ସକିଲ ଅହମ୍ମଦ । ଦୀର୍ଘ ଚାଳିଶି ବର୍ଷ ହେବ ସେ ନିଜକୁ ଭୂମିକମ୍ପ ପୂର୍ବାନୁମାନ କାର୍ଯ୍ୟରେ ନିୟୋଜିତ କରିଛନ୍ତି । ଶିସ୍ମ ଲୋଜିଷ୍ଟଙ୍କ ମତରେ ଭୂମିକମ୍ପ ସମ୍ପର୍କରେ ପିର୍ବାନୁମାନ କରିବା କେବେ ମଧ୍ୟ ସମ୍ଭବ ନୁହେଁ କିମ୍ବା ସମ୍ଭବ ମଧ୍ୟ ହୋଇପାରି ନାହିଁ ।

ଦୁନିଆ ଏତେ ଆଧୁନିକ ହେବା ପରେ ମଧ୍ୟ ବୈଜ୍ଞାନିକ ମାନେ ଏହାର କଳନା ଆଗରୁ କରିପାରୁନାହାନ୍ତି । କିନ୍ତୁ ଜଣେ ବ୍ୟକ୍ତି କିଭଳି ଏହାର ପୂର୍ବନୁମାନ କରୁଛନ୍ତି ତାହା ସମସ୍ତଙ୍କ ମନରେ ପ୍ରଶ୍ନ । ସକିଲ କିନ୍ତୁ ଶିସ୍ମ ଲୋଜିଷ୍ଟଙ୍କ କଥାରେ ସହମତ ନୁହନ୍ତି । ତାଙ୍କ କହିବା ଅନୁଯାୟୀ ବାତ୍ୟା ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଭୂମିକମ୍ପର ପୂର୍ବନୁମାନ ମଧ୍ୟ ସମ୍ଭବ ।

ଏମିତିକି ଭାରତ ଏବଂ ନେପାଲ ସୀମାରେ ହୋଇଥିବା ଭୂମିକମ୍ପକୁ ନେଇ ମଧ୍ୟ ସେ ଆଗରୁ ପୂର୍ବନୁମାନ କରିଥିଲେ । ଭୂମିକମ୍ପର ତିନି ଦିନ ପୂର୍ବରୁ ସକିଲ ଆମେରିକାର ଜିଓଲଜିକାଲ ସର୍ଭ ଏବଂ ଇଣ୍ଟର ନାସନାଲ ଷ୍ଟାଟାର୍ଜି ଡ଼ିଜାଷ୍ଟରକୁ ଇମେଲ କରିଥିବାର ଦାବି କରିଛନ୍ତି । ତେବେ ତାଙ୍କୁ କୌଣସି ଉତ୍ତର ମିଳିନଥିଲା ବୋଲି ସେ କହିଛନ୍ତି ।

ସକିଲଙ୍କ ମତରେ କମ୍ପନ ତିନି ପ୍ରକାରର । ଯଥା ଜଳ କମ୍ପନ ବାୟୁ କମ୍ପନ ଏବଂ ଭୂ କମ୍ପନ । ଶିଶମିକ ତରଣ ହିଁ ବାୟୁ ଏବଂ ବାଦଲ ଆକାଶରେ ଚାଲିବାର କାରଣ । ସେହିଭଳି ଶିଶମିକ ତରଣର ତୀବ୍ରତା ଅନୁସାରେ ହିଁ ବାଦଲ ଆକାର ଧାରଣ କରିଥାଏ । ଏକ ନିର୍ଦ୍ଧିଷ୍ଟ ପ୍ରକାରର ବାଦଲ ଆକାଶରେ ଦେଖାଗଲେ ଭୂମିକମ୍ପ ହେବାର ଯଥେଷ୍ଟ ସମ୍ଭାବନା ଥାଏ । କିନ୍ତୁ ତାଙ୍କର ଏହି ନିୟମକୁ ଖାରଜ କରିଦିଆ ଯାଉଛି ବାରମ୍ବାର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।