ବଡ ଖବର- କେ ଏଲ ରାହୁଲ ଟେଷ୍ଟ ସିରିଜରୁ ବାହାର, ଟିମ ଇଣ୍ଡିଆକୁ ବହୁତ ବଡ ଝଟକା ! ଜାଣନ୍ତୁ କାହିଁକି ?

ଏବେ ଏବେ ଭାରତୀୟ କ୍ରିକେଟ ଦଳ ବିଷୟରେ ଏକ ବଡ ସମାଚାର ଆସିଛିଯେ କି କିଛି ଦିନ ପୂର୍ବରୁ ଅଷ୍ଟ୍ରେଲିୟା ଗସ୍ତରେ ଥିବା ଭାରତୀୟ ଦଳରକିଛି ଖେଳାଳି କାହାର ବିନା ଅନୁମତି ରେ ଭାରତୀୟ ଦଳ ରହୁଥିବା ହୋଟଲ ରୁ ବାହାକୁ ଯାଇ ରେସ୍ତୋରାଁଟ ରେ ଖାଇଥିଲେ । ଏହି ବିବାଦ କୌଣସି ସମାଧାନ ହୋଇନାହିଁ କିନ୍ତୁ ମନରୁ ଏହି ଖବର ନ ଯାଉଣୁ ଭାରତୀୟ ଦଳକୁ ଆଉ ଗୋଟିଏ ଝଟକା ଲାଗିଛି ।

ଭାରତୀୟ ଦଳର ଉଦିୟ ମାନ ଖେଳାଳି କେ ଏଲ ରାହୁଲ ଅଷ୍ଟ୍ରେଲିଆ ଗସ୍ତର ଟେଷ୍ଟ ସିରିଜରୁ  ବାଦ ପଡିଛନ୍ତି । କିନ୍ତୁ ସେ ଏହି ବିବାଦ କାରଣରୁ ବାଦ ପଡି ନାହାନ୍ତି । କେ ଏଲ ରାହୁଲ ଙ୍କ କହୁଣୀରେ ଆଘାତ ଲାଗିବାରୁ ସେ ପୁରା ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି ।

ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତର ବାକି ଥିବା ଟେଷ୍ଟ ଦଳରୁ ସେ ବଡ ପଡିଛନ୍ତି । ତାଙ୍କୁ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ରେ ଖେଳିବାକୁ ସୁଯୋଗ ମିଳିନଥିଲା ଏବେ ତାଙ୍କୁ ବାକି ଥିବା ଆଉ ଦୁଇଟି ଟେଷ୍ଟ ସିରିଜକୁ ବି ଖେଳିବାରୁ ବଂଚିତ ରହିବେ । ବିସିସିଆଇ ତରଫରୁ ଏକ ବୟାନ ଜାରି କରାଯାଇଛି କି ଏମ ସି ଜି ମେଲବର୍ନ କ୍ରିକେଟ ଗ୍ରାଉଣ୍ଡ ରେ ଶନିବାର ଦିନ ଭାରତୀୟ ଦଳ ଅଭ୍ୟାସ ସମୟରେ ନେଟସରେ ବ୍ୟାଟିଂ ପ୍ରାକ୍ଟିସ କରୁଥିବା ବେଳେ କେ ଏଲ ରାହୁଲଙ୍କର କହୁଣୀରେ ଆଘାତ ଲାଗିଥିଲା ।

ଏହି ୱିକେଟ କିପର ବ୍ୟାଟ୍ସ ମ୍ୟାନ ବାର୍ଡର ଗାଭାସ୍କାର ଟ୍ରଫିର ବାକି ଥିବା ଦୁଇଟି ମ୍ୟାଚ ପାଇଁ ଉପଲବ୍ଧ ହେବେ ନାହିଁ କାହିଁକି ନା ତାଙ୍କୁ ପୁଣି ଥରେ ପୁରା ଫିଟନେସ ହାସଲ କରିବା ପାଇଁ ତାଙ୍କୁ ୩ ସପ୍ତାହ ସମୟ ଆବଶ୍ୟକ । ଅର୍ଥାତ ବର୍ତମାନ କେ ଏଲ ରାହୁଲ ଭାରତ ଫେରି ଯାଇଛନ୍ତି । ସେ ସୁସ୍ଥତା ପାଇଁ ବେଂଗୁଳୁରୁ ରେ ଅବସ୍ତିତ ଏନସିଏ କୁ ଯିବେ ଓ ସେଠାରେ ସୁସ୍ଥ ହେବେ ଓ ନିଜକୁ ଫିଟ କରିବେ । କାହିଁକି ନା ଏହାପରେ ଇଂଲଣ୍ଡର ଗୁରୁର୍ତ୍ବପୂର୍ଣ ଗସ୍ତ ଅଛି ।

ଏହା ୫ ଫେବୃଆରୀ ରେ ହେବାକୁ ଯାଉଛି । ଇଂଲଣ୍ଡ ଭାରତ ଗସ୍ତରେ ଖେଳିବାକୁ ଆସୁଛି । କେ ଏଲ ରାହୁଲଙ୍କ ଭଳି ଭଲ ଖେଳାଳି ଫିଟ ରହିବା ଦ୍ୱାରା ଇଂଲଣ୍ଡ ଦଳ ବିରୁଦ୍ଧରେ ଦଳ ଭଲ ଖେଳ ପ୍ରଦର୍ଶନ କରିପାରିବ । ୩ ସପ୍ତାହ ଅର୍ଥାତ ଆଜିଠାରୁ ୩ ସପ୍ତାହ ଅର୍ଥାତ ୨୬ ଜାନୁଆରୀ ସୁଧା ସେ ଠିକ ହେବାକୁ ଚେଷ୍ଟା କରିବେ କାରଣ ଏହାପରେ ୫ ଫେବୃଆରୀ ରୁ ଇଂଲାଣ୍ଡ ସହ ମ୍ୟାଚରେ ସେ ଖେଳି ପାରିବେ ।

ଏହି ଖବର ଏକ ବଡ଼ ଝଟକା ଭାରତୀୟ କ୍ରିକେଟ ଦଳ ପାଇଁ କାରଣ ଜଣା ପଡୁଥିଲା କି ତୃତୀୟ ଟେଷ୍ଟ ଦଳରେ ସେ ସାମିଲ ହୋଇ ଦମଦାର ଖେଳ ପ୍ରଦର୍ଶନ କରିଥାନ୍ତେ । କାହିଁକି ନା ଏହି ଦଳରେ ପୂର୍ବରୁ ରୋହିତ ଶର୍ମା ଖେଳୁଥିଲେ । ଶୁଭମାନ ଗିଲଙ୍କୁ ଶୁଯୋଗ ମିଳିଥାନ୍ତା ୱେବ୍ସାଙ୍ଗ ଏହା ସହ ଟି ନଟରାଜନ ମଧ୍ୟ ଆସିବେ ଓ ଏଥିରେ କେ ଏଲ ରାହୁଲ ଖେଳିଥିଲେ ଦଳକୁ ଏକ ମଜବୂତ ଦଳର ଖେଳାଳି ମିଳିଥାନ୍ତେ କିନ୍ତୁ ସେ ଆହତ ହେବା ପରେ ଭାରତୀୟ ଦର୍ଶକକୁ ଏକ ବଡ ଝଟକ ଲାଗିଲା ।