Health Tips- ଅଧିକ ଗରମ ପାଣି ପିଉଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ !

ଜଳ ହିଁ ଜୀବନ। ଜଳ ବିନା ପଶୁ ଓ ପକ୍ଷୀ, ଜୀବ ପ୍ରାଣୀ କେହି ବି ବଞ୍ଚିବା ସମ୍ଭବ ନୁହେଁ। ସମୟ ବଦଳିବା ସହିତ ପ୍ରକୃତିକ ଉତ୍ସ ରୁ ପାଉଥିବା ପାଣି ବଦଳାଯାଇଛି। ଯେଉଁ କାରଣରୁ ଆମେ ପାଣି କୁ ସ୍ଥିର ଭାବେ ଗୋଟେ ଜାଗାରେ ରଖିପାରୁଛେ, ତାକୁ ପିଇ ପାରୁଛେ ଏବଂ ଆବଶ୍ୟକତା ଅନୁସରେ ଯଦି ଅଧିକ ଗରମ ହେଉଛି ତେବେ ଆମେ ଥଣ୍ଡା ପାଣି ପିଉଛେ କିମ୍ବା ଶୀତଦିନରେ ଗରମ ପାଣି ପିଇ ଥାଉ ଏବଂ କରୋନା ଆସିବା ପର ଠାରୁ ଆମକୁ ଗରମ ପାଣି ପିଇବା ପାଇଁ ଓ କାଢା ପିଇବା ପାଇଁ, ଅଧିକ ଚା ପିଇବା ପାଇଁ ବିଭିନ୍ନ ସମୟରେ ପରାମର୍ଶ ମଧ୍ୟ ଡକ୍ଟର ଙ୍କ ତରଫ ରୁ ଦିଆଯାଇଛି। 

କିଛି ଲୋକଙ୍କର ଅଭ୍ୟାସ ରହିଛି ସକାଳେ ଖାଲି ପେଟରେ ଗରମ ପାଣି ପିଇବାର। ଆମେ ଜାଣିଛେ ଗରମ ପାଣି ପିଇବା ଦ୍ଵାରା ଅନେକ ଶାରୀରିକ ଉପକାର ମିଳିଥାଏ। ଯେପରି ଓଜନ ହ୍ରାସ ପାଇଥାଏ, ଥଣ୍ଡା ଜନିତ ରୋଗ ହୁଏ ନାହିଁ, ଏବଂ ଗରମ ପାଣି ପିଇବା ଦ୍ଵାରା ଶରୀର ରେ ଉତ୍ତାପ ବଢିଥାଏ ଏବଂ ଝାଳ ଅଧିକ ବାହାରିଥାଏ। ସେହି କାରଣରୁ ସ୍କିନ ମଧ୍ୟ ଭଲ ରହିଥାଏ। ଗରମ ପାଣି ପିଇବା ଦ୍ଵାରା ରୋଗ ପ୍ରତିଷେଧକ ମଧ୍ୟ ମିଳିଥାଏ।

କିନ୍ତୁ ଡକ୍ଟର ମାନଙ୍କ ସର୍ଭେ ଦ୍ଵାରା ଜଣା ଯାଇଛି ଯେ ଅତ୍ୟଧିକ ଗରମ ପାଣି ସେବନ କରୁଥିଲେ ବା ଲଗାତର ଭାବରେ ପ୍ରତିଦିନ ଆପଣ ଗରମ ପାଣି ପିଉଛନ୍ତି ତେବେ ଆପଣ ଗୁରୁତର ସମସ୍ୟା ଦେଇ ଗତି କରିପାରନ୍ତି। ସାଧାରଣତଃ ଦେଖାଯାଏ ଶୀତଦିନେ ଆମେ ଯେତେଥର ପାଣି ପିଇଥାଉ ଆମେ ଗରମ କରି ବା ଉଷୁମ ପାଣି ପିଇ ଥାଉ। ତା ସହ ଗରମ ପାଣିରେ ଗାଧୋଇବା, ଗରମ ପାଣି ବ୍ୟବହାର କରିବା ଯଥା ହାତ ଧୋଇବା, ମୁହଁ ଧୋଇବା ଆଦି ଅନେକ ପ୍ରକାରର କାର୍ଯ୍ୟ କରିଥାଉ। ଅଧିକ ଗରମ ପାଣି ପିଇବା ଦ୍ଵାରା କଣ ସ୍ୱାସ୍ଥ୍ୟ ସମସ୍ୟା ଆସୁଛି ସେହି ସମ୍ବନ୍ଧିତ ଏକ ରିପୋର୍ଟ ପ୍ରକାଶ ପାଇଛି। 

ସେହି ରିପୋର୍ଟ ଅନୁଯାୟୀ କୁହାଯାଉଛି ଆମ ବ୍ରେନ ରେ ଥିବା ସେଲ ଗୁଡିକ ଅତ୍ୟଧିକ ଗରମ ପାଣି ପିଇବା ଦ୍ଵାରା ଏ ଗୁଡିକ ପ୍ରଭାବିତ ହୋଇଥାଏ ଏବଂ ଶରୀର କୁ ସନ୍ତୁଳନ ରଖିବା ରେ ଏମାନେ ସହଯୋଗ କରିନଥାନ୍ତି। ଦ୍ଵିତୀୟ କାରଣଟି ହେଲା ଆମ ଶରୀରରେ ଯେଉଁ ଜଳର ପରିମାଣ ଅଛି।

ତାହା ଅଧିକ ଗରମ ପାଣି ପିଇବା ଦ୍ଵାରା ଶରୀର ରେ ଥିବା ଜଳ ଭାଗରେ ବ୍ଯାଲାନ୍ସ ବିଗିଡି ଯାଇଥାଏ। ଏହା ଛଡା ଅଧିକ ଗରମ ପାଣି ପିଇବା ଦ୍ଵାରା ମାଉଥ ଅଲ୍ସର ର ଶିକାର ହୋଇପାରନ୍ତି। ଏବଂ ପାଟିରେ ଧଳା ଧଳା ଛୋଟ ଛୋଟ ଘା ହେବାର ସମ୍ଭାବନା ମଧ୍ୟ ରହିଛି। 

ଏହା ସହ ଆମକୁ ହେଉଥିବା ଶୋଷ ଅତ୍ୟଧିକ ଗରମ ପାଣି ପିଇବା ଦ୍ଵାରା ତାହା ମରିଯାଇଥାଏ। ବା ପାଣି ପିଇବା ର ଆକର୍ଷଣ ରହିବ ନାହିଁ। ଶୋଷ ହେବାର ଇଚ୍ଛା ଯଦି ମଣିଷର ରହିବ ନାହିଁ ତାହେଲେ ପ୍ରତିଦିନ ଆମ ଶରୀର ର ଆବଶ୍ୟକତା ଅନୁସାରେ ପାଣି ମିଳିବ ନାହିଁ। ଏହି କାରଣରୁ ଅଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ। ତେଣୁ ଯଦି ଗରମ ପାଣି ପିଉଛନ୍ତି ସେଥିରେ ମାତ୍ରା ର ସନ୍ତୁଳନ ନିଶ୍ଚୟ ରଖନ୍ତୁ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ