କରିଶ୍ମା କପୁରଙ୍କ ସହିତ ବଲୀଉଡର ଏହି ଷ୍ଟାରମାନେ ପୀଡିତ ଅଛନ୍ତି ଏହି ସବୁ ଭୟଙ୍କର ରୋଗରେ

ବଲୀଉଡ ନଗରି ଏକ ସ୍ଵପ୍ନର ଦୁନିଆ ଅଟେ । ବଲୀଉଡରେ କାମ କରୁଥିବା ସବୁ ଷ୍ଟାରମାନେ ଏକ ରାଜାଙ୍କ ଭଳି ଜୀବନ ବ୍ୟତୀତ କରନ୍ତି । କିନ୍ତୁ ଏହା ସହିତ ସେମାନେ କେତେକ ଗମ୍ଭୀରରୁ ଅତି ଗମ୍ଭୀର ରୋଗରେ ଆକ୍ରାନ୍ତ ବି ଅଛନ୍ତି । ଯେଉଁ କାରଣରୁ ଏମାନଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଏହି କ୍ରମରେ ଆଜି ଆମେ ଆପଣମାନଙ୍କୁ ସେହି ଷ୍ଟାରମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ କୌଣସି ନା କୌଣସି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ।

ଅମିତାଭ ବଚ୍ଚନ

ଅମିତାଭ ବଚ୍ଚନ ଯାହାଙ୍କୁ ବଲୀଉଡରେ ମହାନାୟକ କୁହାଯାଏ । କିନ୍ତୁ ସେ ବି ଏକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି । ଆପଣଙ୍କୁ କହିଦେଉଛୁ କି ଫିଲ୍ମ ‘କୁଲି’ର ଶୁଟିଙ୍ଗ ସମୟରେ ତାଙ୍କୁ ଗମ୍ଭୀର ଆଘାତ ଲାଗିଥିଲା । ଯେଉଁ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଲା । ହସ୍ପିଟାଲରେ ଥିବାବେଳେ ତାଙ୍କୁ ବହୁ ମାତ୍ରାରେ ରକ୍ତ ମଧ୍ୟ ଦିଆଯାଇଥିଲା । ସେହି ରକ୍ତ ମଧ୍ୟରୁ ଗୋଟିଏ ରକ୍ତ ବୋତଲ Hepatitis B ଭଳି ଗମ୍ଭୀର ରୋଗରେ ସଂକ୍ରମଣ ଥିଲା ।

ଏହି କାରଣରୁ ସେ  ଏହି ରୋଗରେ ଆକ୍ରାନ୍ତ ହୋଇଗଲେ ।  ଏଥିପାଇଁ ତାଙ୍କର ଲିଭର ଶତକଡା ୭୫ ଭାଗ ଖରାପ ହୋଇଯାଇଛି ଓ ସେ କେବଳ ଶତକଡା ୨୫ ଭାଗ ଲିଭର ଦ୍ୱାରା ବଞ୍ଚିଛନ୍ତି ।

ସୋନମ କପୁର

ବଲୀଉଡର ପ୍ରସିଦ୍ଧ ଅଭିନେତା ଅନିଲ କପୁରଙ୍କ ଝିଅ ସୋନମ କପୁର ବର୍ତ୍ତମାନ ସମୟରେ ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ସୋନମ କପୁର ସୁଗାର ଭଳି ରୋଗରେ ପୀଡିତ ଅଛନ୍ତି । ସେ ଏହି ରୋଗରେ ୧୭ ବର୍ଷ ହେଲା ପୀଡିତ ଅଛନ୍ତି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସେ ଯୋଗ ଓ ବ୍ୟାୟମ କରୁଛନ୍ତି । ଏହା ସହିତ ଇନଶୁଲିନ ବି ନେଉଛନ୍ତି ।

ସଲମାନ ଖାନ

ବଲୀଉଡର ଦବଙ୍ଗ ଖାନ ସଲମାନ ଖାନ ବି ଏକ ରୋଗରେ ପୀଡିତ ଅଛନ୍ତି । ସେ Trigeminal neuralgia ରୋଗରେ ପୀଡିତ ଅଛନ୍ତି ଯାହକି ବହୁତ କଷ୍ଟ ଦେଇଥାଏ । ଯାହାକୁ ଏହି ରୋଗ ହୋଇଥାଏ ତାକୁ ବହୁତ କଷ୍ଟ ହୋଇଥାଏ ଯେଉଁ କାରଣରୁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥାଏ । କିନ୍ତୁ ଆମେରିକାରେ ତାଙ୍କର ଚିକିତ୍ସା ହୋଇସାରିଛି । ଯାହା ଦ୍ୱାରା ସେ ବର୍ତ୍ତମାନ ଭଲ ଅଛନ୍ତି ।

ନିଶା ନୂର

ଆପଣଙ୍କୁ କହିଦେଉଛୁ କି ନିଶା ନୂର ରଜନୀକାନ୍ତ ଓ କମଲ ହାସନଙ୍କ ସହ କାମ କରିଛନ୍ତି । ସେ ବହୁତ ଉଚ୍ଚରେ ଥିଲେ କିନ୍ତୁ ତାଙ୍କ ସଫଳତାରେ ନଜର ଲାଗିଗଲା । ନିଶା ନୂର ଯେଉଁ ରୋଗ ରେ ପୀଡିତ ସେ ରୋଗର ନାମ ହେଲା ଏଡସ । ଶେଷ ସମୟରେ ତାଙ୍କ ପାଖକୁ କୌଣସି ବି ସୁପରଷ୍ଟାର ଦେଖା କରିବାକୁ ଆସି ନ ଥିଲେ ।

କରିଶ୍ମା କପୁର

କରିଶ୍ମା କପୁର ଡିପ୍ରେସନ ରୋଗରେ ପୀଡ଼ିତ ଥିଲେ । ଗୋଟିଏ ସମୟରେ ତାଙ୍କୁ କିଛି ଫିଲ୍ମ ନ ମିଳିବାରୁ ସେ ଡିପ୍ରେସନରେ ଚାଲି ଯାଇ ଥିଲେ । ଶେଷରେ ସେ ନିଜ ବାପାଙ୍କ ସାହାଯ୍ୟରେ ଏହି ରୋଗରୁ ବାହାରି ଆସିଲେ । ସେ ଏକ ଇଣ୍ଟରଭିୟୁରେ କହିଥିଲେ କି ମୋର ଏହି ରୋଗରେ ମୋ ବାପା ସବୁବେଳେ ମୋ ପାଖରେ ଠିଆ ହୋଇଥିଲେ ।

ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।