ରାମାନନ୍ଦ ସାଗରଙ୍କ Ramayan Suting ସମୟରେ ହୃଦୟକୁ ଛୁଇଁ ନେଲା ଭଳି କିଛି କଥା ଓ ଅଭୂଲା ସ୍ମୃତି

କହିବାକୁ ଗଲେ ଐତିହାସିକ ରାମାୟଣ ସିରିୟଲ ବିଷୟରେ ପ୍ରାୟତଃ ସମସ୍ତେ କିଛି ନା କିଛି ଜାଣିଛନ୍ତି । ଲକଡାଉନ ସମୟରେ ଏହି ଶୋକୁ ପୁନଃ ଦୂରଦର୍ଶନରେ ପ୍ରସାରିତ କରାଯାଇଥିଲା । ଯାହାକୁ ଦେଖି ଲୋକମାନେ ନିଜର ପୁରୁଣା ଦିନ କଥା ବି ମନେ ପାକିଥିଲେ । ଏହା ସହିତ ଏହି ଶୋ ବହୁତ ରେକର୍ଡ ବି ନିଜ ନାମରେ କରିଛି । କିନ୍ତୁ ଆଜି ଆମେ ଆପଣଙ୍କ ଏହି ଶୋ ସହ ଯଦି କିଛି ବିଶେଷ କଥା କହିବାକୁ ଯାଉଛୁ । ଆଜି ଆମେ ଏହି ଶୋର ଶୁଟିଙ୍ଗ ସମୟ ବିଷୟରେ କିଛି କହିବୁ ।

ରାମାୟଣ ସିରିୟଲ ସହ ଜଡିତ ଥିବା ଜଣେ ବ୍ୟକ୍ତି ଏହି ସିରିୟଲର ଶୁଟିଙ୍ଗ ଦିନ ବିଷୟରେ କଥାବାର୍ତ୍ତା କରି କହିଲେ କି, ଯେତେବେଳେ ରାମାୟଣର ଶୁଟିଙ୍ଗ ଚାଲୁଥିଲା ସେତେବେଳର ସମୟ ବହୁତ ପୁରୁଣା ଥିଲା । ସେତେବେଳେ ରାମାୟଣର ଶୁଟିଙ୍ଗ ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ବି କରିବାକୁ ପଡିଥିଲା । ଏହା ସହ ବଜେଟ ବି କମ ଥିଲା ଓ ତାଙ୍କୁ ମୁମ୍ବାଇ ଭଳି ସହରରେ ଶୁଟିଙ୍ଗ କରିବା ଅଳ୍ପ କଷ୍ଟକର ବି ଥିଲା । କାରଣ ସେହି ସମୟରେ ସେଠିକାର ଭଡା ବହୁତ ଅଧିକା ଥିଲା ।

କହିବାକୁ ଗଲେ ରାମାନନ୍ଦ ସାଗର ଆମକୁ ଘରେ ବସି ଏମିତି ଏକ ଧାରାବାହିକ ଦେଖାଇ ଦେଇ ଗଲେ କି ଯାହାକୁ ଦେଖିଲେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଲୋକଙ୍କ ଆଖିରୁ ଲୁହ ବାହାରି ଆସେ । କାରଣ ଏହା ହେଉଛି ଭାରତର ସବୁଠୁ ବଡ ରାଜବଂଶର ଘରର କଥା । ସେହି ବ୍ୟକ୍ତି ଜଣକ ଆଗକୁ କହିଲେ କି ଗୋଟିଏ ଭଲ ଜାଗାରେ ଶୁଟିଙ୍ଗ ଆରମ୍ଭ ହେଲା । ସେଠିକାର ଷ୍ଟୂଡିଓ ର ମାଲିକ ଥିଲେ ହୀରା କାକା ଯିଏକି ଜଣେ ଗୁଜୁରାଟୀ ଥିଲେ ।

ସେ ଉମାର ଗାଁର ଥିଲେ ଓ ସେ ଜଣେ ଭଲ ଲୋକ ଥିଲେ । ପରର ଉପକାର କରିବା ପାଇଁ ସେ ସବୁବେଳେ ଆଗରେ ରହୁଥିଲେ । ରାମାନନ୍ଦ ସାଗରଙ୍କୁ ସବୁକିଛି ପ୍ରାକୃତିକ ଦରକାର ଥିଲା ଯେମିତି କି ପାହାଡ, ପର୍ବତ, ନଦୀ ଓ ଗଛ ଇତ୍ୟାଦି । କାରଣ ଅଭିନୟ ସେହି ଭଳି ହେବାର ଥିଲା । ଏହା ପରେ ସେ ରାମାୟଣର ଶୁଟିଙ୍ଗ ପାଇଁ ଏକ ଭଲ ସ୍ଥାନର ଚୟନ କରିଲେ ଓ ସେଠି ରାମାୟଣର ଶୁଟିଙ୍ଗ ଚାଲିଲା ।

ସେହି ବ୍ୟକ୍ତି ଜଣକ ଆଗକୁ କହିଲେ କି ଗୋଟିଏ ଦିନର କଥା ରାମାନନ୍ଦ କହିଲେ କି ଆମର ଯେତେ ବି ଅଭିନେତା ଅଛନ୍ତି ତାଙ୍କ ମଧ୍ୟରୁ ସବୁଠୁ ଚାଲାକ କିଏ ଅଟେ । ଏହି ସମୟ ସେତେବେଳର ଅଟେ ଯେତେବେଳେ ରାମାୟଣ ସିରିୟଲ ସରି ଯାଇଥିଲା ଓ ଉତ୍ତରା ରାମାୟଣର ଶୁଟିଙ୍ଗ ଆରମ୍ଭ ହେବାକୁ ଯାଉଥିଲା । କିନ୍ତୁ ଏହି ସମୟରେ ଦିନେ ସାଗର ସାର ନିଜର ଚିଫ ଆସିଷ୍ଟାନ୍ଟ ଦ୍ଵାରା ଅରୁଣ ଗୋଭିଲ ଓ ରାଜଶେଖର ଉପଧାୟଙ୍କୁ ଡ଼ାକିଲେ ।

ଏହା ପରେ ତାଙ୍କ ଦୁଇଜଣଙ୍କୁ ଅଭିନୟ କରିବା ପାଇଁ କୁହାଗଲା । ଅଭିନୟରେ ଅରୁଣ ରାଜାର ଅଭିନୟ କରିଲେଲେ ଓ ତାଙ୍କ ସହ ରାଜଶେଖରଙ୍କୁ ଏକ ଗୁପ୍ତଚର ଅଭିନୟ କରିବାକୁ ଦିଆଗଲା । ସାଗର ସାର ଏକ ସ୍କ୍ରିପ୍ଟ ଦେଲେ ଓ ପରେ କହିଲେ ଶୁଟିଙ୍ଗ ସ୍ଥାନକୁ ଆସନ୍ତୁ । ଏହା ପରେ ସେ ଭାବିଲେ କିଛି ତ ଗୋଟିଏ ବଡ ଘଟଣା ଘଟିବାକୁ ଯାଉଛି । ଏହା ପରେ ଦୁଇ ଜଣ ନିଜର ନିଜର ସ୍କ୍ରିପ୍ଟ ପାଢୀ ଡାଇଲାଗ କହିଲେ । ଏହା ଶୁଣିବା ପରେ ସମସ୍ଥେ ତାଳି ମାରିଲେ ।

ଏହାପରେ ଯାଇ ଲୁଚି ଥିବା କଥା ବାହାରକୁ ଆସିଲା ସମସ୍ତେ ଯେଉଁ କଥା କହିଥିଲେ ସେ କଥା ସତ ହେଲା କି ଦୁଇ ଜଣଙ୍କୁ ଯାହା ଲେଖା ଦିଆ ଯାଇଥିବ ସେମାନେ ଥରେ ମାତ୍ର ପଢି ନିଜର ଡାଇଲାଗ କହି ଦିଅନ୍ତି । ସେମାନେ ଠାରେ ମାତ୍ର ପଢି ମନେରଖି ସେହିଭଳି ଅଭିନୟ କରିଥାନ୍ତି । ତାଙ୍କୁ ଆଉ ଦ୍ଵିତୀୟ ଥର କହିବାକୁ ପଡି ନ ଥାଏ ଓ ରାଜଶେଖର ସାରଙ୍କୁ ଯାହା କୁହାଯାଇଥାଏ ସେ ମଧ୍ୟ ଥରକେ ମନେ ରଖିଥାନ୍ତି ।

ସାଗର ସାର ତାଙ୍କୁ ଆଲିଙ୍ଗନ କରିଥିଲେ ଓ ଏହା ପରେ ସେ ସମସ୍ତଙ୍କ କଥା ମାନିଲେ ଯେ ସେମାନେ ଯାହା କହୁଥିଲେ ଠିକ କହୁଥିଲେ । ଆପଣଙ୍କୁ କହିଦେଉଛୁ କି ଏହି ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି ସେ ହେଉଛି ରାଜ ଶେଖର ଉପାଧାୟ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।