କୋଣାର୍କରେ ଶସ୍ତାରେ ଚାଲିଛି ଦେହ ବେପାର, ଆସୁଛନ୍ତି ବଙ୍ଗୀୟ ଏବଂ ବିଦେଶୀ ଝିଅ

ଖବର ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଅଟେ। ପୋଲିସ ନାକ ତଳେ ଓଡିଶା ର ପର୍ଯ୍ୟଟନ ସ୍ଥଳୀ କୋଣାର୍କ ରେ ଚାଲିଛି ଖୁଲମ ଖୁଲା ଦେହ ବେପାର। ଗୋଟିଏ ନୁହେଁ ଏକା ସାଙ୍ଗରେ ପାଞ୍ଚ ପାଞ୍ଚଟି ହୋଟେଲ ରେ ଚାଲିଛି ମନି ଫର ସେ କ୍ସ ବେପାର। ଆସୁଛନ୍ତି ଅନେକ ଦେଶୀ ବିଦେଶୀ ସୁନ୍ଦରୀ ଝିଅ। ଟଙ୍କା ଫିଙ୍ଗାନ୍ତୁ ଏବଂ ଆନନ୍ଦ ନିଅନ୍ତୁ।କୋଣାର୍କ ପୋଲିସ ମଧ୍ୟ ଏହି ଗ୍ୟାଙ୍ଗ କୁ ଠାବ କରି ପାରୁନାହିଁ।ପୁଲିସ ଜାଣତରେ ହିଁ ଏସବୁ ଚାଲିଛି।ପୁଲିସ ବଟି ମଧ୍ୟ ନେଉଛି।

ପୁଲିସ ଚଢ଼ାଉ ପୂର୍ବରୁ ପୁଲିସ ହିଁ ଖବର ଦେଇ ଦେଉଛି।ଏପରି ଅଭିଯୋଗ ଆଣିଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା।କୋଣାର୍କରେ ଜଣେ ବଙ୍ଗୀୟ ଯୁବତୀ ସେକ୍ସ ରାକେଟରୁ ଖସି ଆସିବା ପରେ ସଂପୃକ୍ତ ଯୁବତୀର ତଥ୍ୟକୁ ଭିତି କରି ଏପରି ଜଘନ୍ୟ ଅଭିଯୋଗ ଆଣିଛନ୍ତି ଜଣେ ମହିଳା।

ବଙ୍ଗୀୟ ଯୁବତୀଙ୍କ ସମେତ ଓଡ଼ିଶାର ବିଭିର୍ଣ୍ଣ ସ୍ଥାନରୁ ଯୁବତୀଙ୍କୁ ଅଣାଯାଇ ବେପାର କରାଯାଉଛି।କେଉଁଠି ଭଲ ପାଇବା ଜାଲରେ ଫସାଇ କିମ୍ଵା କିଡନାପ କରାଯାଇ ଯୁବତୀ ମାନଙ୍କୁ ଏହି ବେପାରରେ ସାମିଲ କରାଯାଉଛି।ଧନ୍ଦା କରିବା ପାଇଁ ଯୁବତୀ ମାନଙ୍କୁ ନିଶାର ଆଡିକସନ କରାଇ ଦିଆଯାଉଛି।ଅନେକ ନେତା ଙ୍କ ସମେତ ପୁଲିସ,ପ୍ରଶାସନିକ ଅଧିକାରୀ ମଧ୍ୟ ଏହାର ଗ୍ରାହକ ଅଛନ୍ତି।

ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ କୋଣାର୍କରେ ଚାଲୁଛି ଅନଲାଇନ ସେକ୍ସ କାରବାର ! ତାହା ପୁଣି ପୁଲିସ ହେପାଜତରେ । କୋଣାର୍କରେ ସେକ୍ସ ରାକେଟରେ ଫସି ୧୦ ଦିନ ହେଲା ଦଲାଲଙ୍କ କବଜାରେ ରହିଥିବା ଜଣେ ବଙ୍ଗୀୟ ଯୁବତୀ ଖସି ଆସିଥିଲେ। ଛାତ ଉପରେ ଯୁବତୀ ଜଣଙ୍କ ଚିତ୍କାର କରୁଥିବା ବେଳେ ତାଙ୍କୁ ପୁଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିଲେ । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ଚାକିରୀ କରାଇ ଦେବା ନାମରେ ଆଣି ଜୋର ଜବରରଦସ୍ତ ଦେହ କାରବାରରେ ଲଗା ଯାଇଥିଲା ।

୧୦ ଦିନ ହେଲା ତାଙ୍କୁ ଗୋଟିଏ ଲଜରେ ରଖାଯାଇ ସେକ୍ସ ବଟିକା ଦିଆଯାଇ ଗଣଦୁଷ୍କର୍ମ କରାଯାଉଥିଲା। ଦିନକୁ ୧୦ ଜଣ ଲେଖାଏଁ ତାଙ୍କୁ ବଳାତ୍କାର କରୁଥିଲେ । ତାଙ୍କୁ ପାକିସ୍ଥାନ ପଠାଇବା ପାଇଁ ଯୋଜନା କରାଯାଇଥିଲା । ଏଥିରେ କୋଣାର୍କ ଅଞ୍ଚଳର କିଛି ଦଲାଲଙ୍କ ମଧ୍ୟରେ ମହିଳା ଦଲାଲ ମଧ୍ୟ ଅଛନ୍ତି । କୋଣାର୍କରେ ୩୦ – ୪୦ ଯୁବତୀଙ୍କୁ ରଖାଯାଇ ଅନଲାଇନ ବୁକିଂ ମାଧ୍ୟମରେ ଚାଲିଛି ଦେହ ବେପାର।୨ଟାରୁ ରାତି ୧୧ଟା ଭିତରେ ଯୁବତୀମାନଙ୍କୁ ବିଭିର୍ଣ୍ଣ ସ୍ଥାନକୁ ପଠାଯାଉଛି।କୋଣାର୍କ ସମେତ ଯୁବତୀମାନଙ୍କୁ ପୁରୀ,ଭୁବନେଶ୍ୱର,ଦିଲ୍ଲୀ,ମୁମ୍ବାଇ ମଧ୍ୟ ପଠାଯାଉଛି।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।