“ତୋ ଟୁଙ୍ଗୁରୁ ଟା କେମିତି ବଦଳିଗଲା”- ଏମିତି ଗୀତ ଏବେ ବଜାରରେ ନିଆଁ ଲଗାଉଛି । ଭାଉଜ ସହ ପ୍ରେମ ଯେତିକି ଖଟା ସେତିକି ମିଠା । ସେହି ବାଟରେ ଯାଇ ଭଲ ବୁଢୀ ଶିଖିଲି ଏଣିକି ଆଉ ନୁହେଁ । ବହୁତ ଥାନା ପୋଲିସ ବି ହେଲି ଏଥର ଟା’ ବାଟ ଅଲଗା ଆଉ ମୋ ବାଟ ବି ଅଲଗା । ଆଉ କାଦୁଅରେ ପଶିବି ନାହିଁ କି ଗୋଡ ଧୋଇବି ନାହିଁ । ଜେଲରୁ ବାହାରିବା ପରେ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ଗଣମାଧ୍ୟମ ଆଗରେ ଏମିତି କିଛି ପ୍ରେମ କଥା ବଖାଣିଥିଲେ ।

ଯାହାକୁ ନେଇ ଗାଁରୁ ସହର ଘରେ ଘରେ ସବୁ ଆଡେ ଚର୍ଚ୍ଚା ହେଉଛି । ଯାହାପରେ ଏହାକୁ ନେଇ ଗୀତ ମଧ୍ୟ ରିଲିଜ କରି ସାରିଲେଣି କିଛି ମ୍ୟୁଜିକ ସଂସ୍ଥା । ଏହି ଗୀତ ଏବେ ବଜାର କିଣି ସାରିଲାଣି । ଦିନେ ଭାଉଜ ଟୁଙ୍ଗୁରୁ ପ୍ରେମରେ ପଡି ଯାଇଥିଲେ । କିନ୍ତୁ ଟୁଙ୍ଗୁରୁ ଧୋକା ଦେବା ପରେ ଗଣମାଧ୍ୟମ ସାମ୍ନାକୁ ଆସି ହଙ୍ଗାମା କରିଲା ଭାଉଜ ।
ଟୁଙ୍ଗୁରୁ ଗୋଲାପ ଫୁଲ ଦେଉଥିଲା, ଆଇ ଲଭ ୟୁ କହୁଥିଲା ଆଉ ଅଟୋରେ ବସେଇ ନେଉଥିଲା ଏବଂ ବାହା ହେବ ବୋଲି କହୁଥିଲା । ବାଡିଖିଆ ଟା କେମିତି ବଦଳିଗଲା ? ତୋ ଟୁଙ୍ଗୁରୁ କେମିତି ବଦଳିଗଲା ବୋଲି ଗୀତ ଏବେ ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ଟୁଙ୍ଗୁରୁ ପ୍ରେମରେ ପଡି ବର୍ଷା ଭାଉଜଙ୍କ ସଂସାର ଭାଙ୍ଗିଗଲା ।
ସେଥିପାଇଁ ଗୀତରେ ଲେଖାଯାଇଛି, “ଭାଙ୍ଗି ଦେଲୁ କାହିଁ ସଂସାର, ଦେଇଥିଲୁ ଧୋକା ଉପହାର, କରିଦେଲୁ ପ୍ରେମ ଛାରଖାର କହିଥିଲୁ ଦେବୁ ସିନ୍ଦୁର… କିଏ ଜାଲରେ ପକେଇ ତୋତେ ଶିଖେଇ ଗଲା, ତୋ ଟୁଙ୍ଗୁରୁ ଟା କେମିତି ବଦଳିଗଲା ?” ଏହି ଗୀତଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଭାଉଜ ଓ ଟୁଙ୍ଗୁରୁଙ୍କ ପ୍ରେମ କାହାଣୀକୁ ନେଇ ହୋଇଥିବା ଏହି ଗୀତଟି ବେଶ ଆଦୃତ ଲାଭ କରିଛି ।

ତେବେ ଗଣମାଧ୍ୟମରେ ଟୁଙ୍ଗୁରୁ ଭାଉଜଙ୍କୁ ପ୍ରେମ କରୁଥିବା ନେଇ ଅସ୍ଵୀକାର କରିଥିବା ବେଳେ ଆଗକୁ ତାଙ୍କ ପ୍ରେମ କାହାଣୀକୁ ନେଇ କଣ ଟ୍ଵିଷ୍ଟ ଆସିବ ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।