କଣ ସବୁ ହୋଇଗଲା କି ସମାଧାନ? Babushaanଙ୍କୁ ଫୋନ୍ କଲେ ଶଶୁର, କହିଲେ ଘରକୁ ଆସି ନେଇଯାଅ ସ୍ତ୍ରୀ କୁ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ ଶନିବାର ଦିନ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ର ଙ୍କୁ ନେଇ ବିବାଦ ଆରମ୍ଭ ହୋଇଥିଲା ଯାହା ବର୍ତ୍ତମାନ ଯାଏଁ ମଧ୍ୟ ଚାଲିଛି । ତେବେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ଦୁହିଙ୍କୁ ଗୋଟେ ଗାଡିରେ ଦେଖିବା ପରେ ରାସ୍ତା ମଝିରେ ମାଡ ମାରିବା ସହ ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଏ ସବୁ ହେବା ପରେ ବାବୁସାନ ଓ ପ୍ରକୃତି ଦୁହେଁ ଚେନ୍ନାଇ ଚାଲିଥିଲେ ଓ ଫେରିଥିଲେ ମଧ୍ୟ । ଏହା ପରେ ଦୁହେଁ ନିଜ ନିଜର ବୟାନ ପୋଲିସ କୁ ଦେଇ ସାରିଛନ୍ତି ଯାହା ସୂଚନା ରୁ ଜଣା ପଡିଛି ।

ତେବେ ଆପଣ ମାନେ ଜାଣିଥିବେ ଗତ କାଲି ବାବୁସାନା ଙ୍କର ଜନ୍ମ ଦିନ ଥିଲା । ସେଥିପାଇଁ ସେ ତାଙ୍କ ପୁରା ପରିବାର ସହ ଜନ୍ମ ଦିନ ପାଳନ କରିବେ ବୋଲି କହିଥିଲେ । ଗତ କଲି ସକାଳେ ତାଙ୍କ ପୁଅ ଗୁହାନ ବାପାଙ୍କୁ ଫୋନ କରି ଜନ୍ମଦିନର ଶୁଭେଛା ଜଣାଇଥିଲା । ଏମିତିକି ତୃପ୍ତି ମଧ୍ୟ ବାବୁସାନ ଙ୍କୁ ଶୁଭକାମନା ଜଣାଇଥିଲେ । ତେବେ ଗତ କାଲି ବାବୁସାନଙ୍କୁ ଜନ୍ମ ଦିନର ଶୁଭକାମନା ଜଣାଇବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ ତୃପ୍ତିଙ୍କ ବାପା ତଥା ବାବୁସାନଙ୍କ ଶ୍ଵଶୁର ଲଲିତ ଶତପଥି ।

ସେ ନିଜର ଜ୍ଵାଇଁଙ୍କୁ ଆଶୀର୍ବାଦ ଦେବା ସହ ଭଲ ଜ୍ଵାଇଁ ହେବାକୁ ଚେଷ୍ଟା କରନ୍ତୁ ଆଉ ନମ୍ବର ୱାନ ଜ୍ଵାଇଁ ହୋଇକି ଦେଖନ୍ତୁ ବୋଲି ପରାମର୍ସ ଦେଇଛନ୍ତି । ଏମିତିକି ବାବୁସାନ ଙ୍କ ପରିବାର ଓ ତୃପ୍ତି ଙ୍କ ପରିବାର ମଧ୍ୟରେ ଆଲୋଚନା ହୋଇଥିଲା ଯାହା ସବୁ ବିବାଦ ଲାଗି ରହିଛି । ତେବେ ଏ ନେଇ ସଞ୍ଜୟ ନାୟକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଆଉ ସେ କହିଛନ୍ତି ସବୁ ସମସ୍ୟାର ସମାଧାନ ହୋଇ ସାରିଛି । ବହୁତ ଜଲ୍ଦି ତୃପ୍ତି ନିଜ ପୁଅ ଗୁହାନ ସହ ବାବୁସାନ ଙ୍କ ପାଖକୁ ଫେରିବେ ।

ବାବୁସାନ ନିଜ ଶ୍ଵଶୁର ଲଲିତ ଶତପଥି ପାଦ ଛୁଇଁ ପ୍ରଣାମ କରି ଯାହା ବି ଭୁଲ ହୋଇ ଯାଇଛି ସେଥିପାଇଁ କ୍ଷମା ମାଗିଛନ୍ତି । ଆଉ ତାଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି କି ଆଗକୁ ଏମିତି କିଛି ବି ହେବ ନାହି । ବାବୁସାନ ଆହୁରି ମଧ୍ୟ କହିଛନ୍ତି ତୃପ୍ତି ଓ ତାଙ୍କ ପୁଅ ଗୁହାନଙ୍କ ଭବିଷ୍ୟତକୁ ନେଇ ସେ ଅନେକ କଥା ପ୍ଳାନ କରିଛନ୍ତି ଆଉ ଏଭଳି କିଛି ବି ସମସ୍ୟା ହେବ ନାହି । ବାବୁସାନ କହିଛନ୍ତି କେବଳ ସ୍ନେହ ଆଉ ଭଲ ପାଇବାର ଦରକାର ରହିଛି ତାଙ୍କର ଓ ତୃପ୍ତିଙ୍କ ସମ୍ପର୍କ ଭିତରେ ।

ତେବେ ଜଣା ପଡୁଛି ତୃପ୍ତି ବହୁତ ଜଲ୍ଦି ବାବୁସାନ ଙ୍କ ପାଖକୁ ଫେରି ଆସିବେ । ପୁଣି ଥରେ ବାବୁସାନ ଙ୍କ ସୁଖର ସଂସାର ଗଢି ଉଠିବ ଆଉ ଦୁହେଁ ହସ ଖୁସି ରେ ନିଜର ଜୀବନ ବିତାଇବେ । ତେବେ ଦେଖାଯାଉ ବାବୁସାନ କେବେ ନିଜ ସ୍ତ୍ରୀ ତୃପ୍ତି ଓ ପୁଅ ଗୁହାନ ଙ୍କୁ ଘରକୁ ଫେରାଇ ଆଣୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ବାବୁସାନ ଦେଇଥିବା ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।