Truptiଙ୍କୁ ନେଇ ବଡ ବୟାନ ଦେଲେ Babushan Mohanty, ତାଙ୍କ ସହ ରହିଛି, ଆଗକୁ ମଧ୍ୟ ରହିବି… ଦେଖନ୍ତୁ Video କଣ କହୁଛନ୍ତି

ନମସ୍କାର ବନ୍ଧୁଗଣ, ଏତେ ଦିନର ଅପେକ୍ଷା ପରେ ବହୁତ ବଡ ଖୁସି ଖବର ଆଉ ଖୁସି ର ଦିନ ଆସି ପହଞ୍ଚିଛି ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଙ୍କ ଜୀବନରେ । ତେବେ ବାବୁସାନ-ତୃପ୍ତି-ପ୍ରକୃତି ବିବାଦ ପରେ ଏବେ ସବୁ କିଛି ସମାଧାନର ହେବାର ନଜର ଆସୁଛି । ପ୍ରକୃତି ମିଶ୍ର ନିଜ ପରିବାର ସହ ନିଜ ଘରେ ଥିବାର ନଜର ଆସିଛନ୍ତି । ଆଉ ଏହାରି ମଧ୍ୟରେ ଗତ କାଲି ବାବୁସାନ ତାଙ୍କର ୩୩ତମ ଜନ୍ମ ଦିନ ପୁରା ପରିବାର ସହ ସେଲିବ୍ରେସନ କରିଛନ୍ତି । କିନ୍ତୁ ଏଥିରେ ସ୍ତ୍ରୀ ତୃପ୍ତି ଯୋଗ ଦେଇ ନ ଥିଲେ କି ଘରକୁ ଫେରି ନ ଥିଲେ ।

କିନ୍ତୁ ତୃପ୍ତି ଙ୍କ ବାପା ଲଲିତ ଶତପଥି ବାବୁସାନ ଙ୍କ ଘରକୁ ଆସି ଆଲୋଚନା କରିବା ସହ ତାଙ୍କୁ ଆଶୀର୍ବାଦ ଦେଇଥିଲେ ଆଉ କହିଥିଲେ ନିଜେ ଯାଇ ତୃପ୍ତି ଙ୍କୁ ଘରକୁ ଆଣିବା ପାଇଁ । ତେବେ ସ୍ତ୍ରୀ ତୃପ୍ତି ଶତପଥି ଙ୍କୁ ନେଇ ବଡ ବୟାନ ଦେଲେ ଅଭିନେତା ବାବୁସାନ ମହାନ୍ତି । କହିଛନ୍ତି ସ୍ତ୍ରୀ ଙ୍କ ସହ କେକ କାଟି ନ ଥିଲେ ମଧ୍ୟ ତୃପ୍ତି ତାଙ୍କ ମନରେ ଅଛନ୍ତି ତୃପ୍ତି ତାଙ୍କ ଜୀବନ ତୃପ୍ତି ସହ ସେ ରହିଛନ୍ତି ଆଉ ଆଗକୁ ମଧ୍ୟ ରହିବେ ।

ଆଗକୁ ବାବୁସାନ କହିଛନ୍ତି ଆମ ମଧ୍ୟରେ କିଛି ମନାନ୍ତର ହୋଇଛି ତାହା ସମୟ କ୍ରମେ ନିଶ୍ଚୟ ଭାଙ୍ଗି ଯିବ । ଆଉ ତା ପରେ ଆମେ ପୂର୍ବ ଭଳି ମିଶୁବୁ ଆଉ ଏହା ସହ ନିଜ ସ୍ତ୍ରୀ ଙ୍କ ସହ ଅଛନ୍ତି ଆଉ ଆଗକୁ ମଧ୍ୟ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ବାବୁସାନ । ହଁ ଦର୍ଶକ ବନ୍ଧୁ ନିଜର ଫ୍ୟାନ ମାନଙ୍କ ସହ ଜନ୍ମ ଦିନ ପାଳନ ଅବସରରେ ନିଜ ନୂଆ ଫିଲ୍ମ ଘୋଷଣା କରିଛନ୍ତି ଓଲିଉଡ ର ସୁପର ଷ୍ଟାର ବାବୁସାନ ମହାନ୍ତି ।

କେକ କାଟି ନିଜ ଫିଲ୍ମ ଗଜପତି ର ଘୋଷଣା କରିଛନ୍ତି । ଆଉ ଏହା ସହ କିଛି ଫ୍ୟାନ ମାନଙ୍କୁ କେକ ଖୁଆଇ ଦେବାର ମଧ୍ୟ ଦେଖିବାକୁ ମିଳିଛି । ସେହି ସମୟରେ ତାଙ୍କ ମା ଅପରାଜିତା ମହାନ୍ତି ଏକ ବଡ ବ୍ୟାନର ରେ ଶ୍ରୀ ମନ୍ଦିରର ଚିତ୍ର ଥାଇ ଗଜପତି ଲେଖା ଥିବା ଦେଖିବାକୁ ମିଳିଛି ।

ତନ୍ମୟ ପ୍ରଡ଼କସନ ପକ୍ଷ ରୁ ଆୟୋଜିତ ଏହି ଫିଲ୍ମ ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବାବୁସାନାମହାନ୍ତି । ଆଉ ଠିକ ଏତିକି ବେଳେ ଗଣ ମାଧ୍ୟମର ଉତ୍ତର ରେ ବାବୁସାନ କହିଥିଲେ ତାଙ୍କ ସ୍ତ୍ରୀ ଙ୍କୁ ସେ ବହୁତ ଭଲ ପାଆନ୍ତି । ତୃପ୍ତି ତାଙ୍କ ଜୀବନ ଆଉ ସେ ତାଙ୍କ ସହ ଅଛନ୍ତି ଆଉ ଆଗକୁ ମଧ୍ୟ ରହିବେ ଏମିତି କିଛି ପ୍ରତିକ୍ରିୟା ଦେଇଛନ୍ତି ବାବୁସାନ ମହାନ୍ତି ।

ତେବେ ଏହାରି ମଧ୍ୟରେ ଆଜି ସକାଳୁ ସକାଳୁ ବାବୁସାନ ବାହାରିଛନ୍ତି ନିଜ ସ୍ତ୍ରୀ ଓ ପୁଅ କୁ ଘରକୁ ଫେରାଇ ଆଣିବା ପାଇଁ ଯାହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ବାବୁସାନଙ୍କର ତାଙ୍କ ସ୍ତ୍ରୀ ତୃପ୍ତିଙ୍କ ପ୍ରତି ଥିବା ଭଲ ପାଇବା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବ ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।