Special Report- ବାବା Vanga ଙ୍କ 2022 ନୂଆ ବର୍ଷର ଭବିଷ୍ୟବାଣୀ

ଆଉ କିଛି ଦିନ ମଧ୍ୟରେ ୨୦୨୧କୁ ସମସ୍ତେ ବିଦାୟ ଓ ୨୦୨୨କୁ ସ୍ଵାଗତ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ସବୁ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ଦେଖିବାକୁ ମିଳୁଛି । ଏହା ମଧ୍ୟରେ ୨୦୨୨ର ଏକ  ଭବିଷ୍ୟବାଣୀକୁ ସାମ୍ନାକୁ ଆସୁଛି । ଯାହାକି ସମସ୍ତଙ୍କୁ ଭୟଭୀତ କରି ଦେଇଛି । ବୁଲଗେରିଆର ପ୍ରସିଦ୍ଧ ଜ୍ୟୋତିର୍ବିଦ Vangeliya Pandeva Gushterova ଉର୍ଫ ବାବା ଭାନେଗାଙ୍କ ଏକ ଭବିଷ୍ୟବାଣୀକୁ astrofame.com ନିଜ ୱେବସାଇଟରେ ପ୍ରକାଶ କରିଛି ।

ଏହି ଭବିଷ୍ୟବାଣୀ ସାମ୍ନାକୁ ଆସିବା ପରେ ବର୍ତ୍ତମାନ ପୁରା ବିଶ୍ଵରେ ଏହାକୁ ନେଇ ଚର୍ଚା ଚାଲିଛି । ବାବା ଭାନେଗା ପିଲାଦିନୁ ହିଁ ନିଜର ଦ୍ରୁଷ୍ଟିଶକ୍ତି ହରାଇ ଦେଇ ଥିଲେ ଓ ୧୯୯୬ ମସିହାରେ ସେ ଆର ପାରିକୁ ଚାଲି ଯାଇ ଥିଲେ ।

ଏହା ସତ୍ବେ ସେ ଯେଉଁ ଭବିଷ୍ୟବାଣୀ କରି ଦେଇ ଯାଇଛନ୍ତି ତାହା ବର୍ତ୍ତମାନ ସତ ପ୍ରମାଣିତ ହେଉଛି । ବାବା ଭାନେଗା ୨୦୨୨ ପାଇଁ ବହୁତ ଭବିଷ୍ୟବାଣୀ କରି ଦେଇଛନ୍ତି । ଗୋଟିଏ ବଡ ଭବିଷ୍ୟବାଣୀ କରିଛନ୍ତି ତାହା ହେଉଛି କି ପୃଥିବୀରେ ଜଳ ସଙ୍କଟ ଦେଖାଯିବ । ନଦୀ ପ୍ରଦୂଷଣ ଯୋଗୁ ଆସନ୍ତା ବର୍ଷ ପାଣିର ଅଭାବ ଦେଖାଯିବ । ବିଭିନ୍ନ ଦିଗରୁ ପାଣି ପାଇବା ପାଇଁ ଲୋକମାନେ ବହୁତ ଉପାୟ ଆପଣାଇବେ । ଏହା ସହିତ ସେ କହିଛନ୍ତି କି ୨୦୨୨ରେ ପଙ୍ଗପାଳ ଆକ୍ରମଣ କରିବେ ।

ତାପମାତ୍ରା ୫୦ ଡିଗ୍ରୀ ସେଲିସିୟାସ ବୁଦ୍ଧି ପାଇବା ପରେ ପଙ୍ଗପାଳ ଫସଲ ଓ ଚାଷ ଜମିକୁ ମାଡି ଆସିବା କାରଣରୁ ଚାରିଆଡେ ଖାଦ୍ୟର ଅଭାବ ଦେଖାଦେବ । ସେ କହିଛନ୍ତି କି ଆସନ୍ତା ନୂତନ ବର୍ଷ ଅର୍ଥାତ ୨୦୨୨ରେ ପୃଥିବୀକୁ ଏଲିଅନମାନେ ଆକ୍ରମଣ କରିବେ । ଏଲିଅନମାନେ ପୃଥିବୀ ପ୍ରତି ଅମୁହାମୁଆ ନାମକ ଗୋଟିଏ ଗ୍ରହାଡୁ ନିକ୍ଷେପ କରିବେ । ଏହା ଛଡା ଇଜାବତ ତୁଷାରରେ ଜମାଟ ବାନ୍ଧିଥିବା ଗୋଟିଏ ନୂଆ ମାରାତ୍ମକ ଭୂତାଣୁ ସାଇବେରିଆରୁ ଆବିଷ୍କାର ହେବ ବୋଲି ବାବା ଭେନଗା କହିଛନ୍ତି ।

୨୦୨୨ରେ ଅଷ୍ଟ୍ରେଲିୟା ସହ ଅନ୍ୟ କେତେକ ଏସିଆ ଦେଶ ଗୁଡିକ ବନ୍ୟା ଦ୍ଵାରା ପ୍ରଭାବିତ ହେବେ । ବାବା ଭାନେଗା ଏହା ବି କହିଛନ୍ତି କି ଲୋକମାନେ ଅଧିକ ସମୟ ପର୍ଯ୍ୟନ୍ତ ଫୋନ ଓ ଅନ୍ୟ ଇଲୋଟ୍ରୋନିକ ଜିନିଷ ଉପରେ ବ୍ୟସ୍ତ ରହିବେ । ଯେଉଁ କାରଣରୁ ବିପଦଜନକ ପରିସ୍ଥିତି ସମସ୍ତଙ୍କ ସାମ୍ନାକୁ ଆସିବ । କାରଣ ସମସ୍ତେ କଳ୍ପନା ଓ ବାସ୍ତବିକତା ମଧ୍ୟରେ ଫରକ ଜାଣି ନ ପାରି କିଛି ଲୋକମାନଙ୍କର ମତିଭ୍ରମ ଘଟିପାରେ । ଅର୍ଥାତ ସମସ୍ତଙ୍କ ମନରେ ସବୁ ଜିନିଷକୁ ନେଇ ଦ୍ଵନ୍ଦ ଲାଗି ରହିବ ।

କହିଦେଉଛୁ କି ବାବା ଭାନେଗା ସବୁବେଳେ ସଠିକ ଭବିଷ୍ୟତବାଣୀ କରିଛନ୍ତି । କହିଦେଉଛୁ କି ୮୫ ବର୍ଷ ବୟସରେ ବାବା ଭାନେଗାଙ୍କ ମୃତ୍ୟୁ ହୋଇଥିଲା, କିନ୍ତୁ ଆଜି ବି ତାଙ୍କର ଭବିଷ୍ୟବାଣୀ ସତ ହେଉଛି । ସେଥିପାଇଁ ୨୦୨୨ର ଭବିଷ୍ୟବାଣୀ ଆଜି ପୁରା ବିଶ୍ଵରେ ଚର୍ଚାର ବିଷୟ ହୋଇ ଯାଇଛି ।