ବାରରେ ଡ୍ୟାନ୍ସ କରି ୧୦ ହଜାର ଟଙ୍କା ରୋଜଗାର କରୁଥିଲା ଶୁଭଲକ୍ଷ୍ମୀ..ସେଥିପାଇଁ ବାର ଡ୍ୟାନ୍ସ ହୋଇଗଲା କାଳ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବାର ରେ ଡ୍ୟାନ୍ସ କରିଲେ ଗୋଟେ ରାତି କୁ 10 ହଜାର ଟଙ୍କା ରୁ ଅଧିକ ଟଙ୍କା ମିଳିଥାଏ । ଯାହାକୁ ବୁଝି ସାରିଥିଲେ ରମାଦେବୀ ବିଶ୍ଵ ବିଦ୍ୟାଳୟର ଯୁକ୍ତ 2 ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ । ଆଉ କଲେଜ ରୁ ପାଠ ପଢୁ ପଢୁ ହୋଇଗଲେ ଡ୍ୟାନ୍ସ କୁଇନ । ରାତି ହେଲେ ଶୁଭଲକ୍ଷ୍ମୀ ବାର ଯାଇ ଡ୍ୟାନ୍ସ କରୁଥିଲେ । ଆଉ ଗୋଟେ ରାତି କୁ ରୋଜଗାର କରୁଥିଲେ 10 ହଜାର ଟଙ୍କା ରୁ ଅଧିକ ଟଙ୍କା ।

ହେଲେ ସେହି ବାର ଭିତରେ ହିଁ ସେ ଜୀବନ ହାରି ଦେଇଛନ୍ତି । କିଛି ଲୋକଙ୍କର ଟାର୍ଗେଟ କୁ ସେ ଆଉ ସମ୍ଭାଳି ପାରିଲେନି । ମୃତ୍ୟୁ କୁ ହିଁ ସେ ବାଛି ନେଲେ । ହଁ ଦର୍ଶକ ବନ୍ଧୁ ଶୁଭଲକ୍ଷ୍ମୀ ଙ୍କ ମୃତ୍ୟୁ କୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମନା କୁ ଆସିଛି । କଲେଜ ରେ ପଢୁଥିବା ଝିଅ ଟଙ୍କା ରୋଜଗାର କରିବା ପାଇଁ ବାର ରେ ଡ୍ୟାନ୍ସ କରିଲେ । ପ୍ରଥମେ ଜଣଙ୍କ ଅଧୀନରେ ରହି କାମ କରୁଥିଲେ ବାର ରେ ।

ହେଲେ ସେଥିରୁ କମ ଟଙ୍କା ମିଳିଥିଲା । ଆଉ ତା ପରେ ନିଜେ କିଛି କରିବାକୁ ଚିନ୍ତା କରିଥିଲେ । ଆଉ କାହା ଅଧୀନରେ ରହି ନିଜେ ନିଜେ ଯାଇ ବାର ରେ ଡ୍ୟାନ୍ସ କରିଲେ । ନିଜର ସୁନ୍ଦରତା କାରଣରୁ ଆଗକୁ ଆଗକୁ ବଢି ଚାଲିଲେ ଶୁଭଲକ୍ଷ୍ମୀ । ଆଉ ଦିନକୁ ରୋଜଗାର କରୁଥିଲେ 10 ହଜାର ରୁ ଅଧିକ ଟଙ୍କା । ଏହା ଦେଖି ତାଙ୍କୁ ସହିପାରୁ ନ ଥିଲେ ସେଇ ଯିଏ ତାଙ୍କୁ ରଖିକି କାମ କରାଉଥିଲେ ।

ଯେବେ ଏମିତି କିଛି ସ୍ଥିତି ସୃଷ୍ଟି ହୋଇଥିଲା ସେତେବେଳେ ଶୁଭଲକ୍ଷ୍ମୀ ଙ୍କର କିଛି ଭିଡିଓ କୁ ଭାଇରାଲ କରି ଦେବା ପାଇଁ ଧମକ ମିଳିଥିଲା । ଯାହାକୁ ନେଇ ଏବେ ପୋଲିସ ସେହି ଦଲାଲ କୁ ଖୋଜୁଛି ଯିଏ ଶୁଭଲକ୍ଷ୍ମୀ ଙ୍କୁ ଧମକ ଦେଉଥିଲା । ତେବେ ସେ ଏହା ପୂର୍ବରୁ ପେଣ୍ଟାଗନ, ପ୍ରିନ୍ସ ଏମିତି ଅନେକ ଫ୍ୟାମସ ବାର ମାନଙ୍କରେ ଯାଇ ଡ୍ୟାନ୍ସ କରୁଥିଲେ ।

ତେବେ ସେ ଟଙ୍କା ରୋଜଗାର କରି ତାଙ୍କ ଘର ଚଳାଉ ଥିଲେ । ହେଲେ ଏ କଥା ତାଙ୍କ ପରିବାର ଲୋକେ ଜଣାଇ ନ ଥିଲେ । କାରଣ ତାଙ୍କ ପରିବାର ଲୋକେ ଏହାକୁ ପସନ୍ଦ କରୁ ନ ଥିଲେ । ସେଥିପାଇଁ ଶୁଭଲକ୍ଷ୍ମୀ କାହାକୁ କିଛି ନ କହି ବାର ରେ ଡ୍ୟାନ୍ସ କରୁଥିଲେ । କିନ୍ତୁ ସେ କେବେ ଜାଣି ନ ଥିଲେ ଯାହାକୁ ସେ ରୋଜଗାର କରିବାର ବାଟ ଆପଣେଇଛନ୍ତି ସେ ଦିନେ ତାଙ୍କ ପାଇଁ କାଳ ସାଜିବ ।